ଏଠାରେ ଅଛି ସ୍ୱର୍ଗକୁ ରାସ୍ତା.. ଖୁବ ଭୟଙ୍କର କିନ୍ତୁ ଦେଖିବାକୁ ସ୍ୱର୍ଗ ସୁଖ ଠାରୁ ସୁନ୍ଦର…

ପ୍ରକୃତି ଦେଖିବାକୁ ଅନେକ ସୁନ୍ଦର ଏବଂ ମନରୋମ ମଧ୍ୟ। ଖୋଲା ଆକାଶ ଘନ ବାଦଲ ଭିତରେ କେବେ ଆପଣ ସମୟ ବିତେଇବା ପାଇଁ ଚାହୁଁଛନ୍ତି କି? କେବେ ପ୍ରକୃତିର ସେହି ଅକୁହା କଥାକୁ ଶୁଣିବା ପାଇଁ ଚାହୁଁଛନ୍ତି କି? ନିଜର ସମସ୍ତ ଚିନ୍ତାକୁ ଦୂର କରିବା ପାଇଁ କେବେ ଏହି ପ୍ରକୃତି କୂଳରେ ହଜିବା ପାଇଁ ଚାହୁଁଛନ୍ତି କି?

ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ବିଷୟରେ ଜଣାଇବୁ ଯେଉଁଠାରେ ଆପଣ ପ୍ରକୃତି ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନକୁ ମନଖୋଲି ଉପଭୋଗ କରି ପାରିବେ। ଏହା ହେଉଛି ମର୍ତ୍ତ୍ୟମଣ୍ଡଳରେ ସ୍ୱର୍ଗର ସୁଖ ଅନୁଭବ କରିବା ଭଳି ସ୍ଥାନ।

ଭାରତର ପଡୋଶୀ ଦେଶରେ ରହିଛି ଏଭଳି ଏକ ସୁନ୍ଦର ଏବଂ ଭୟଙ୍କର ସ୍ଥାନ। ଯେଉଁଠାର ଆପଣ ଶୀର୍ଷରେ ପହଞ୍ଚିଲେ ପ୍ରକୃତି କଣ ତାହା ବାସ୍ତବରେ ଗୋଟିଏ ଝଲକରେ ବୁଝି ଯାଇ ପାରିବେ। ହେଲେ ଏଠାକୁ ପହଞ୍ଚିବାର ରାସ୍ତା ସହଜ ନୁହେଁ ଏହା ଅତ୍ୟନ୍ତ ଭୟଙ୍କର ସହ ବିପଦପୂର୍ଣ୍ଣ ମଧ୍ୟ। ଏହା ହେଉଛି ଶ୍ରୀଲଙ୍କାର ଆମ୍ବୁଲ୍ବମ୍ବା ଟାଓ୍ବାର। ଯାହାର ଶୀର୍ଷରେ ଆପଣ ଛିଡ଼ା ହେଲେ ଆପଣଙ୍କୁ ଚତୁର୍ଦ୍ଦିଗ ମେଘାଚ୍ଛନ୍ନ ଦେଖାଯିବ। ଆପଣଙ୍କୁ ମନେ ହେବ ଯେପରି ଆପଣ ବାଦଲ ମାଳ ଭିତରେ ରହିଛନ୍ତି।ଏହି ଟାଓ୍ବାରକୁ ଚତୁଃପାର୍ଶ୍ଵରୁ ପର୍ବତମାଳା ଘେରି ରହିଛି।ଆମ୍ବୁଲ୍ବମ୍ବାର ପୂର୍ବ ଦିଗରେ ପୂର୍ବୁତାଲାଗାଲା ପଶ୍ଚିମରେ ବାଥଲାଗାଲା ଉତ୍ତରରେ ନୁତେରା ଏବଂ ଦକ୍ଷିଣ ଭାଗରେ ଶ୍ରୀପଦ ପର୍ବତ ରହିଛି।

ଆମ୍ବୁଲ୍ବମ୍ବା ଟାଓ୍ବାରକୁ ଗୋଭିଜାନା ହେୟା ବୋଲି ମଧ୍ୟ କୁହାଯାଏ।ଏହା ୪୮ ମିଟର ଉଚ୍ଚରେ ଆକାଶ ମାର୍ଗକୁ ମୁହଁ କରି ଛିଡ଼ା ହୋଇ ରହିଛି ଏବଂ ଏହା ସ୍ପାଇରାଲ ଆକାରରେ ନିର୍ମାଣ କରାଯାଇଛି। ଶିଖରକୁ ଚଢ଼ିବା ପାଇଁ ଏଥିରେ ଛୋଟଛୋଟ ସିଡି ନିର୍ମାଣ କରାଯାଇଛି। ଏହାକୁ ସିନ୍ହାର ରାଜା ଚତୁର୍ଥ ଭୁବନେକାବାହୁ ୧୩୪୧-୧୩୫୭ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା କରିଥିଲେ।ମାୟୁର ସାଣ୍ଡେରା ଚତୁର୍ଦଶ ଶତାବ୍ଦୀରେ ଏଠାକୁ ଆସି ଏହାର ନିର୍ମାଣ ଏବଂ ଅବସ୍ଥାନକୁ ନେଇ ଏହା ଉପରେ କବିତା ମଧ୍ୟ ଲେଖିଥିଲେ ଯାହା ଖୁବ ଲୋକପ୍ରିୟ ହୋଇଥିଲା।

ତେବେ ଏହି ଟାଓ୍ବାର ସପ୍ତାହର ସାତଦିନ ଖୋଲା ରୁହେ। ପର୍ଯ୍ୟଟକ ମାନେ ସକାଳ ୮.୩୦ରୁ ଆସି ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଏଠାରେ ପରିଭ୍ରମଣ କରି ପାରିବେ। ଏଠାକୁ ଯିବାଆସିବା କରିବା ପାଇଁ ଟିକେଟର ବ୍ୟବସ୍ଥା କରାଯାଇଛି ଏବଂ ଏହା ସହିତ ଏଠାରେ ଯୋଗାଯୋଗର ବ୍ୟବସ୍ଥା ମଧ୍ୟ ବହୁତ ଭଲ ଭାବରେ କରାଯାଇଛି।

ତେବେ ଏହି ସ୍ଥାନକୁ ପରିଭ୍ରମଣ କରିଥିବା ପର୍ଯ୍ୟଟକ ମାନେ ତାଙ୍କର ଅନୁଭୂତି ପ୍ରକାଶ କରି କୁହନ୍ତି ଯେ ଏଠାକାର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟ ଉଭୟ ଅତ୍ୟନ୍ତ ମନଲୋଭା।ତେବେ ଏହି ସମୟରେ ଆସିଲେ ଆପଣ ଏହାକୁ ଖୁବ ଭଲ ଭାବରେ ଉପଭୋଗ କରି ପାରିବେ। ତେବେ ଦର୍ଶକ ବନ୍ଧୁ ଏହା ଭୟଙ୍କର ହେଲେ ମଧ୍ୟ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମାନେ ପରିଭ୍ରମଣ କରିବା ପାଇଁ ଆସନ୍ତି।ଏହାର ଶୀର୍ଷରେ ଚଢିଲେ ଆପଣଙ୍କୁ ଯେଉଁ ତୃପ୍ତି ମିଳିବ ତାହା ଶବ୍ଦରେ କେବେ ପ୍ରକାଶ କରି ହେବନାହିଁ। ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି ଯାହାର ଅବସ୍ଥିତି ବିସ୍ମୟଜନକ ହୋଇଥିଲେ ମଧ୍ୟ ଏହା ଲୋକମାନଙ୍କୁ ସଦାସର୍ବଦା ଆକର୍ଷଣ କରିଥାଏ। ଲୋକମାନେ ଏହି ସ୍ଥାନକୁ ଆସି ପରିଦର୍ଶନ କରି ଏହାର ଦୃଶ୍ୟକୁ ଅନୁଭବ କରିଥାନ୍ତି।

Leave a Reply

Your email address will not be published. Required fields are marked *