ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୫ଟି ସଂକେତ…

ବନ୍ଧୁମାନେ ଆମ ଜୀବନରେ ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଆସିଥାଏ ବୋଲି ଏଇଟା ଆମେ ସମସ୍ତେ ଜାଣନ୍ତି। ଆମ ଜୀବନରେ ଆସୁଥିବା ପରିବର୍ତ୍ତନ ଆମକୁ ଉଚିତ୍ ସମୟ ହେଲେ ପ୍ରାପ୍ତ ହୁଏ। ମନୁଷ୍ୟ ଭାଗ୍ୟ ଅନୁଯାୟୀ ତାକୁ ସେହି ସବୁ ମିଳିଥାଏ ଯାହା ତାକୁ ପ୍ରାପ୍ତ କରିବାର ଥାଏ। ତେଣୁ ଏହି ସବୁକୁ ଆମେ ସମୟ ଉପରେ ନିର୍ଦ୍ଧାରିତ ବୋଲି କହିଥାଉ। ସମୟ ଚକ୍ର ଏପରି ଯେ ଆମକୁ ଦୁଃଖ ଆସିଲେ ଏହା ପରେ ନିଶ୍ଚୟ ସୁଖର ଦିନ ଆସିଥାଏ। ସୁଖ ସମୟ ଯେପରି ବେଶି ଦିନ ରୁହେ ନାହିଁ ସେହିପରି ସୁଖର ସମୟ ମଧ୍ୟ ବେଶୀ ଦିନ ରହିପାରେ ନାହିଁ।

ଆମ ପୌରାଣିକ ଯୁଗରେ ମଧ୍ୟ ଏହି ସମୟ ଚକ୍ର ବିଷୟରେ ଅନେକ ତଥ୍ୟ ରହିଅଛି। ଶୁଭ ସମୟ ଆସିବା ପୂର୍ବରୁ କେତୋଟି ସଂକେତ ଆମକୁ କୌଣସି ନା କୌଣସି କ୍ଷେତ୍ରରୁ ମିଳୀଯାଇ ଥାଏ। ସେହିଭଳି ଅଶୁଭ ଘଟଣା ଗୁଡ଼ିକ ମଧ୍ୟ ସମୟ ଚକ୍ର ଅନୁଯାୟୀ ଆଗରୁ ସୂଚିତ କରିଥାଏ। ତେଣୁ ଆସନ୍ତୁ ଜାଣିବା ଆଗକୁ ଆସୁଥିବା ସମୟ ତାହା ଆପଣଙ୍କ ପାଇଁ ଶୁଭ ଅବା ଅଶୁଭ ଓ କେତୋଟି ସଂକେତ ବିଷୟରେ ଯାହା ଆପଣଙ୍କୁ ସମୟ ପୂର୍ବରୁ ମିଳିଥାଏ।

୧. ସାରା ରାତି ଅନିଦ୍ରା ହେବା ଅବା ଶୋଇବା ସମୟରେ କିଛି ଜିନିଷ ଚିନ୍ତା କରିବା ହେଉଛି ଆପଣଙ୍କର ବହୁ ଦିନରୁ ଥିବା ଇଚ୍ଛା ବା ବଡ଼ ସଫଳତାକୁ ଅପେକ୍ଷା କରିଥିବା ବା ଘଟିବାକୁ ଯାଉଥିବା ଏହି ସଂକେତ।

୨. ସକାଳ ସମୟରେ ଉଠିବା ଏକ ସକାରାତ୍ମକ ଭାବନା ସହିତ ଖୁସି ମନରେ ଉଠିବା ମଧ୍ୟ ଏକ ସଂକେତ ଅଟେ। ଏହାସହ ଆପଣଙ୍କର କୌଣସି ବଡ଼ ସମସ୍ୟା ଏହିଦିନ ସମାଧାନ ହେବାକୁ ଯାଇଥାଏ। ତେଣୁ ଏହି ଦିନ ଆପଣଙ୍କ ପାଇଁ ବହୁତ୍ ଶୁଭ ହୋଇଥାଏ। ଏହା ସହ ସକାଳ ହେବା ମାତ୍ରେ କାଉ କିମ୍ବା କୋଇଲିର ସ୍ୱର ଶୁଣି ସକାଳୁ ଉଠିବାର ମାନେ ଦିନ ବହୁତ୍ ଭଲ ହୁଏ। ଏହା ସହ ଘରୁ ବାହାରକୁ ଯିବା ସମୟରେ ପାଣି ଭରିଥିବା ବାଲ୍ଟି ଦେଖିବା କାର୍ଯ୍ୟରେ ସଫଳତା ପ୍ରାପ୍ତିର ସୂଚକ ଅଟେ। ଏହା ସହ ପାଣି ବଲ୍ଟିରୁ ପାଣି ନିର୍ଗତ ହେବାର ଦେଖିବା ଅଶୁଭ ହୋଇଥାଏ ଏବଂ ଏହା ଦ୍ଵାରା କାର୍ଯ୍ୟରେ ଅସଫଳତା ଦେଖା ଯିବାକୁ ସୂଚାଇ ଥାଏ।

