ସେ-କ୍ସଟ-ର୍ସନ କଣ ? ଏହା ଠାରୁ କିପରି ରହିବେ ସତର୍କ ? କରନ୍ତୁ ଏହି କାମ :-

ଆଜିକାଲି ଦେଶରେ ଅନେକ ଲୋକ ସେ-କ୍ସଟ-ର୍ସନର ଶି-କାର ହେଉଛନ୍ତି । ଯାହା ଦେଶରେ ଏକ ବଡ଼ ସମସ୍ୟା ଅଟେ । ଏଥିରେ କିଛି ଲୋକ ଭ-ୟଭୀ-ତ ହୋଇ ଯାଉଛନ୍ତି । ମାତ୍ର ଆଉ କିଛି ଲୋକ ଏହାକୁ ସାହସର ସହିତ ସାମ୍ନା କରୁଛନ୍ତି । ତେବେ ପ୍ରଥମେ ଜାଣିବା କଥା ଯେ ସେ-କ୍ସଟ-ର୍ସନ କଣ ? ଆଉ ତାହା ଲୋକଙ୍କୁ କିପରି ପ୍ରଭାବିତ କରୁଛି । ସେଥିରୁ ବଞ୍ଚିବା ପାଇଁ କଣ କରିବାକୁ ପଡ଼ିବ । ତେବେ ଏହି ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସେ-କ୍ସଟ-ର୍ସନ ଅନୁଯାୟୀ ପ୍ରଥମେ ୟୁଜରଙ୍କ ଆଇଡିକୁ ଅନ୍ୟ କୌଣସି ଅଜଣା ଆଇଡିରୁ ଫ୍ରେଣ୍ଡ ରିକ୍ୟେଷ୍ଟ ଆସିଥାଏ । ତେବେ ତାହା ଫେସବୁକ ହେଉ , ଇନଷ୍ଟାଗ୍ରାମ ହେଉ କିମ୍ବା ଅନ୍ୟ କୌଣସି ଆଇଡି ହେଉ । ସେହି ଆଇଡି ସାଧାରଣ ଆଇଡି ନାମରେ ହିଁ ଥାଏ । ଯେଉଁଥିରେ ଝିଅଙ୍କର ସୁନ୍ଦର ଫୋଟ ପ୍ରୋଫାଇଲ ହୋଇଥାଏ । ଆଜିକାଲି ବିଶେଷ ଭାବରେ ଏହା ହ୍ଵାଟ୍ସଆପରେ ହିଁ ଆସୁଛି । ଆଉ ପ୍ରଥମ ମେସେଜ ଭାବରେ ‘ ହାଇ ଡିୟର କିମ୍ବା ହାଇ ହ୍ୟାଣ୍ଡସମ ‘ ଏପରି ଅନେକ କିଛି ମେସେଜ ଆସିଥାଏ ।

ଏହାପରେ ଭିଡ଼ିଓ କଲିଂର ଅନୁମତି ମାଗିଥାନ୍ତି । ଯଦି ତାହାକୁ ଆପଣ ହଁ କୁହନ୍ତୁ ତେବେ ଅନ୍ୟ ପାର୍ଶ୍ୱରୁ ଭିଡ଼ିଓ କଲିଂ ରିକ୍ୟେଷ୍ଟ ଆସିଥାଏ । ତାହାକୁ ରିସଭ କରିବା ମାତ୍ରେ କଲ କରିଥିବା ବ୍ୟକ୍ତି ନ୍ୟୁଡ଼ ହୋଇ ଆପଣଙ୍କୁ ନ୍ୟୁଡ଼ ହେବାକୁ କହିବେ ।

ଆଉ ଆପଣ ନ୍ୟୁଡ଼ ହେବା ପରେ ତାହାର ସବୁ ଭିଡ଼ିଓକୁ ସେମାନେ ସ୍କ୍ରିନ ରେକର୍ଡ଼ିଂ କରି ନିଅନ୍ତୁ । ତାପରେ ଆରମ୍ଭ କରି ଦିଅନ୍ତି ବ୍ଲା-କମେ-ଲିଙ୍ଗ । ତେଣୁ ଯଦି ଆପଣଙ୍କୁ ବି ଏପରି କୌଣସି ରିକ୍ୟେଷ୍ଟ ଆସୁଛି ତେବେ ଜାଣି ନିଅନ୍ତୁ ଯେ ଆପଣ ଠକେଇର ଶି-କାର ହେବେ । ତେଣୁ ଆପଣ ସେଥିରୁ ଦୂରେଇ ଆସନ୍ତୁ ।

ଆଉ ଯଦି କୌଣସି ବ୍ୟକ୍ତି ସେହି ଠକେଇର ଶି-କାର ହୋଇ ସାରିଛନ୍ତି ତେବେ ଆଦୋୖ ଭୟଭୀତ ହୁଅନ୍ତୁ ନାହିଁ । ସଙ୍ଗେ ସଙ୍ଗେ ସାଇବର ଟୋଲଫ୍ରି ନମ୍ବର ୧୯୩୦ କୁ କଲ କରି ଜଣାନ୍ତୁ ଏବଂ ନିଜ ପରିବାରକୁ ମଧ୍ୟ ଜଣାଇ ଭ-ୟଭୀ-ତ ହେବାକୁ ମନା କରନ୍ତୁ । ସେମାନଙ୍କୁ ଟଙ୍କା ଦେବାକୁ ମନା କରନ୍ତୁ । କାରଣ ସେମାନେ କେବେବି କୌଣସି ଭିଡ଼ିଓ ପୋଷ୍ଟ କରନ୍ତି ନାହିଁ କେବଳ ଡରାନ୍ତି । ତେଣୁ ନିଜେ ସତ-ର୍କତା ଅବଲମ୍ବନ କରିବା ସହିତ ଅନ୍ୟକୁ ସତ-ର୍କ କରାନ୍ତୁ ।

Leave a Reply

Your email address will not be published. Required fields are marked *