ଭାଉଜ ଉପରେ ଥିଲା ଖରାପ ନଜର, ଭାଇ ଭାଉଜ ସମ୍ପର୍କ ରଖୁଥିବା ବେଳେ ଲୁଚିକି ଦେଖୁଥିଲା ଦିଅର…

ମଣିଷ ଆଜିକାଲି ରାକ୍ଷସ ପାଲଟି ଗଲାଣି । ଯେଉଁଠି ଦେଖ ମଣିଷ ରୂପୀ ରାକ୍ଷସ ଯୌନ ଲାଳସା ନେଇ ସବୁ ନାରୀଙ୍କ ଉପରେ ଖରାପ ନଜର ପକାଉଛନ୍ତି । ପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି । ଆଉ ରାଜି ନହେଲେ ଜୋର ଜବରଦସ୍ତ ସମ୍ପର୍କ ରଖି ଶେଷରେ ପ୍ରମାଣ ଲୁଚାଇବାକୁ ହତ୍ୟା କରୁଛନ୍ତି । ହଁ ଆଜ୍ଞା ! ଆଜିକାଲି ସମାଜରେ ଠିକ ଏହିପରି ହିଁ ହେଉଛି । ବର୍ତ୍ତମାନ ସମୟରେ ଏହିପରି ଏକ ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଭାଉଜକୁ ନିଜ ଦିଅର ହିଁ ହତ୍ୟା କରିଛି । ଆଉ ହତ୍ୟା ପଛର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ଏହିପରି ଏକ ସମ୍ବେଦନଶୀଳ ଘଟଣା ଭୁବନେଶ୍ୱରରେ ଘଟିଛି । ଭୁବନେଶ୍ୱରରେ ଘଟିଥିବା ଏହି ଘଟଣା ଅନୁଯାୟୀ ଜଣେ ଦିଅର ନିଜ ଭାଉଜକୁ ହତ୍ୟା କରିଛି । ତେବେ ହତ୍ୟା ପରେ ମହିଳାଙ୍କ ବାପା ମା’ କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଇଛନ୍ତି ଏବଂ ନିଜ ଝିଅର ହତ୍ୟା ପାଇଁ ତାଙ୍କ ଦିଅର ଏବଂ ସ୍ୱାମୀକୁ ଦାୟୀ କରିଛନ୍ତି । ଏମିତିକି ଦୁଇ ଭାଇଙ୍କ ନାମରେ ଏକ ଲିଖିତ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ତେବେ ଘଟଣା ଏହା ଯେ ମହିଳା ଜଣକଙ୍କର ବିବାହକୁ ଦୀର୍ଘ ୨ବର୍ଷ ହୋଇ ଯାଇଥିଲେ ହେଁ ସେ ନିଃସନ୍ତାନ ଥିଲେ । ତଥାପି ଦୁଇବର୍ଷ ପରେ ସେ ଗର୍ଭବତୀ ହୋଇ ବେଶ ଖୁସି ଥିଲେ । ମୃତ୍ୟୁ ବେଳକୁ ସେ ଚାରି ମାସର ଗର୍ଭବତୀ ଥିବା ସୂଚନା ମିଳିଛି । ଅଭିଯୋଗ ମୁତାବକ ତାଙ୍କ ଦୁଃଖ କେବଳ ଏତିକି ଯେ ସେ ଯେଉଁ ଘରେ ରହୁଥିଲେ ସେହି ଘରେ ହିଁ ତାଙ୍କର ଶତ୍ରୁ ରହିଥିଲା । ଅର୍ଥାତ ତାଙ୍କ ଦିଅର ଯିଏକି ସବୁବେଳେ ତାଙ୍କ ଉପରେ ଖରାପ ନଜର ରଖିଥିଲା । ଭାଇ ଭାଉଜ ଯେତେବେଳେ ଶାରୀରିକ ସମ୍ପର୍କ ରଖୁଥିଲେ ସେତେବେଳେ ଦିଅର ଲୁଚି ଲୁଚି ସବୁ ଦେଖୁଥିଲା ।

ଶେଷରେ ନିଜର ଯୌନ ଲାଳସା ମେଣ୍ଟାଇବାକୁ ଭାଉଜ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା । ଭାଉଜ ନମାନିବାରୁ ଜୋର ଜବରଦସ୍ତ କରିଥିଲା । ମାତ୍ର ଗତକାଲି ଯେତେବେଳେ ଘରେ କେହି ନଥିଲେ ସେତେବେଳେ ଦିଅର ଭାଉଜ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା ଏବଂ ଶେଷରେ ଭାଉଜର ତଣ୍ଟି ଚିପି ହତ୍ୟା ମଧ୍ୟ କରିଥିଲା । ତେବେ ବାପା ମା’ ଙ୍କ କହିବା କଥା ଯେ ଜଣେ ଯୌନ ଲାଳସା ପାଇଁ ଆଉ ସ୍ୱାମୀ ଲୋକ ଲଜ୍ଜା କାରଣରୁ ହିଁ ସାନ ଭାଇ ସହ ମିଶି ନିଜ ସ୍ତ୍ରୀ କୁ ହତ୍ୟା କରିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ମଧ୍ୟ ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *