ଜିଓ ଧମାକାଦାର ଅଫର , ବିନା ଖର୍ଚ୍ଚରେ ପାଆନ୍ତୁ ୧୦,୦୦୦ ଟଙ୍କା ମୂଲ୍ୟର ଇଣ୍ଟରନେଟ ବକ୍ସ

ଭାରତର ସର୍ବବୃହତ ଟେଲିକମ ଓ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓ ଫାଇବର ପୋଷ୍ଟପେଡ ତାଲିକାରେ ଆଉ ଏକ ଧମାକାଦାର ପ୍ଲାନର ଆରମ୍ଭ ହୋଇଛି । ନୂଆ ବ୍ୟବହାରକାରୀ ମାନଙ୍କୁ ଏହା ଜିରୋ ପେମେଣ୍ଟର ସୁବିଧା ପ୍ରଦାନ କରୁଅଛି । ଇଣ୍ଟରନେଟ ଦୁନିଆଁରେ ଜିଓ ଫାଇବର ଏଭଳି ଏକ ନୂତନ ପ୍ଲାନ ଲଞ୍ଚ କରିଛି । ବ୍ୟବହାରକାରୀମାନେ ଜିଓ ଫାଇବରର ପୋଷ୍ଟପେଡ ପ୍ଲାନକୁ ଚୟନ କରିବା ପରେ ସେମାନଙ୍କୁ ବିନା ଖର୍ଚ୍ଚରେ ୧୦,୦୦୦ ଟଙ୍କାର ଇଣ୍ଟରନେଟ ବକ୍ସ , ସେଟ ଟପ ବକ୍ସ ଏବଂ ଇନଷ୍ଟଲେସନର ସମସ୍ତ ସୁବିଧା ମିଳିବ ବୋଲି ଜଣାପଡିଛି ।

ଜିଓ ଫାଇବର ୧୦୦ ଟଙ୍କାରେ ଅନଲିମିଟେଡ ମନୋରଞ୍ଜନର ସୁବିଧା ପ୍ରଦାନ କରୁଅଛି । ମିଳିଥିବା ସୂଚନା ଅନୁଯାୟୀ , ୩୯୯ ଟଙ୍କାର ପ୍ଲାନରେ ସେମାନେ ଅନଲିମିଟେଡ଼ ଅତ୍ୟଧିକ ସ୍ପୀଡ଼ର ଡାଟା ପାଇପାରିବେ । ଏହାବ୍ୟତୀତ ମାସିକ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ୧୪ଟି ଓଟିଟି ଆପର ଲାଭ ଉଠାଇ ପାରିବେ । ତେବେ ଏଥିରେ ବ୍ୟବହାରକାରୀ ମାନେ ସେମାନଙ୍କର ପସନ୍ଦଯୋଗ୍ୟ ସିନେମା , ଟିଭି ଚ୍ୟାନେଲ , ନ୍ୟୁଜ ଚ୍ୟାନେଲ , କ୍ରୀଡ଼ା ଏବଂ ଆହୁରି ବହୁତ କିଛି ଦେଖିପାରିବାର ଲାଭ ଉଠାଇ ପାରିବେ । ତେବେ ସେହି ୧୪ ଟି ଆପ ମଧ୍ୟରେ ଡିଜନି ପ୍ଲସ ହଟଷ୍ଟାର , ଜି୫ , ସୋନିଲିଭ , ଭୁଟ୍, ସନନେକ୍ସଟ , ଡିସକଭରି+ , ହୋଇଚୋଇ , ଅଳଟବାଲାଜୀ , ଏରସ ନାଓ , ଲାୟନ୍ସଗେଟ , ସିମାରୋ , ୟୁନିଭର୍ସାଲ+ , ଭୁଟ୍ କିଡ୍‌ସ ଏବଂ ଜିଓ ସିନେମା ଆଦି ଅନ୍ତର୍ଭୁକ୍ତ ରହିଛି ।

ଆସନ୍ତା ଏପ୍ରିଲ ୨୨ ତାରିଖ ଠାରୁ ଜିଓର ନୂତନ ପ୍ଲାନ ଆରମ୍ଭ ହେବ । ତେବେ ପ୍ଲାନର ଲାଭ ପାଇବା ପାଇଁ ପ୍ରଥମେ ପ୍ରିପେଡରୁ ପୋଷ୍ଟପେଡକୁ ମାଇଁ ଜିଓ ଆପ ମାଧ୍ୟମରେ ଆଣିବାକୁ ପଡିବ । ତେବେ ଫୋନରେ ଓଟିପି ଦେଇ ଭେରିଫାଏ କରିବାକୁ ହେବ । ଏହା ପରେ ମାଇଁ ଜିଓ ଆପ ମାଧ୍ୟମରେ ମନୋରଞ୍ଜନ ପ୍ଲାନକୁ ଚୟନ କରିବାକୁ ପଡିବ ଏବଂ ଚୟନ କରାଯାଇଥିବା ପ୍ଲାନ ପାଇଁ ଦେୟ ପ୍ରଦାନ କରିବାକୁ ପଡ଼ିବ । ତେବେ ଜିଓ ଫାଇବରର ବ୍ୟବହାରକାରୀ ମାନେ ବିନା ଏସଟିବିରେ ନିଜର ମନୋରଞ୍ଜନ ବୋନାଞ୍ଜା ପ୍ଲାନ ଚୟନ କରିବା ପରେ ମାଗଣାରେ ଜିଓ ସେଟ ଅପ ବକ୍ସର ଡେଲିଭରି ପାଇବା ପାଇଁ ଆପଏଣ୍ଟମେଣ୍ଟ ନେଇପାରିବେ ।

ତେବେ ଆପଣ ମାନଙ୍କୁ ଏଠାରେ ଗୋଟିଏ କଥା କହିରଖୁଛୁ ଯେ , ଯେକୌଣସି ଟିଭିକୁ ସ୍ମାର୍ଟ ଟିଭିରେ ଜିଓ ଏସଟିବି ରୂପାନ୍ତରିତ କରିଥାଏ । ଏହା ମାଧ୍ୟମରେ ବ୍ୟବହାରକାରୀ ମାନେ ଟିଭି ସୋ , ସିନେମା , କ୍ରୀଡା , ୱେବ ସିରିଜ ଆଦି କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ । ଏହାବ୍ୟତୀତ ଏଥିରେ ଅନେକ ସୁବିଧା ମଧ୍ୟ ମିଳିଥାଏ । ସେଗୁଡ଼ିକ ମଧ୍ୟରେ ଭଏସ୍ କମାଣ୍ଡ , ୟୁଟ୍ୟୁବ ଅନ ଟିଭି , ଟିଭିରେ ଇଣ୍ଟରନେଟର ସୁବିଧା , ଟିଭି ଜରିଆରେ ଭିଡିଓ କଲ କରିବା , ୧୫ଟି ଭାଷାରେ ୫୫୦ ରୁ ଅଧିକ ଟିଭି ଚ୍ୟାନେଲ , ୩୦୦ରୁ ଅଧିକ ଆପ୍ଲିକେସନ , ଜିଓ ଗେମସ ଆପରେ ମଲ୍ଟିପ୍ଲେୟାର ଗେମ୍ସ ଓ ଟିଭିରେ ଫଟୋ ଏବଂ ଭିଡିଓ ଆଦିର ସୁବିଧା ଅନ୍ତର୍ଭୁକ୍ତ ରହିଛି ।

Leave a Reply

Your email address will not be published. Required fields are marked *