ଭଣ୍ଡ ବାବାଙ୍କର ଖୋଲିଗଲା ମୁଖା, ସୁନ୍ଦରୀ ଝିଅ ମାନଙ୍କ ସହିତ ରଖୁଥିଲା ସମ୍ପର୍କ , ୧୦୦ ଝିଅଙ୍କ ସହ ୧୨୦ ଅ-ଶ୍ଳୀ-ଳ ଭିଡିଓ କରିଥିଲେ…

ଆଜିର ଦୁନିଆଁରେ ଭଣ୍ଡ ବାବା ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର ହୋଇ ଚାଲିଛି ପଛକେ କମିବାରେ ଲାଗିଛି । ଭଗବାନଙ୍କ ନାମ ନେଇ ଏମାନେ ଘଟାଇ ଚାଲିଛନ୍ତି ଅନେକ ଅନୈତିକ କାର୍ଯ୍ୟ ଆଉ ସେହି ଜାଲରେ ଫସାଇ ଚାଲିଛନ୍ତି ନିରୀହ ଲୋକ ମାନଙ୍କୁ । ଭଦ୍ର ମୁଖା ତଳେ ଲୁଚାଇ ରଖୁଛନ୍ତି ନିଜର ଅଭଦ୍ର ମୁହଁକୁ ।

ଆଉ ସେହି ମୁହଁ ଦେଖି ଏବଂ ଭଗବାନଙ୍କ ବାଣୀ ଶୁଣି ଅନେକ ଲୋକ ଫସି ଯାଉଛନ୍ତି । ଆଉ ଥରେ ସେହି ଜାଲରେ ଫସିଯିବା ପରେ ସେଥିରୁ ବାହାରିବା ଏତେ ସହଜ ନୁହେଁ । ଏହାର ଫାଇଦା ଉଠାଇ ବାବା ମାନେ ଅନେକ ଖରାପ କାମ କରିବାରେ ଲାଗିଛନ୍ତି । ତେବେ ଏମାନଙ୍କ କାରନାମା ଧରା ପଡ଼ିବା ବେଳକୁ ବହୁତ ବିଳମ୍ୱ ହୋଇ ଯାଉଛି ।

ସେହି ସମୟ ବେଳକୁ ସବୁକିଛି ଶେଷ ହୋଇ ଯାଉଛି । ତେବେ ଥରେ ଚିନ୍ତା କରି ଦେଖନ୍ତୁ ତ ଏମିତି କେତେ ବାବା କେତେ ମହିଳା ଆଉ ଝିଅ ମାନଙ୍କର ଜୀବନ ଖରାପ କରି ପକାଉଛନ୍ତି । ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଜଣେ ବାବାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ୧୦୦ ରୁ ଅଧିକ ମହିଳା ମାନଙ୍କ ସହିତ ଦୁ-ଷ୍କର୍ମ କରିବା ସହିତ ୨୨୦ ରୁ ଅଧିକ ମହିଳା ମାନଙ୍କର ଅ-ଶ୍ଳୀ-ଳ ଭିଡିଓ କରି ରଖିଥିଲେ ।

ତେବେ ବର୍ତ୍ତମାନ ତାଙ୍କର ସବୁ କାରନାମାର ଅନ୍ତ ହୋଇଛି ଆଉ ପୋଲିସ ତାଙ୍କୁ ଧରି ପକାଇଛି । ତେବେ ସେହି ବାବା ଜଣକ ହେଉଛନ୍ତି ହରିୟାଣାର । ହରିୟାଣାର ଚର୍ଚ୍ଚିତ ଜଲେବି ବାବା । ପ୍ରକୃତ ନାମ ହେଉଛି ଅମରପୁରୀ ନାଗା । ନିଜର ଏକ କଳା ସାମ୍ରାଜ୍ୟ ଖୋଲି ବସିଥିଲେ । ଆଉ ସେହି କଳା ସାମ୍ରାଜ୍ୟ ମଧ୍ୟରେ ଘଟାଇ ଚାଲିଥିଲେ ଅନେକ କାଣ୍ଡ ।

