ମାଲିକ କଥା ନମାନି ମେଣ୍ଢାକୁ କାମୁଡ଼ିବା ପାଇଁ ଚାଲିଗଲା କିନ୍ତୁ ମେଣ୍ଢା ଯାହା କଲା ! :-

ତେବେ ସମୟ ସମୟରେ ପଶୁ ମାନେ ମଧ୍ୟ ଭୁଲ ଶତ୍ରୁ ସହିତ ପଙ୍ଗା ନେଇଥାନ୍ତି ଯାହାଦ୍ୱାରା ସେମାନଙ୍କୁ ପସ୍ତେଇବାକୁ ପଡ଼ିଥାଏ । ଆଜିକାର ଲେଖାରେ ଆମେ ଏହି ସମ୍ବନ୍ଧୀତ କିଛି ଭିଡ଼ିଓ ବିଷୟରେ କହିବୁ ଯେଉଁଠି ପଶୁ ମାନଙ୍କର ଭୁଲ ପଶୁ ସହିତ ପଙ୍ଗା ନେବା ନା ସେମାନଙ୍କୁ କେବଳ ପଶ୍ଚାତାପରେ ପକାଇଛି ବରଂ ଯମରାଜଙ୍କ ଦର୍ଶନ ମଧ୍ୟ କରାଇଛି ।

୧ . ପ୍ରଥମ ଭିଡ଼ିଓରେ ଆପଣ ଦେଖି ପାରିବେ ଯେ କିପରି ଏକ ବୁଲଡଗ ନିଜକୁ ବିରାଟ ଶକ୍ତିଶାଳୀ ଭାବି ଏକ ବିଶାଳ ବାଇସନ ସହିତ ଲଢ଼େଇ କରିବାକୁ ମାଡ଼ି ଆସୁଛି । କିନ୍ତୁ ତାର ଏପରି କରିବା ତାକୁହିଁ ମହଙ୍ଗା ପଡ଼ିଲା । କାରଣ ଭିଡ଼ିଓରେ ଆପଣ ମାନେ ଭଲ ଭାବରେ ଦେଖି ପାରିବେ ଯେ ବାଇସନର ଗୋଟିଏ ମୁଣ୍ଡିଆ ଦ୍ୱାରା କୁକୁର ତଳେ କଚାଡି ହୋଇ ପଡ଼ିଲା । କିନ୍ତୁ ଯାହାବି ହେଉ ଏଠାରେ କୁକୁରଟି ଥରେ ଭୁଲ କରି ଆଉ ଭୁଲକୁ ଦହରାଇ ନାହିଁ ଯାହାଦ୍ୱାରା ତାର ଜୀବନ ବଞ୍ଚି ଯାଇଛି ।

୨ . ଦ୍ୱିତୀୟ ଭିଡ଼ିଓ ବେଶ ମଜାଦାର ଅଟେ । ଏହି ଭିଡ଼ିଓ ଏକ ବାଘ ଏବଂ ବତକର ଅଟେ । ପାଣିରେ ବାଘଟି ବତକକୁ ଶିକାର କରିବା ପାଇଁ ଜଗି ବସିଛି କିନ୍ତୁ ବାଘ ଠାରୁ ବତକ ଆହୁରି ଚତୁର । ନିଜ ବୁଦ୍ଧି ବଳରେ ଛୋଟ ବତକଟି ମଧ୍ୟ ବିଶାଳ ବାଘକୁ ନାକେଦମ କରି ଦେଇଛି । ବାଘ ଯେତେଥର ବତକକୁ ଆକ୍ରମଣ କରିବାକୁ ଚେଷ୍ଟା କରିଛି ସେତେଥର ବତକ ଗୋଟିଏ ଜାଗାରେ ବୁଡ଼ି ଅନ୍ୟ ଜାଗାରେ ବାହାରି ପଡ଼ିଛି ।

୩ . ତୃତୀୟ ଭିଡ଼ିଓରେ ଏକ ସିଂହ ବଣ ମଇଁଷିକୁ ଶିକାର କରିବା ପାଇଁ ତା ଦିଗରେ ଅଗ୍ରସର ହୋଇଛି ଏବଂ ସୁଯୋଗ ଦେଖି ତା ଉପରକୁ ଆକ୍ରମଣ କରି ଦେଇଛି । କିନ୍ତୁ ଏପରି କରିବା ସିଂହକୁ ମହଙ୍ଗା ପଡ଼ିଲା କାରଣ ବଣମଇଁଷି ମଧ୍ୟ ଖୁବ ଶକ୍ତିଶାଳୀ ଥିଲା ।