ମହିଳାଙ୍କ ଅଙ୍ଗର ବାମ ଭାଗ ଏବଂ ପୁରୁଷଙ୍କ ଅଙ୍ଗର ଡାହାଣ ଭାଗ ଆଖି ଡେଇଁଲେ। ତାହା ଶୁଭ ସମୟ ଆସୁଥିବାର ଅର୍ଥକୁ ବୁଝାଇଥାଏ। ଏହା ସଫଳତା,ମାନସମ୍ମାନ ଅର୍ଜନ କରିବା ସହିତ ଆର୍ଥିକ ସ୍ଥିତିରେ ଉନ୍ନତି ଆଦିର ଲକ୍ଷଣ ହୋଇଥାଏ। ଘର ମଧ୍ୟରେ ଯେତେ ଧ୍ୟାନ ରଖିଲେ ମଧ୍ୟ କ୍ଷୀର ଉତୁରିବା ଏକ ଶୁଭ ସଙ୍କେତ ହୋଇଥାଏ। ଏହାର ଅର୍ଥ କୌଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆସିପାରେ। ଏହାସହ ଘର ମଧ୍ୟରେ ଥିବା ଝିଟିପିଟିଙ୍କ ଝଗଡ଼ା ଅଶୁଭ ହୋଇଥାଏ। ଏହି ଝିଟିପିଟି ଯଦି ଆପଣଙ୍କ ଡାହାଣ ପଟ କାନ୍ଧ ଅବା ବେକରେ ଖସି ପଡେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ରୋଜଗାରରେ ଲାଭ ଏବଂ ଶୁଭ ଖବର ମିଳିବା ଭଳି ହୋଇଥାଏ।

ଡାହାଣ ହାତରେ ପାପୁଲି କୁଣ୍ଡେଇ ହେବା ଧନ ଆସିବାର ଶୁଭ ସଙ୍କେତ ହୋଇଥାଏ। ସକାଳର ନିଦ ଯଦି କୌଣସି ଖରାପ ସ୍ବପ୍ନ ଲାଗି ହୋଇଥାଏ। ତେବେ ଦିନ ଟି ଅମଙ୍ଗଳ ହୋଇଥାଏ ଓ ସେହିଦିନ କୌଣସି ଶୁଭ କାର୍ଯ୍ୟ ହୋଇପାରି ନଥାଏ। ଦୂର ଯାତ୍ରା ସମୟରେ ଯଦି ବିଲେଇ ଆଖି ମିଶେଇ ବିକଟାଳ ରାବେ। ତେବେ ସେହି ଯାତ୍ରା କାଳରେ ସମସ୍ୟା ଆସିଥାଏ। ଅନ୍ୟପଟରେ ଯଦି ବିଲେଇ ଯାତ୍ରା କାଳରେ ତାର ଛୁଆ ସାଙ୍ଗରେ ଖେଳୁଥାଏ। ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଘର ଦୁଆରେ ଗାଈ ବା ଗୋମାତା ଆସି ଖାଦ୍ୟ ଖାଇବା ଆଶାରେ ଆସନ୍ତି ତେବେ ଏହାର ଅର୍ଥ ଘରର ପରିସ୍ଥିତିରେ ସୁଧାର ଆସିବାକୁ ବୁଝାଇ ଥାଏ। ଏହା ଘରର ଉନ୍ନତି ମାର୍ଗରେ ଯିବା ସହିତ ଧନ ବୃଦ୍ଧିର ସଂକେତ ହୋଇଥାଏ।

ଏହି ସବୁ ସଂକେତ ଆପଣଙ୍କର ଭଲ ଅବା ମନ୍ଦ ସବୁ ଆପଣଙ୍କୁ କାଟିବାକୁ ପଡ଼ିଥାଏ। ତେଣୁ ଖରାପ ସମୟ ପଡ଼ିଲେ ନିଜେ ଦୃଢ଼ତାର ସହିତ ଧର୍ଯ୍ୟ ଧରିବାକୁ ହୋଇଥାଏ। ତେଣୁ ଭଗବାନଙ୍କ ଉପରେ ବିଶ୍ୱାସ ଓ ଭରସା ରଖନ୍ତୁ। ଦେଖିବେ ଆପଣଙ୍କ ଖରାପ ସମୟ ସେ ନିଶ୍ଚୟ ଟାଳି ଦେବେ। ସେହି ପର୍ଯ୍ୟନ୍ତ ଆପଣଙ୍କୁ ଧର୍ଯ୍ୟ ଧରିବାକୁ ହୋଇଥାଏ।

Leave a Reply

Your email address will not be published. Required fields are marked *