ଆସିଲା ଖୁସିଖବର , ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ ମାସିକ ଆର୍ଥିକ ସହାୟତା

ଦେଶରେ ବର୍ତ୍ତମାନ ସମୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି । ଅନେକ ଯୁବକ ଯୁବତୀ କୌଣସି କାମ ପାଉ ନାହାଁନ୍ତି । ଆଉ ଘରେ ବସି ନିଜର ସମୟ ବର୍ବାଦ କରିବାରେ ଲାଗିଛନ୍ତି । ଏହାଦ୍ବାରା ପରିବାରର ଚିନ୍ତା ବଢିବା ସହିତ ସେମାନଙ୍କର ମାନସିକ ସ୍ତରରେ ଅନେକ କୁପ୍ରଭାବ ମଧ୍ୟ ପଡୁଛି । ସେମାନେ ନିଜକୁ ଦୋଷୀ ସାବ୍ୟସ୍ତ କରୁଛନ୍ତି । କାରଣ ସେମାନେ ନିଜ ପାଇଁ କିମ୍ବା ପରିବାର ପାଇଁ କିଛି କାମ କରି ପାରୁନାହାଁନ୍ତି । ତେବେ ଏଭଳି ଯୁବକ ଯୁବତୀ ମାନଙ୍କୁ ଆଉ ଚିନ୍ତା କରିବାର କୌଣସି କାରଣ ନାହିଁ ।

ସରକାର ସେମାନଙ୍କ ପାଇଁ ଏଭଳି କିଛି ପଦକ୍ଷେପ ନେଇଛନ୍ତି , ଯାହା ଶୁଣିଲେ ସେମାନେ ଅତ୍ୟନ୍ତ ଖୁସି ହୋଇଯିବେ । ତେବେ ଏହା ଓଡ଼ିଶାରେ ନୁହେଁ ବରଂ ମଧ୍ୟପ୍ରଦେଶ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି ବେକାର ଯୁବକ ଯୁବତୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି । ତେବେ ସରକାର ଏହାକୁ ମାସିକ୧୫୦୦ ରଖିଛନ୍ତି । ଆହୁରି ମଧ୍ୟ ସରକାର କହିଛନ୍ତି କି ଯେପର୍ଯ୍ୟନ୍ତ ଏହି ଯୁବକ ଯୁବତୀ ମାନେ ଚାକିରୀ ନ ପାଇଛନ୍ତି , ସେପର୍ଯ୍ୟନ୍ତ ସେମାନଙ୍କୁ ଏଭଳି ଟଙ୍କା ଯୋଗାଇଆ ଦିଆଯିବ ।

ତେବେ ଚାକିରୀ ପାଇବାରେ ସେମାନଙ୍କୁ ଏହି ଟଙ୍କା ସହାୟତା କରିବା ସହିତ ସେମାନଙ୍କୁ ନିଜର ଖର୍ଚ୍ଚ ଉଠାଇବା ପାଇଁ ଏହି ଟଙ୍କା ଅତ୍ୟନ୍ତ ସାହାଯ୍ୟ କରିବ । ତେବେ ଏଥିପାଇଁ ଯୁବକ ଯୁବତୀ ମାନଙ୍କୁ ସର୍ବପ୍ରଥମେ ଆବେଦନ କରିବାକୁ ପଡିବ । ନଚେତ ସେମାନଙ୍କୁ ଆର୍ଥିକ ସହାୟତା ମିଳିବ ନାହିଁ । ତେବେ ଆବେଦନ କରିବାପାଇଁ ସର୍ବପ୍ରଥମେ ଆପଣଙ୍କୁ ମଧ୍ୟପ୍ରଦେଶ ରୋଜଗାର ପୋର୍ଟାଲର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ । ଏହାକୁ ଆପଣ କମ୍ପ୍ୟୁଟର ସେବା କେନ୍ଦ୍ରରେ ଯାଇ ଆବେଦନ କରିପାରିବେ ।

ୱେବସାଇଟକୁ ଯିବା ପରେ ହୋମପେଜରେ ଆପ୍ଲିକାଣ୍ଟ ଅପ୍ସନ ଆସିବ ଆଉ ସେଥିରେ ଥିବା ରେଜିଷ୍ଟ୍ରେସନ ଅପ୍ସନ ଉପରେ କ୍ଲିକ କରିବାକୁ ପଡିବ । ଆଉ ଏହାପରେ ନିଜର ସମସ୍ତ ଜରୁରୀ ସୂଚନା ସେଠାରେ ଦେବାକୁ ପଡିବ ଆଉ ତାପରେ ଡକ୍ୟୁମେଣ୍ଟ ଦିଆଯିବ । ଏହାପରେ ଆପଣଙ୍କର ରେଜିଷ୍ଟ୍ରେସନ ପ୍ରକ୍ରିୟା ଶେଷ ହୋଇଯିବ । ଏହା ମାଧ୍ୟମରେ ଆପଣ ଅନେକ ଲାଭ ପାଇପାରିବେ । ତେବେ ଦେଖାଯାଉ ଏଭଳି ସୁବିଧା ଯୁବକ ଯୁବତୀ ମାନଙ୍କୁ କେତେ ପ୍ରଭାବିତ କରୁଛି ଆଉ ସେମାନଙ୍କୁ ଆଗକୁ ଯିବାରେ କେତେ ସହାୟତା କରୁଛି ।

Leave a Reply

Your email address will not be published. Required fields are marked *