କିଶୋର ଭାଇନାଙ୍କ ହାତ ତିଆରି ମଟନ ତରକାରୀ ଖାଇବାକୁ ସମସ୍ତଙ୍କର ଜମେ ପ୍ରବଳ ଭିଡ। ହେଲେ ବର୍ତ୍ତମାନ ମଟନ ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା। ମାଟିରେ ମିଶିଛି ସମସ୍ତଙ୍କ ପ୍ରିୟ କିଶୋର ଭାଇନାଙ୍କ ହୋଟେଲ। ବିଏମସିର ସିଲ ପରେ ବି ଖୋଲିଥିଲା ହୋଟେଲ। ଏହା ପରେ ବୁଲ ଡୋଜର ଲଗାଇ ହୋଟେଲ କୁ ମାଟିରେ ମିଶାଇ ଦେଲା ବିଏମସି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇନାଙ୍କ ଦୋକାନରେ ଏମିତି ଭିଡ଼ ଜମେ ତାହା ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି।
କିଶୋର ଭାଇନାଙ୍କ ହାତ ତିଆରି ମଟନ ତରକାରୀ ସାଙ୍ଗକୁ ଭାତ ଓ ସାଲଡ଼ ଖାଇବାକୁ ଓଡ଼ିଶାର କୋଣ ଅନୁକୋଣରୁ ଲୋକେ ଧାଇଁ ଆସନ୍ତି। ଏମିତିକି ଅନେକ ସମୟରେ ଦେଖିବାକୁ ମିଳେ କି ଯିଏ ଯେଉଁ ବି କାର୍ଯ୍ୟରେ ଭୁବନେଶ୍ୱର ଆସିଥାନ୍ତୁ ନା କାହିଁକି କିଶୋର ଭାଇନାଙ୍କ ହାତ ତିଆରି ମଟନ ତରକାରୀ ନଖାଇ କେହି କେବେ ଫେରନ୍ତି ନାହି।
ହେଲେ ଆଜି ଯେଉଁ ଦୃଶ୍ୟ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖ କିଶୋର ଭାଇନାଙ୍କ ହୋଟେଲରୁ ଆସିଛି ତାହା ମଟନ ପ୍ରେମୀଙ୍କୁ ଝଟକା ଦେଇଛି। ସୂଚନାନୁଯାୟୀ ଦୁଇଦିନ ତଳେ ବିଏମସି ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏପରିକି ଅତ୍ୟାଧିକ କଲର ବ୍ୟବହାର କରୁଥିବାରୁ କିଶୋର ଭାଇନାଙ୍କ ମଟନ୍ ହୋଟେଲକୁ ସିଲ୍ କରିଥିଲା ବିଏମସି ଏଥି ସହିତ କିଶୋର ହୋଟେଲ୍ର ଫୁଡ୍ ଲାଇସେନ୍ସ ବାତିଲ୍ ସହ ଫାଇନ୍ କରାଯାଇଥିବା ନେଇ ଟ୍ୱିଟ୍ କରି BMC ସୂଚନା ମଧ୍ୟ ଦେଇଥିଲା।
ହେଲେ କିନ୍ତୁ ବିଏମସି ର ହୋଟେଲକୁ ସିଲ କରିବା ପରେ ବି କିଶୋର ଭାଇନାଙ୍କ ମଟନ ହୋଟେଲ ବନ୍ଦ ହୋଇନଥିଲା। ସବୁଦିନ ପରି ଗତକାଲି ମଧ୍ୟ ହୋଟେଲ ରେ ରୋଷେଇ ହୋଇଥିଲା ଓ ଲୋକେ ମଧ୍ୟ ଖାଇବାକୁ ଆସିଥିଲେ। ଏନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ବିଏମସି ଆଜି ବୁଲ ଡୋଜର ଲଗାଇ ହୋଟେଲକୁ ମାଟିରେ ମିଶାଇ ଦେଇଛି।
ସେପଟେ ହୋଟେଲ ସିଲ ସତ୍ତ୍ୱେ କିଶୋର ଭାଇନାଙ୍କ ହୋଟେଲ ଖୋଲା ରହିଥିବାରୁ ଲୋକେ ପ୍ରଶ୍ନ କରିବା ମଧ୍ୟ ଆରମ୍ଭ କରିଦେଇଥିଲେ କି ବାସ୍ତବରେ କିଶୋର ଭାଇନାଙ୍କ ହୋଟେଲ ବିଏମସି ସିଲ କରିଥିଲା କି ନାହିଁ। ଯଦି କରିଥିଲା ତେବେ କିପରି ସିଲର ଗୋଟେ ଦିନ ବି ଯାଇନି ହୋଟେଲରେ ଆରମ୍ଭ ହେଲା ରୋଷେଇ ପରସା ହେଲା ମଟନ। ତେବେ ଏହି ଆଲୋଚନା ଚର୍ଚ୍ଚା ଚାଲିଥିବା ବେଳେ ଲୋକେ ବିଏମସି ପ୍ରତି ସନ୍ଦେହ ମଧ୍ୟ ସୃଷ୍ଟି କରୁଥିଲେ। ତେବେ ଏମିତି କଳ୍ପନା ଜଳ୍ପନା ଭିତରେ ଆଜି ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା ତାହା ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିବା ବେଳେ ମଟନ ପ୍ରେମିଙ୍କ ହୃଦୟକୁ କଷ୍ଟ ଦେଇଥିଲା।
କୁହାଯାଏ କି କିଶୋର ଭାଇନାଙ୍କ ହୋଟେଲ କେବଳ ରାଜଧାନୀ ନୁହେଁ ବଂର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଏପରିକି ଓଡ଼ିଶାର ଗାଁଠୁ ଗଳି ସବୁଠି ବେଶ ପରିଚିତ। ଯିଏ ଖାଇଛି କିଶୋର ଭାଇନାଙ୍କ ମଟନ ତରକାରୀ ସେ ଆଉ ଥରେ ନିଶ୍ଚିତ ଯାଇଛି ଓ ଯିଏ ନଖାଇଛି ସେ ଥରୁଟିଏ ଖାଇବାକୁ ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି। ଅନେକ ସଂଘର୍ଷ କରି ଦିନେ କିଶୋର ଭାଇନା ଆରମ୍ଭ କରିଥିଲେ ଏହି ହୋଟେଲ ହେଲେ ଆଜି ତାହା ଧୂଳିସାତ ହୋଇଯାଇଛି। ଛୋଟ ରୁ ଦିନେ ବଡ ହୋଇଥିଲେ ଆଉ ପ୍ରତ୍ୟକ ଦିନ କିଶୋର ଭାଇନାଙ୍କ ହୋଟେଲରେ ରୋଷେଇ ହେଉଥିଲା 200 କେଜି ମଟନ। ଆଉ 200 କେଜି ମଟନକୁ ମଧ୍ୟ ଲୋକେ ଆସି ଖାଉଥିଲେ ମଜା ନେଉଥିଲେ ହେଲେ ଆଜି କିଶୋର ଭାଇନାଙ୍କ ଦୋକାନ ମାଟିରେ ମିଶିଯାଇଛି।