୪ . ଚତୁର୍ଥ ଭିଡ଼ିଓରେ ଆପଣ ମାନେ ଦେଖି ପାରିବେ ଯେ ଏକ ଚିତବାଘ ଏକ ଜଙ୍ଗଲୀ ଘୁଷୁରୀ ଛୁଆକୁ କାମୁଡ଼ି ଧରି ନେଇ ଯାଉଛି । କିନ୍ତୁ ସମସ୍ତେ ଜାଣିଛନ୍ତି ଯେ ଜଙ୍ଗଲୀ ଘୁଷୁରୀବି ଏତେ ଶୀଘ୍ର ହାର ମାନିବା ଜୀବ ନୁହେଁ । ମା ଘୁଷୁରୀଟି ସାହସର ସହିତ ବାଘ ଦିଗରେ ଦୌଡ଼ି ଯାଇଛି ଏବଂ ତାକୁ ଶୁନ୍ୟରେ ଉଠାଇ ଫିଙ୍ଗି ଦେଇଛି । କାରଣ ଜଣେ ମା ନିଜ ସନ୍ତାନ ପାଇଁ ଦୁନିଆରେ କିଛିବି କରିପାରେ ।

୫ . ପଞ୍ଚମ ଭିଡ଼ିଓରେ ଏକ ବିଲେଇ ଏକ କୁକୁଡ଼ାକୁ ଶିକାର କରିବାକୁ ଆସିବା ତାକୁ ବେଶ ମହଙ୍ଗା ପଡ଼ିଛି । ଏମିତିକି କୁକୁଡ଼ାର ଆକ୍ରମଣରୁ ବଞ୍ଚିବା ପାଇଁ ବିଲେଇ ଦୌଡ଼ି ପଳାଇ ଯାଇଛି ।

୬ . ଷଷ୍ଠ ଭିଡ଼ିଓରେ ଆମେରିକାନ ବେଜର ନାମକ ଏକ ଜୀବ ଉପରେ କୁକୁରଟି ଦୀର୍ଘ ସମୟ ଧରି ଆକ୍ରମଣ କରୁଛି କିନ୍ତୁ ତାକୁ ବୋଧେ ଜଣା ନଥିଲା ଯେ ସେହି ଛୋଟ ଜୀବଟି ବି ତା ପାଇଁ ମହଙ୍ଗା ପଡ଼ିପାରେ । ଆମେରିକାନ ବେଜରର ପ୍ରତ୍ୟାକ୍ରମଣରେ ବିଚରା କୁକୁରକୁ ପଛକୁ ହଟିବାକୁ ପଡ଼ିଛି ।

୭ . ସପ୍ତମ ଭିଡ଼ିଓରେ ଦୁଇଟି ବିରାଡ଼ି ଚୁପଚାପ ବସିଥିବା ସମୟରେ ଏକ କୁକୁର ସେମାନଙ୍କ ଦିଗରେ ଦୌଡ଼ି ଆସିଛି ଏବଂ ତଳେ ବସିଥିବା ବିରାଡ଼ି ଉପରକୁ ଆକ୍ରମଣ କରିଛି । କିନ୍ତୁ ଉପରେ ବସିଥିବା ବିରାଡ଼ିକୁ କୁକୁରର ଏହି ସାହସ ଆଦୌ ପସନ୍ଦ ଆସି ନାହିଁ । ସେ ବି କୁକୁରକୁ ଆକ୍ରମଣ କରିବା ପାଇଁ ତା ପଛରେ ଗୋଡ଼ାଇବାରେ ଲାଗିଛି । ଶେଷରେ କୁକୁରଟି ଭୟରେ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଛି ।

୮ . ଏହି ଭିଡ଼ିଓରେ ଏକ ମେଣ୍ଢା ସହ କୁକୁରର ପଙ୍ଗା ନେବା କୁକୁରକୁ ବେଶ ମହଙ୍ଗା ପଡ଼ିଛି ।

୯ . ଶେଷ ଭିଡ଼ିଓରେ ଆପଣ ମାନେ ଦେଖି ପାରିବେ ଯେ ଏକ ଚିଡ଼ିଆଖାନାରେ ଭାଘ ରହୁଥିବା ପିଞ୍ଜରାରେ ଏକ ବଡ଼ ଗେଣ୍ଡାଳିଆ ପକ୍ଷୀ ଆସି ବସିଯାଏ ଏବଂ ବାଘ ମାନେ ସହଜ ଶିକାର ଭାବି ତା ଉପରେ ଆକ୍ରମଣ କରିବାରେ ଲାଗି ପଡ଼ନ୍ତି । କିନ୍ତୁ ବାଘ ମାନେ ଯେତେ ଚେଷ୍ଟା କଲେ ବି ଶେଷ ପର୍ଯ୍ୟନ୍ତ ଗେଣ୍ଡାଳିଆ ପକ୍ଷୀର କିଛିବି କ୍ଷତି କରି ପାରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *