ରାଜବୀର ଙ୍କ ପାଇଁ ଟଙ୍କା କଲେକ୍ସନ କୁ ନେଇ ହୋଇଥିଲା ଯୁକ୍ତିତର୍କ , ଏଯାଏଁ ହୋଇଛି ତିନି କୋଟି ୧୭ ଲକ୍ଷ ଟଙ୍କା :-

ବର୍ତ୍ତମାନ ସମୟରେ ରାଜବୀର ଙ୍କ ଚିକିତ୍ସା ପାଇଁ ଅନେକ ଲୋକ ସାହାଯ୍ୟର ହାତ ବଢ଼ାଇ ଥିଲେ ହେଁ ଏବେ ସୁଦ୍ଧା ଟଙ୍କା ଯଥେଷ୍ଟ ଟଙ୍କା କଲେକ୍ଟ ହୋଇ ପାରିନାହିଁ । ଏବେ ସୁଦ୍ଧା ବି ରାଜବୀର ଙ୍କ ପିତା ମାତାଙ୍କ ଫଣ୍ଡିଂ ଜାରି ରହିଛି । ତେବେ ରାଜବୀର ଙ୍କ ମା ଙ୍କ ଅନୁଯାୟୀ ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଟଙ୍କା ଯୋଗାଡ଼ ହୋଇଥିବା କଥା ଶୁଣା ଯାଉଛି । କିନ୍ତୁ କିଛି ଭିଡ଼ିଓ ଭାଇରଲ ହେବା ପରେ ବର୍ତ୍ତମାନ ଲୋକେ ଦ୍ଵନ୍ଦରେ ଅଛନ୍ତି ଯେ କଣ ରାଜବୀର ଙ୍କ ବାପା ମା ଟଙ୍କା ପାଇଁ ଏପରି ଫଣ୍ଡିଂ କଲେକ୍ସନ କରୁଛନ୍ତି ? ଏହାକୁ ନେଇ ରାଜବୀର ଙ୍କ ମା ଙ୍କୁ ପ୍ରଶ୍ନ କରାଯାଇଛି ।

ରାଜବୀର ଙ୍କ ମା ଙ୍କ ଅନୁଯାୟୀ ଓଡିଶା ମିଡ଼ିଆ ଜରିଆରେ ଏତେ ଟଙ୍କା ଯୋଗାଡ଼ ହେବା ପରେ ସେମାନେ ଯେ ହାର ମାନି ଯାଇଥିଲେ ତାହା ନୁହେଁ ବରଂ ଅନ୍ୟ ରାଜ୍ୟରୁ ମଧ୍ୟ ସାହାଯ୍ୟ ଆଶା କରିଥିଲେ । ଏଥିପାଇଁ ସେମାନେ କିଛି ଦିନ ତଳେ ହରିୟାଣା ଯାଇଥିଲେ । ସେଠାରେ ଏକ ହୋଟେଲ ରେ ରହିଥିଲେ । ତେବେ ଭାଇରଲ ହେଉଥିବା ଭିଡ଼ିଓ ସେହି ହୋଟେଲ ର ବୋଲି ରାଜବୀର ଙ୍କ ମା କହିଛନ୍ତି । ସେ କହିଛନ୍ତି ଯେ ସେଠାକାର ଦୁଇ ବ୍ୟକ୍ତି ଯେଉଁମାନେ ଆଲବମ କରନ୍ତି ସୁନୀଲ ଉଡ୍ଡା ଏବଂ ଜିତୁ ଚୌଧୁରୀ ସେମାନଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କୁ ହାରାସ କରିଛନ୍ତି ।

ଏହାକୁ ନେଇ ଯେତେବେଳେ ରାଜବୀର ଙ୍କ ମା ଙ୍କୁ ପ୍ରଶ୍ନ କରାଯାଇଛି ସେ କହିଛନ୍ତି ଯେ ସେହି ଦୁଇ ବ୍ୟକ୍ତି ସାହାଯ୍ୟ କରିବା ବାହାନାରେ ତାଙ୍କୁ ଲୁଟିବାକୁ ଚେଷ୍ଟା କରିଛନ୍ତି । ଏମିତିକି ଯେତେବେଳେ ରାଜବୀର ଙ୍କ ବାପା ସବୁକିଛି ଜାଣିବା ପରେ ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଲେ ସେତେବେଳେ ସେମାନେ ଗାଡ଼ି ଖର୍ଚ୍ଚ କରି ଏକ ଲକ୍ଷ ଟଙ୍କା ଦେବାକୁ ଧମକ ମଧ୍ୟ ଦେଇଥିବା ରାଜବୀର ଙ୍କ ମା କହିଛନ୍ତି । ତାଙ୍କ ସାମ୍ନାରେ ରାଜବୀର ଙ୍କ ତଣ୍ଟି ଚିପି ମାରିଦେବେ ବୋଲି ମଧ୍ୟ କହିଛନ୍ତି । ତେବେ ଏହା କେତେ ଦୂର ସତ ତାହା ଜଣା ନାହିଁ । କିନ୍ତୁ ଜନସାଧାରଣ ସାମ୍ନାରେ ରାଜବୀର ଙ୍କ ମା ଏସବୁ କଥାକୁ ମିଛ ଆକ୍ଷେପ କରି ସାହାଯ୍ୟ କରିବାକୁ କହିଛନ୍ତି ।

ସେମାନେ ଏତେ ଉଚ୍ଚ ଶିକ୍ଷିତ ନଥିବାରୁ କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । କେବଳ ହରିୟାଣା ର ଏହି ଦୁଇ ବ୍ୟକ୍ତି ନୁହଁ ବରଂ ଓଡ଼ିଶାର ଦେବବ୍ରତ ସାରଙ୍ଗୀ ମଧ୍ୟ ଏପରି ଟଙ୍କା ମାଗିଥିବା କହିଛନ୍ତି । ଦେବବ୍ରତ ସାରଙ୍ଗୀ ତାଙ୍କ ଘଟଣା ର ପ୍ରଚାର ପାଇଁ ମିଡ଼ିଆ ଟଙ୍କା ନେବାକୁ ଚାହୁଁଥିବା କଥା କହିଛନ୍ତି । କିନ୍ତୁ ରାଜବୀର ଙ୍କ ମା ଙ୍କ କହିବା କଥା ଯେ ଏବେ ସୁଦ୍ଧା କୌଣସି ମିଡ଼ିଆ ତାଙ୍କୁ ଟଙ୍କା ମାଗି ନାହାଁନ୍ତି । ତେଣୁ ରାଜବୀର ଙ୍କ ପିତା ମାତା ଙ୍କ ଦ୍ଵାରା ଏବେ ସୁଦ୍ଧା ୩ କୋଟି ୧୭ ଲକ୍ଷ ଯୋଗାଡ଼ ହୋଇଥିଲେ ହେଁ ଯଥେଷ୍ଟ ରାଶି ଯୋଗାଡ଼ କରିବାକୁ ସୋସିଆଲ ମିଡ଼ିଆ ଜରିଆରେ ସବୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଏବଂ ତାଙ୍କ ନାମରେ ଭାଇରଲ ହେଉଥିବା କଥା ସବୁ ମିଛ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *