ଭାରତ ଆସିବା ପୂର୍ବରୁ ନିଜ ରୂପ ବଦଳାଇଥିଲା ସୀମା ହାଇଦର।:

ସୀମା ହାଇଦରକୁ ନେଇ ଗୁଇନ୍ଦା ବିଭାଗର ବଡ ଖୁଲାସା। ଭାରତ ଆସିବା ପୂର୍ବରୁ ରୂପ ବଦଳାଇଥିଲା ସୀମା। ଗାଉଁଲି ମହିଳା ଦେଖା ଯିବାକୁ ଆଉ ଜଣେ ମହିଳା କରିଥିଲା ସାହାଯ୍ୟ। ଆଜ୍ଞା ହଁ ନିଜର ପ୍ରେମିକ ସଚିନ ମୀନାଙ୍କ ସହ ଏକାଠି ରହିବା ପାଇଁ ଭାରତରେ ଗୁ-ପ୍ତ ଭାବେ ନିଜର 4 ପିଲାଙ୍କ ସହ ପ୍ରବେଶ କରିଥିବା ସୀମା ହାଇଦରଙ୍କ ସମ୍ପ-ର୍କରେ ସାଂଘା-ତିକ ତଥ୍ୟ ସାମ୍ନାକୁ ଆସିଛି।

ତାଙ୍କର ଲିଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ରହିଥିବା ସ-ନ୍ଦେହ ବଢ଼ିବାରେ ଲାଗିଛି।କାରଣ ସୀମା ହାଇଦରଙ୍କ ଦାଦା ଏବଂ ଭାଇ ପାକିସ୍ତାନ ଆର୍ମିରେ କାମ କରନ୍ତି।ସେହିପରି ସେ ଭଲ ଇଂରାଜୀ କହିବା ସହ ବିଭିନ୍ନ ଭାଷା ଉପରେ ମଧ୍ୟ ତାଙ୍କର ଦକ୍ଷତା ଥିବା ଜଣାପଡ଼ିଛି। ଏହି ତଥ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗୁଇନ୍ଦା ବିଭାଗ ଏବେ ଆଉ ଏକ ସୂଚନା ଦେଇଛି।

ସୀମା ହାଇଦର ପାକିସ୍ତାନୀ ହୋଇଥିଲେ ମଧ୍ୟ ଯୋଜନାବଦ୍ଧ ଭାବେ ତାଙ୍କୁ ଭାରତୀୟଙ୍କ ଭଳି ମେକ୍‌ଅପ୍‌ ଦିଆଯାଇଥିଲା। ସଚିନ ମୀନାଙ୍କୁ ଭଲ ପାଇ ତାଙ୍କ ସହ ଏକାଠି ରହିବାକୁ ଭାରତ ଆସିଥିବା ସୀମା ଏବେ ଉତ୍ତର ପ୍ରଦେଶ ଆତ-ଙ୍କବାଦ ନିରୋ-ଧ ସ୍କ୍ୱାଡ ଏବଂ ପୋ-ଲିସ୍‌ ଦ୍ୱାରା ଜେ-ରା ହେବାରେ ଲାଗିଛନ୍ତି। ଏଟିଏସ ଏବଂ ଗୁଇନ୍ଦା ବିଭାଗ ମଧ୍ୟ ତାଙ୍କର ସମ୍ଭାବ୍ୟ ଆଇଏସ୍‌ଆଇ ଲିଙ୍କର ଖୋଳତାଡ଼ କରୁଛି।

ସୀମା ହାଇଦର ଭାରତ ସୀମାରେ ପ୍ରବେଶ କରିବା ପାଇଁ ଗ୍ରାମୀଣ ଭାରତୀୟ ମହିଳାଙ୍କ ବେଶ ଧାରଣ କରିଥିଲେ। ଏଥିପାଇଁ ସେ ମେକଅପ୍‌ ଉପରେ ଅଭିଜ୍ଞତା ରଖିଥିବା ଲୋକଙ୍କ ସହାୟତା ନେଇଥିଲା। ସେ ବେଶ ସତର୍କତାର ସହ ଭାରତୀୟ ବେଶ ଧାରଣ କରିଥିଲେ। ଏପରି କି ନିଜର ପିଲାମାନଙ୍କୁ ମଧ୍ୟ ଭାରତୀୟ ପୋଷାକ ପିନ୍ଧାଇଥିଲେ।

ନିଜର ବେଶବୁଷା ବ୍ୟତୀତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସୀମା ହାଇଦରଙ୍କ ପାଖରେ ବିଭିନ୍ନ ଭାଷା ଉପରେ ଦକ୍ଷତା ରହିଛି। ନେପାଳରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନେ ସାଧାରଣତଃ ବିଭିନ୍ନ ଭାଷା ଉପରେ ଦକ୍ଷତା ରଖିଥାଆନ୍ତି। ସେମାନଙ୍କୁ ଏଥିପାଇଁ ତାଲିମ ମଧ୍ୟ ଦିଆଯାଏ।ଭାରତରେ ବେଆ-ଇନ କାମ କରିବାକୁ ମହିଳାମାନଙ୍କୁ ନେପାଳରୁ ପଠାଯାଏ।

ସେମାନଙ୍କୁ ମଧ୍ୟ ଭାଷା ଜ୍ଞାନର ତାଲିମ ଦିଆଯାଇଥାଏ। ସୀମାଙ୍କ ପା‌ଖରେ ସେ ସବୁ ଲକ୍ଷଣ ରହିଥିବାରୁ ଏଟିଏସ ଏବଂ ଗୁଇନ୍ଦା ବିଭାଗ ତାଙ୍କର ଆଇଏସଆଇ ଲିଙ୍କ ଠାବ କରିବାକୁ ଉଦ୍ୟମ କରୁଛି। ମେ 13 ରେ ସୀମା ଗୋଟିଏ ବସ୍‌ ଯୋଗେ ନେପାଳରୁ ଭାରତକୁ ଆସିଥିଲେ।

ତେବେ ଜୁଲାଇ 4 ରେ ସୀମା ଏବଂ ସଚିନଙ୍କୁ ଗି-ରଫ କରାଯାଇଥିଲା। ଜୁଲାଇ 7 ରେ ସେମାନଙ୍କୁ ଜା-ମିନ ମିଳିଥିଲା। ସେବେଠାରୁ ସୀମା, ସଚିନ ଏବଂ ତାଙ୍କର 4 ପିଲା ଗ୍ରେଟର ନୋଏଡାର ଗୋଟିଏ ଘରେ ରହୁଛନ୍ତି। କିଛି ଦିନ ତଳେ ପୋଲିସ୍‌ ସେମାନଙ୍କୁ ପୁଣି ଉଠାଇ ନେଇ ଜେ-ରା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *