ଫେସବୁକରୁ ଯୁବତୀଙ୍କ ଫୋଟକୁ ନ୍ୟୁ-ଡ ଏଡିଟ ଘଟଣାରେ ଦୀର୍ଘ ଦୁଇବର୍ଷ ପରେ ଗିରଫ ହେଲେ ଯୁବକ :-

ସୋସିଆଲ ମିଡ଼ିଆ ମଣିଷ ପାଇଁ ଯେତେ ଭଲ ସେତେ ଖରାପ ମଧ୍ୟ । କାରଣ ସୋସିଆଲ ମିଡ଼ିଆ ଲୋକଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରୁଛି ମାତ୍ର ଏହି ସୋସିଆଲ ମିଡ଼ିଆ ଜରିଆରେ କ୍ରାଇମ ବି ହେଉଛି । ଏଇ ଯେମିତି ଝିଅଙ୍କ ଫୋଟକୁ ଏଡିଟ କରି ବ୍ଲାକମେଲ କରିବା ଘଟଣାକୁ ହିଁ ଧରି ନିଅନ୍ତୁ । ଏହା କୌଣସି ସାଧାରଣ କଥା ନୁହେଁ । ଫୋଟକୁ ଏଡିଟ କରି ଟଙ୍କା ପାଇଁ ବ୍ଲାକମେଲ କରିଥିବା ଅଭିଯୋଗରେ ଦୀର୍ଘ ଦୁଇ ବର୍ଷ ପରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ ଏହି ଘଟଣା ରାଉରକେଲାର ଅଟେ । ଯେଉଁଠି ଜଣେ ଯୁବତୀଙ୍କ ଫୋଟକୁ ବ୍ୟବହାର କରି ତାହାକୁ ନ୍ୟୁ-ଡ ଏଡିଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବ୍ଲା-କମେଲ କରିଥିବା ଅପରା-ଧରେ ସାଇବର ଥାନା ଜଣେ ଯୁବକଙ୍କୁ ଗିରଫ କରିଛି । ଘଟଣାଟି ଏମିତି ଯେ ପ୍ରଥମେ ଯୁବତୀ ଜଣଙ୍କୁ ଝିଅ ନାମରେ ଫେସବୁକରେ ଫ୍ରେଣ୍ଡ ରିକ୍ୱେସ୍ଟ ଆସିଥିଲା । ଝିଅ ନାମରେ ଆଡି ଥିବାରୁ ଯୁବତୀ ଜଣକ ଆସେପ୍ଟ ମଧ୍ୟ କରିଥିଲେ । ଆଉ ତାପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା । ପରେ ଯୁବତୀ ତାଙ୍କୁ ହ୍ଵାଟସ ଏପ ନମ୍ବର ମଧ୍ୟ ଦେଇଥିଲେ ।

ତେବେ ଏହାପରେ ଯୁବକ ଜଣକ ନିଜର ଷଡ଼-ଯନ୍ତ୍ର ଆରମ୍ଭ କରିଥିଲେ ଏବଂ ଫେସବୁକ ପ୍ରୋଫାଇଲରୁ ଫୋଟ ନେଇ ତାହାକୁ ନ୍ୟୁ-ଡ ଏଡିଟ କରି ଯୁବତୀଙ୍କୁ ବ୍ଲା-କମେଲ କରିବା ଆରମ୍ଭ କରିଦେଲେ । କେତେବେଳେ ହ୍ଵାଟସ ଏପରେ ଅ-ଶ୍ଳୀ-ଳ ଭିଡ଼ିଓ କଲିଂ କରି ପଇସା ମାଗିଲେ ତ କେତେବେଳେ ଫୋଟ ଭାଇରଲ କରିବାକୁ ଧମକ ଦେଇ । ମାତ୍ର ସମୟ ଥାଉ ଥାଉ ଯୁବତୀ ଜଣକ ଟଙ୍କା ନଦେଇ ବୁଦ୍ଧିମାନର କାମ କରିଥିଲେ ଏବଂ ୨୦୨୦ ମସିହା ଜୁଲାଇ ୧ ତାରିଖରେ ହାତିବାରି ଥାନାରେ ଏନେଇ ଏକ ଅଭିଯୋଗ କରିଥିଲେ । ପରେ ଏହି ମାମଲାକୁ ସାଇବର ଥାନା ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲେ ହେଁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇ ପାରି ନଥିଲା ।

ମାତ୍ର ଗତକାଲି ଦୀର୍ଘ ଦୁଇବର୍ଷ ପରେ ଅଭିଯୁକ୍ତକୁ ରାଉରକେଲା ସାଇବର ଥାନା ଉକ୍ତ ଅଭିଯୁକ୍ତକୁ ବିହାରରୁ ଗିରଫ କରିଛି । ତେବେ ଅଭିଯୁକ୍ତ କହିଛି ଯେ ଏସବୁ କାମକୁ ପରିଚାଳନା ପାଇଁ ଆହୁରି ଉପରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ପାଇଁ ଏପରି କୁତ୍ସିତ କାମ କରୁଛନ୍ତି । ଆଉ ଏହି ଅଭିଯୁକ୍ତ ଯୁବକ ଜଣକ ମଧ୍ୟ ଟଙ୍କା ପାଇଁ ଏପରି କରିଥିବା ନିଜେ ମାନିଛନ୍ତି ।

Leave a Reply

Your email address will not be published. Required fields are marked *