ପ୍ରେମ କେତେବେଳେ କାହାକୁ ଓ କେଉଁ ସମୟରେ ହୋଇଯିବ ତାହା କହି ହେବ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରେମର କୌଣସି ପବିତ୍ରତା ନାହିଁ। ପ୍ରେମ ଯୁବକ ଯୁବତୀ କରୁଛନ୍ତି ଏବଂ ବିବାହିତା ମହିଳା ଓ ଏବଂ ପୁରୁଷ ମଧ୍ୟ ଅନ୍ୟ ମହିଳା ଓ ପୁରୁଷଙ୍କୁ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଉଜ ଓ ଦିଅରଙ୍କ ପ୍ରେମ କାହାଣୀର ଭିଡ଼ିଓ ଭାଇରାଲ ହେଉଛି।
ତେବେ ଆପଣମାନେ ଜାଣିଛନ୍ତି ଭାଉଜ ମାଆ ସହିତ ସମାନ ହୋଇଥାନ୍ତି। ଆମକୁ ଆମ ପବିତ୍ର ଗ୍ରନ୍ଥ ରାମୟଣରୁ ମଧ୍ୟ ଏହା ଶିକ୍ଷା ମିଳେ। ଲକ୍ଷ୍ମଣ ତାଙ୍କ ଭାଉଜ ସୀତାଙ୍କୁ ମାତା ବୋଲି ଡାକନ୍ତି ଏବଂ ମାତା ଭଳି ମନେ କରନ୍ତି। କିନ୍ତୁ ବର୍ତ୍ତମାନର କଳିଯୁଗ ସମୟରେ ସବୁ ଓଲଟା ହେବାରେ ଲାଗିଛି। ଭାଉଜଙ୍କୁ ବର୍ତ୍ତମାନ ପ୍ରେମିକର ସ୍ଥାନ ଦିଆଯାଉଛି। ଭାଉଜ ପ୍ରେମରେ ପଡି ଦିଅର ମାନେ ଏହାର ଲାଭ ଉଠାଉଛନ୍ତି। ତେବେ ସୋସିଆଲ ମିଡ଼ିଆରେ ଭାଉଜ ସହ ହୋଇଥିବା ଧୋକାର ଭିଡ଼ିଓ ଭାଇରାଲ ହେଉଛି।
ଦୁଇ ଛୁଆର ମାଆ ହୋଇଥିବା ଭାଉଜ ଦିଅର ପ୍ରେମରେ ପଡି ସ୍ୱାମୀ ଓ ପିଲାଙ୍କୁ ଛାଡି ଦେଇ ବିବାହ କରିବା ପାଇଁ ଆସି ପହଁଞ୍ଚି ଥିଲେ। କିନ୍ତୁ ଦିଅର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଦେଖି ଭାଉଜଙ୍କ ପାଦରୁ ମାଟି ଖସିଗଲା। ସେ କଣ କରିବେ କିଛି ଜାଣି ପାରିଲେ ନାହିଁ। ନା ସେ ତାଙ୍କ ସ୍ୱାମୀଙ୍କର ହୋଇ ପାରିଲେ ନା ତାଙ୍କ ପ୍ରେମିକର। ତାଙ୍କ ସହ ଧୋ-କା ହୋଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରତି-କ୍ରିୟା ରଖିଛନ୍ତି ମହିଳା ଜଣକ।
ମିଳିଥିବା ସୂଚନା ଅନୁସାରେ, ବର୍ଷା ନାମକ ମହିଳା ଜଣକ ୪ ବର୍ଷ ତଳେ ଟୁଙ୍ଗୁରୁ ଭୋଳ ଭାଇଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ସେମାନଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛି। ହେଲେ ଭାଉଜଙ୍କୁ ଦେଖି ଟୁଙ୍ଗୁରୁ ଭୋଳ ପାଗଳ ହୋଇ ଯାଇଥିଲା। ପ୍ରଥମେ ଦିଅର ଟୁଙ୍ଗୁରୁ ଭୋଳ ଭାଉଜ ଭାଉଜ ବୋଲି ଡାକିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗୋଲାପ ଦେଇ ଜାନୁ ଜାନୁ କହିଲେ। ତେବେ ଦିଅର ମିଠା କଥାରେ ଭାଉଜ ପ୍ରେମରେ ପଡିଗଲା।
ଦିଅର ଗୋଲାପ ଦିଆ ପ୍ରେମ ଭାଉଜ ପାଇଁ ମହ-ଙ୍ଗା ସାଜିଲା। ଦିଅର ପ୍ରେମରେ ପଡି ଭାଉଜ ନିଜ ପିଲା ଛୁଆ ସଂସାର ଛାଡି ଦେଇ ହାତରେ ମାଳ ଧରି ଆସି ପହଞ୍ଚିଲେ। କିନ୍ତୁ ଦିଅର ଧୋ-କା ଦେଇ ଅନ୍ୟ ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରି ଦେଇଥିଲେ। ଏହାପରେ ଯୁବତୀ ଜଣକ ନିଜର ଦୁଃ-ଖ ଗଣମାଧ୍ୟମରେ ଆସି କହିଛନ୍ତି।