ଲୁଚି ଲୁଚି ସ୍ତ୍ରୀ ର ଫୋଟ ଉଠାଉଥିଲା ସ୍ୱାମୀ , ସୋସିଆଲ ମିଡିଆରେ କରିଦେଲା ପୋଷ୍ଟ ଆଉ ତାପରେ…:-

ଧିକ ସେ ସ୍ୱାମୀ ପଣିଆ । ଯେଉଁ ଗର୍ବରେ ଦଶ ଦିଗକୁ ସାକ୍ଷୀ ରଖି ସ୍ତ୍ରୀର ହାତ ଧରି ବାହା ହୋଇଥିଲା , ସେହି ହାତରେ ଏପରି କୁତ୍ସିତ କାର୍ଯ୍ୟ କିପରି କଲା କେଜାଣି । କେହି ସ୍ୱାମୀ କଣ ନିଜ ସ୍ତ୍ରୀର ଇଜ୍ଜତକୁ ନିଲାମ କରିପାରେ ? କିନ୍ତୁ ବର୍ତ୍ତମାନର ସମାଜରେ ଲୋକଙ୍କ ପାଇଁ କିଛିବି ସମ୍ଭବ । ଏହିପରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଅନ୍ତ-ରଙ୍ଗ ମୁହୁର୍ତ୍ତର ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ତେବେ ଘଟଣା ବିଷୟରେ ସମ୍ପୁର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଘଟଣା ଏହା ଯେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର କିଛି ଅନ୍ତ-ରଙ୍ଗ ମୁହୂର୍ତ୍ତର ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ନିଜର କିଛି ମନ୍ଦ ଉଦ୍ଦେଶ୍ୟ ରଖି ନିଜ ସ୍ତ୍ରୀର ଫୋଟକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ସ୍ତ୍ରୀ ସ୍ୱାମୀ ବିରୋଧରେ ସାଇବର ଥାନାରେ ଅଭିଯୋଗ ଆଣିଛି । ତେବେ ବାସ୍ତବ ଘଟଣା ଏହା ଯେ ସ୍ତ୍ରୀ ଭୁବନେଶ୍ୱରରେ କୌଣସି ଘରେ ଜଣେ ମେଡ ଭାବରେ କାମ କରୁଥିଲେ ଏବଂ ସ୍ୱାମୀ ଭଦ୍ରକରେ ଜଣେ ମିସ୍ତ୍ରୀ ଭାବରେ କାମ କରୁଥିଲେ । ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସେତେ ପର୍ଯ୍ୟନ୍ତ ସମ୍ପର୍କ ଠିକ ରହିଥିଲା ଯେତେ ପର୍ଯ୍ୟନ୍ତ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ଟଙ୍କା ପଠାଉଥିଲେ ।

ସ୍ତ୍ରୀ ପଠାଉଥିବା ଟଙ୍କାର ଭୁଲ ଉପଯୋଗ କରୁଥଲା ସ୍ଵାମୀ । ଏତେ କଷ୍ଟରେ ସ୍ୱାମୀକୁ ଯାହା ଟଙ୍କା ପଠାଉଥିଲା ତାହାକୁ ନିଶାରେ ଉଡ଼ାଉଥିଲା ସ୍ୱାମୀ । ଏହି କାରଣରୁ ଗତ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଯେଉଁ କାରଣରୁ ସ୍ତ୍ରୀ ମଧ୍ୟ ଟଙ୍କା ପଠାଇବା ବନ୍ଦ କରିଦେଲା । ଏଣୁ ରାଗରେ ଜର୍ଜରିତ ସ୍ୱାମୀ ସ୍ତ୍ରୀର ଇଜ୍ଜତ ନିଲାମ କିପରି ହୋଇ ପାରିବ ତାହାର ରାସ୍ତା ବାଛି ନେଲା ଆଉ ଅନେକ ଦିନରୁ ସାଇତି ରଖିଥିବା ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ସବୁ ଫୋଟକୁ ସ୍ୱାମୀ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲା ।

ଯେତେବେଳେ ସ୍ତ୍ରୀକୁ ନିଜ ପଡ଼ୋଶୀଙ୍କ ଠାରୁ ଏ ସମ୍ବନ୍ଧରେ ଜଣା ପଡ଼ିଲା ସେ ଭୁବନେଶ୍ୱର ସାଇବର କ୍ରାଇମ ଥାନାରେ ନିଜ ସ୍ୱାମୀ ନାମରେ ଅଭିଯୋଗ ଆଣିଛି । ସ୍ୱାମୀ ଏପରି କାଣ୍ଡ ଘଟାଇଥିବା ପଛରେ ଥିବା ସବୁ କାରଣ ସ୍ତ୍ରୀ ପୋଲିସକୁ ଜଣାଇଛି । ଯେଉଁ ଆଧାରରେ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *