ବିଚ ବଜାରରେ ମହିଳାଙ୍କ ପ୍ରାଇ-ଭେଟ ଅଙ୍ଗ କାଟିଦେଲେ ଯୁବକ, ଆଉ ଲୋକେ ହେଲେ ଦେଖଣାହାରୀ:-

ପ୍ରେମ ଗୋଟିଏ ଏପରି ଜିନିଷ ଯେଉଁଥିରେ ବାଧ୍ୟବାଧକତା ନଥାଏ । ବାଧ୍ୟତାମୂଳକ ପ୍ରେମ ଦ୍ୱାରା ବଡ଼ ବଡ଼ ଘଟଣା ଘଟିଯାଏ । ଯେଉଁଠି ଜଣେ ସ୍ତ୍ରୀ ନିଜର ସ୍ୱାମୀକୁ ହତ୍ୟା କରିବାକୁ ପଛାଏ ନାହିଁ । ଏହିଭଳି ଅନେକ ଘଟଣା ସୋସିଆଲ ମିଡ଼ିଆ ଦ୍ୱାରା ସାମ୍ନାକୁ ଆସିଥାଏ । ଖୁବ ଦୁଃଖଦ ଭାବରେ ଅନେକ ଲୋକ ହତ୍ୟା କରନ୍ତି , କେବଳ କାରଣ ହେଉଛି ବାଧ୍ୟତାମୂଳକ ପ୍ରେମ ।

ବର୍ତ୍ତମାନ ସମୟରେ ଏହିପରି ଏକ ସମ୍ବେଦନଶୀଳ ଘଟଣା ଘଟି ଯାଇଛି , ଯାହା ଜାଣିଲେ ଯେକେହିବି ଭାବିବାକୁ ବାଧ୍ୟ ହେବେ ଯେ ମନୁଷ୍ୟ ଏତେ ନୃଶଂସ କେମିତି ହୋଇପାରେ । ତେବେ ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ । ଦିଲ୍ଲୀର ଶ୍ରଦ୍ଧା ଶବ ହତ୍ୟା ମାମଲା ଲୋକଙ୍କ ମନରୁ ଲିଭି ନାହିଁ ଯେ ଆଉ ଏକ ନୃଶଂସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।

ଜଣେ ଯୁବକ ଜଣେ ବିବାହିତା ମହିଳା ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ , ମାତ୍ର ମହିଳା ଜଣକ ତାଙ୍କ କଥା ନମାନିବାରୁ ଯୁବକ ଜଣକ ବିଚ ବଜାରରେ ମହିଳାଙ୍କ ହାତ , କାନ , ନାକ ଏବଂ ସ୍ତନ କାଟି ଦେଇଛନ୍ତି । ଯେଉଁ ଘଟଣା ବର୍ତ୍ତମାନ ସମୟରେ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ବିହାରର ବାଘଲପୁର ଜିଲ୍ଲାର ଅଟେ । ଯେଉଁଠି ମହମ୍ମଦ ସକିଲ ନାମକ ଯୁବକ ଏପରି କାଣ୍ଡ ଘଟାଇଛନ୍ତି ।ତେବେ ଘଟଣା ଏହା ଯେ ନିଲମ ଦେବୀ ନାମକ ଜଣେ ବିବାହିତା ମହିଳାଙ୍କ ପଛରେ ମହମ୍ମଦ ସକିଲ ନାମକ ଜଣେ ଯୁବକ ପଡ଼ିଥିଲେ ।

ଏମିତିକି ନିଲମଙ୍କୁ ତାଙ୍କ ସହିତ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରୁଥିଲେ । ନିଲମ ବାରମ୍ବାର ତାଙ୍କୁ ବାରଣ କରି ଆସୁଥିଲେ । କିନ୍ତୁ ସକିଲ ନିଜ ଅଭ୍ୟାସ ଛାଡ଼ି ନଥିଲେ ବରଂ ନିଲମଙ୍କୁ ବାରମ୍ବାର ହଇରାଣ କରିବାରେ ଲାଗିଥିଲେ । ଏହି ମାମଲାରେ ନିଲମଙ୍କ ପରିବାର ଲୋକେ ମଧ୍ୟ ଘଟଣା ବିଷୟରେ ଜାଣି ସକିଲଙ୍କୁ ଧମକ ଦେଇ ତାଙ୍କ ପରିବାର ଠାରୁ ଦୂରେଇ ରହିବାକୁ କହିଥିଲେ ।

ମାତ୍ର ସକିଲଙ୍କ ମନରୁ ନିଲମ ହଟି ନଥିଲେ । ବରଂ ତାଙ୍କୁ ମାରିବାର ଷଡଯନ୍ତ୍ର କରିଥିଲେ । ଗତକାଲି ପାରପେଣ୍ଟି ଗ୍ରାମର ଏକ ଦୋକାନକୁ ଯେତେବେଳେ ନିଲାମ ଗ୍ରସେରି ସାମଗ୍ରୀ ଆଣିବାକୁ ଯାଇଥିଲେ ସେତେବେଳେ ସକିଲ ତାଙ୍କୁ ଏକୁଟିଆ ପାଇଁ ଏକ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ଖୁବ ନୃଶଂସ ଭାବରେ ବିଚ ରାସ୍ତାରେ ମହିଳାଙ୍କ ହାତ , କାନ , ନାମ ଏବଂ ସ୍ତନକୁ କାଟି ଦେଇଥିଲେ । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏହି ଘଟଣା ଘଟିବା ସମୟରେ ରାସ୍ତାରେ ଅନେକ ଲୋକ ଜମା ହୋଇଥିଲେ । ସମସ୍ତେ କେବଳ ଏହି ଦୃଶ୍ୟକୁ ଦେଖୁଥିଲେ , କେହିବି ବଞ୍ଚାଇବାକୁ ଆସି ନଥିଲେ । ହତ୍ୟା ପରେ ସକିଲ ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲା ଏବଂ କିଛି ସ୍ଥାନୀୟ ଲୋକେ ନିଲମଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

କିନ୍ତୁ ସେତେବେଳକୁ ନୀଲମଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାଠିଆରୁ ମରଣାସ୍ତ୍ରକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହିତ ନିଲମଙ୍କ ପରିବାର ଲୋକଙ୍କୁ ପଚରା ଉଚୁରା ଜାରି ରଖିଛି । ନିଲମଙ୍କ ସ୍ୱାମୀଙ୍କ କହିବା କଥା ଯେ ସକିଲଙ୍କ ସହିତ ତାଙ୍କ ସ୍ତ୍ରୀର କୌଣସି ଗମ୍ଭୀର ଶତ୍ରୁତା ନଥିଲା ।

Leave a Reply

Your email address will not be published. Required fields are marked *