ନିଜର ଏକ ଆଶ୍ରମ ପ୍ରତିଷ୍ଠା କରି ବସିଥିଲେ , ଯେଉଁଠାକୁ ଶହ ଶହ ଭକ୍ତ ଆସୁଥିଲେ । ବାବାଙ୍କ ଦର୍ଶନ କରିବା ପାଇଁ ସମସ୍ତେ ବ୍ୟାକୁଳ ହୋଇ ପଡୁଥିଲେ । ଆଉ ବାବା ନିଜ ମିଠା ମିଠା ବାଣୀ ଏବଂ ପ୍ରବଚନ ଦ୍ଵାରା ସମସ୍ତଙ୍କୁ ଆକୃଷ୍ଟ କରି ରଖିଥିଲେ । ତେବେ ଆଶ୍ଚର୍ଯ୍ୟର ବିଷୟ ଏହା ଯେ , ବାବା ଏହାରି ମଧ୍ୟ ନଜର ପକାଇ ଦେଉଥିଲେ ତାଙ୍କ ଆଶ୍ରମକୁ ଆସୁଥିବା ସୁନ୍ଦରୀ ଝିଅ ଏବଂ ମହିଳା ମାନଙ୍କ ଉପରେ ।

ତେବେ ଏହା ପରେ ବାହାନା କରି ସେମାନଙ୍କୁ ନିଜ ପାଖକୁ ଡାକି ନେଉଥିଲେ ଆଉ ଏହାପରେ ଏପରି ଫସାଇ ଦେଉଥିଲେ ଯେ , ତାଙ୍କ ଜାଲରୁ ମୁକୁଳିବା ଏତେ ସହଜ ନଥିଲା । ପ୍ରଥମେ ସେମାନଙ୍କ ସହିତ ଜୋର୍ ଜବରଦସ୍ତ କରି ଦୁଷ୍କର୍ମ କରୁଥିଲେ ଆଉ ତାପରେ ସେଗୁଡିକର ଭିଡିଓ ବନାଇ ବ୍ଲାକମେଲ କରି ଚାଲିଥିଲେ । ଏପରି ଭାବରେ ସେ ୨୦୦ ରୁ ଅଧିକ ଝିଅ ମାନଙ୍କର ଭିଡିଓ ବନାଇ ରଖିଥିଲେ ।

ତେବେ ଏହି ଭିଡିଓ ଗୁଡ଼ିକୁ ବର୍ତ୍ତମାନ ପୋଲିସ ଦ୍ଵାରା ଜବତ କରାଯାଇଛି । ଅନ୍ୟ ପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ , ୧୩ ଅକ୍ଟୋବର ୨୦୧୭ ମସିହାର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଥିଲା । କିନ୍ତୁ ସେହି ମହିଳାଙ୍କ ଉପରେ ସେ ଏତେ ଚାପ ପକାଇ ଥିଲେ ଯେ , ତାଙ୍କୁ ଛାଡି ଦିଆ ଯାଇଥିଲା । ଏହାପରେ ୨୦୧୮ ମସିହାରେ ଆଉ ଜଣେ ମହିଳା ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଏବଂ ତାଙ୍କ ଆଶ୍ରମ ଉପରେ ଚଢାଉ ମଧ୍ୟ କରା ଯାଇଥିଲା ।

ଏହାପରେ ସାମ୍ନାକୁ ଆସିଥିଲା ସବୁ ସତ । ୧୦୦ ଝିଅଙ୍କ ସହିତ ଦୁଷ୍କର୍ମ ଅଭିଯୋଗ ତଥା ୨୨୦ ରୁ ଅଧିକ ଝିଅ ମନଙ୍କର ଅ-ଶ୍ଳୀ-ଳ ଭିଡିଓ ପୋଲିସ ଦ୍ଵାରା ଜବତ କରା ଯାଇଥିଲା । ଖାଲି ଏତିକି ନୁହେଁ , ଫତିଆବାଦ କୋର୍ଟ ବାବାଙ୍କୁ ୧୪ ବର୍ଷ ସଜା ଶୁଣାଇବା ସହିତ ୩୫,୦୦୦ ଟଙ୍କାର ଜୋରିମାନା ଲଗାଇ ଥିଲେ ।

Leave a Reply

Your email address will not be published. Required fields are marked *