“ସେତେବେଳେ ମତେ ଡରଲାଗେ, ମତେ କୋଉ ହିରୋ ଟଚ କଲେ ମତେ ଭଲ ଲାଗେନି”

ଦଶ ବର୍ଷ ବୟସରୁ ଭଜନ କରି ଫୁଲ୍ ଗଡବଡ ସିରିଅଲ୍ ରେ କୁଇନ୍ ଭାବରେ ଅଭିନୟ କରୁଥିବା କୁକିଜ୍ ସ୍ୱାଇଁଙ୍କୁ ଏବେ ସମସ୍ତେ ଜାଣିଛନ୍ତି। ସାରା ଓଡ଼ିଶା ବାସି ତାଙ୍କୁ ନଣନ୍ଦ ପୁଟୁଳିରୁ ବହୁତ୍ ଭଲ ଭାବରେ ଜାଣି ପାରିଛନ୍ତି। ଏବେ ସେ ସିରିଅଲ୍ ଛାଡ଼ି ଦେଇ ମ୍ୟୁଜିକ ଭିଡିଓ ଏବଂ ଫିଲ୍ମ କରୁଛନ୍ତି। ସେ ଏବେ ନିଜକୁ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭି ରଖୁଛନ୍ତି ଏବଂ ନିଜର ଅଭିଜ୍ଞତା, ଷ୍ଟ୍ରଗଲ ବିଷୟରେ କହିଛନ୍ତି।

କୁକିଜ୍ କହିଥିଲେ ସେ ଯେତେବେଳେ ବହୁତ୍ ଛୋଟ ଥିଲେ ସେ ବହୁତ୍ ସୁନ୍ଦର୍ ଥିଲେ ସେଥିପାଇଁ ତାଙ୍କ ମାଆ ତାଙ୍କୁ ହିରୋଇନ୍ କରିବେ ବୋଲି ସ୍ବପ୍ନ ଦେଖୁଥିଲେ। ଧିରେ ଧିରେ ସେ ବଡ଼ ହେଲେ କିନ୍ତୁ ହିରୋଇନ୍ ହେବାରେ ତାଙ୍କର କାମ ଇଚ୍ଛା ନଥିଲା। ତାଙ୍କ ମାଆ ଯେତେବେଳେ କମ୍ ବୟସର ଥିଲେ ସେତେବେଳେ ସେ ବହୁତ୍ ସଜବାଜ ହୁଅନ୍ତି ଏବଂ ଫଟୋ ସୁଟ କରିବା ପାଇଁ କଟକ ଆସନ୍ତି। ସେଥିପାଇଁ ସେ ନିଜ ଝିଅକୁ ହିରୋଇନ୍ କରିବା ପାଇଁ ସବୁବେଳେ ବାଧ୍ୟ କରନ୍ତି। କିନ୍ତୁ ମୁଁ ଜମା ରାଜି ହୁଏନି କେତେ ଥର ମୁଁ ଏଥିପାଇଁ ରାଗିକି ଖାଇବା ମଝିରୁ ଉଠିକି ପଳେଇଛି।

ଏମିତି କିଛି ଦିନ ଯିବା ପରେ ମତେ ଯେତେବେଳେ ୧୦ ବର୍ଷ ହେଇଥିଲା ମତେ ଭଜନରେ ଅଭିନୟ କରିବାର ସୁଯୋଗ ମିଳିଲା। ସେ ଭିଡିଓ କଲା ବେଳେ ମୁଁ କେତେଥର କ୍ୟାମେରାକୁ ଅନାଇ ଦିଏ ଏଥିପାଇଁ ମୋ ଗୁରୁ ସରୋଜ ଜେନା ମତେ କେତେ ଗାଳି କରିଛନ୍ତି ଏବଂ ବହୁତ୍ କିଛି ଶିଖେଇଛନ୍ତି। ମୁଁ ସେତେବେଳେ ଘରେ କହିଥିଲି ମୁଁ କେବଳ ଭଜନ କରିବି ଆଉ ମ୍ୟୁଜିକ ଭିଡିଓ କରିବି କିନ୍ତୁ ମାଆ ମତେ କହିଥିଲେ ଯଦି ତୁ ଫିଲ୍ମ କି ସିରିଅଲ କରିବୁ ତତେ ନୂଆ ନୂଆ ଡ୍ରେସ୍ ପିନ୍ଧିବାକୁ ପଡ଼ିବ। ମାଆଙ୍କର ଏ କଥା ଶୁଣି ମୁଁ ଫିଲ୍ମ ପାଇଁ ରାଜି ହେଇଗଲି।

ମୁଁ ଦଶମ ରେ ପଢ଼ିବା ବେଳେ ମତେ ପ୍ରଥମେ ଟାର୍ଗେଟ ଫିଲ୍ମ କରିବାକୁ ଅଫର୍ ଆସିଥିଲା କିନ୍ତୁ ସେ ସମୟରେ ମୋ ସମୟ ଖରାପ ଚାଲିଥିଲା ସେଥିପାଇଁ ମୁଁ ସେ ଫିଲ୍ମ କରି ପାରି ନଥିଲି। ମୁଁ ଘରେ ଯାଇ କହିଥିଲି ମୁଁ ଯଦି ଫିଲ୍ମ କରିବି ମତେ କେହି ହିରୋ କି ଅନ୍ୟ କେହି ଟଚ୍ କରିବେନି।

ମତେ ସେତେବେଳେ ଏ ସବୁ ଭଲ ଲାଗୁ ନଥିଲା। କିନ୍ତୁ ମାଆ ମତେ ଭୁଝେଇକି ସବୁ କଥା କହିଥିଲେ ତା ପରେ ମୁଁ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓ କରିବା ପାଇଁ ରାଜି ହେଇଗଲେ। ସେତେବେଳେ ମୋ ମାଆ ମୋସହ ସବୁ ଆଡେ ଯାଆନ୍ତି କାରଣ ମୁଁ ମୋ ଯତ୍ନ ନେଇ ପାରେନି ସେଥିପାଇଁ ମୁଁ ଯୁଆଡେ ଯାଏ ସେ ମୋ ସହ ଯିବାକୁ ଜିଦ୍ କରନ୍ତି।

Leave a Reply

Your email address will not be published. Required fields are marked *