ଆପଣଙ୍କ ସ୍ୱପ୍ନ OAS କି ? ଅତି ସହଜରେ ଆପଣଙ୍କ ସ୍ୱପ୍ନ ପୂରଣ କରନ୍ତୁ।

ସ୍ୱପ୍ନ ଏବେ ହାତ ପାହାନ୍ତାରେ ହଁ ଆଜ୍ଞା OAS ପାଇଁ ଆଉ ଚିନ୍ତା କରନ୍ତୁ ନାହିଁ କି OAS ପରୀକ୍ଷାରେ ସଫଳ ହେଉ ନାହାଁନ୍ତି ବୋଲି ଭାଙ୍ଗି ପଡନ୍ତୁ ନାହିଁ କାରଣ ସ୍ୱପ୍ନ ଆପଣଙ୍କ ସ୍ୱପ୍ନକୁ ଏଣିକି ଆପଣ ସହଜରେ ପୂରଣ କରି ପାରିବେ। ଆମେ ବର୍ତ୍ତମାନ ଜଣାଇବାକୁ ଯାଉଛୁ ଆପଣଙ୍କୁ ଖୁସି ଖବର ଏବେ ଆପଣ ଓଡ଼ିଆ ଭାଷାରେ ଦେଇ ପାରିବେ OSA ପରୀକ୍ଷା। ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ କି ଯେଉଁ ମାନେ ଓଡ଼ିଆ ଭଲ ଭାବେ ଜାଣି ନାହାଁନ୍ତି ସେମାନେ କଣ କରିବେ।

ଏଥର ଯେଉଁ OAS ପରୀକ୍ଷା ଆପଣ ଦେବେ ତାହା ସମସ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶ୍ନ ପତ୍ର ଏଣିକି ଓଡ଼ିଆ ଏବଂ ଇଂରାଜୀରେ ଆସିବ।ଯଦି ଆପଣ ଓଡ଼ିଆରେ ଉତ୍ତର ଦେବାକୁ ଚାହିଁବେ ଓଡ଼ିଆରେ ଦେଇ ପାରିବେ ନହେଲେ ଆପଣ ଇଂରାଜୀରେ ମଧ୍ୟ ଉତ୍ତର ରଖି ପାରିବେ। ପ୍ରିଲିମ,ମେନ ଓ ତା ସହିତ ଇଣ୍ଟରଭିୟୁ ମଧ୍ୟ ଦେଇ ପାରିବେ।

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPC କୁ ଏନେଇ ମଧ୍ୟ ଚିଠି କରାଯାଇଛି। ଯେଉଁଥିରେ ଉଲେଖ ଅଛି କି ପରୀକ୍ଷାର୍ଥୀ ମାନେ ଉଭୟ ଭାଷାରେ ପ୍ରଶ୍ନ ପତ୍ର ପାଇବେ ଏବଂ ପରୀକ୍ଷାର୍ଥୀ ଙ୍କୁ ଯେଉଁ ଭାଷାରେ ପରୀକ୍ଷା ଦେବାକୁ ସୁବିଧା ହେବ ସେହି ଭାଷାରେ ପରୀକ୍ଷାର୍ଥୀ ମାନେ ଉତ୍ତର ଦେଇ ପାରିବେ। ତେବେ ଅନେକ ଦିନ ପୂର୍ବରୁ ଓଡ଼ିଆରେ OAS ପରୀକ୍ଷା ହେବା ପାଇଁ ଦାବି ହୋଇ ଆଉସିଥିବା

ବେଳେ ଏବେ ଏହି ସୂଚନା OAS ପରୀକ୍ଷାର୍ଥୀଙ୍କ ମନରେ ଏକ ନୂତନ ଆଶା ସହ ନୂଆ ସମ୍ଭାବନା ମଧ୍ୟ ଆଣି ଦେଇଛି। ଆଉ ଏବେ OAS ପରୀକ୍ଷା ଦେବା ପାଇଁ ଯେଉଁ ମାନେ ଚାହୁଁଥିଲେ ଓ ଯେଉଁ ମାନେ ଇଂରାଜୀରେ ଟିକେ ଦୁର୍ବଳ ଥିଲେ ସେମାନଙ୍କ ମନରେ ଏକ ନୂଆ ଆଶା ଜାଗ୍ରତ ହୋଇଛି ଆମେ ବି OAS ଦେଇ ସଫଳତା ହାସଲ କରିବୁ ବୋଲି ସେମାନେ ଏବେ ଭାବି ପାରୁଛନ୍ତି।

ଏନେଇ ଓଡ଼ିଆ ଗବେଷଣା ଓ ସଂସ୍ଥା ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଥିଲା। ତେବେ ସରକାର ଯେତେବେଳେ ଏ ବିଷୟରେ ଅନୁଧ୍ୟାନ କରିଥିଲେ ଓ ଏହା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସର୍ବ ଭାରତୀୟ ପ୍ରଶାସନିକ ସେବାରେ 1980 ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି ଆଉ ବର୍ତ୍ତମାନ ପରୀକ୍ଷା 22 ଟି ଭାଷାରେ ହେଉଛି। ହେଲେ କିନ୍ତୁ ଓଡିଶା ପ୍ରଶାସନିକ ସେବା ବା OAS ପରୀକ୍ଷା ଓଡ଼ିଆ ଭାଷାରେ ହେଉ ନଥିଲା।

ଏନେଇ ବହୁ ପୂର୍ବରୁ ଯଦିଓ ଅନେକ ଥର ଓଡ଼ିଆ ଭାଷାରେ ପରୀକ୍ଷା ପାଇଁ ଦାବି କରାଯାଇଥିଲା ହେଲେ କିନ୍ତୁ ଏହା ଓଡ଼ିଆ ଭାଷାରେ ପରୀକ୍ଷାରେ ହେଉନଥିଲା।ତେବେ ଏଥିନେଇ ଓଡ଼ିଆ ଭାଷାକୁ ଭଲ ପାଉଥିବା ଭାଷା ପ୍ରେମିଙ୍କ ପାଖରୁ 2011 ମସିହାରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ତେବେ ଏହି ପିଟିସନର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ ମାତ୍ର ତାହା କାର୍ଯ୍ୟକାରୀ ହୋଇନଥିଲା।

ମାତ୍ର ଏବେ ତାହା ବାସ୍ତବତାର ରୂପ ନେଇଛି। ତେବେ ଦୀର୍ଘ ଦିନ ଧରି ଓଡ଼ିଆରେ OAS ପରୀକ୍ଷା ଅଟକି ରହିଥିବା ବେଳେ ଏବେ ପରୀକ୍ଷାର୍ଥୀ ଓଡ଼ିଆ ଭାଷାରେ OAS ପରୀକ୍ଷା ଦେଇ ପାରିବା ନେଇ ସୂଚନା ମିଳିଛି। ତେବେ ଏନେଇ ଅନେକ ଜଣ ମତ ଦିଅନ୍ତିକି ଓଡ଼ିଆରେ OAS ପାଇଁ ପରୀକ୍ଷାର୍ଥୀଙ୍କ ଆଗ୍ରହ ବୃଦ୍ଧି ପାଇବ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆଗକୁ ଆସିବେ ଓ ଦୀର୍ଘ ଦିନର ସ୍ୱପ୍ନକୁ ଏବେ ବାସ୍ତବତାର ରୁପ ଦେଇ ପାରିବେ।

ତେବେ ଏନେଇ ପରୀକ୍ଷାର୍ଥୀ କୁହନ୍ତି କି ଆଗରୁ ଯେଉଁ ଡର ମନ ଭିତରେ ଥିଲା ତାହା ଏବେ ଦୂର ହୋଇଯିବ ଯେତେବେଳେ ଓଡ଼ିଆରେ ପରୀକ୍ଷା ହେବ ସେତେବେଳେ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ମନ ବଳାଇବେ। OAS ସମସ୍ତଙ୍କ ଛୋଟ ଦିନର ସ୍ୱପ୍ନ ଥାଏ ମାତ୍ର ତାହା ଏବେ ବାସ୍ତବତାର ରୂପ ନେବାକୁ ଏହାର ସହଜ ବାଟ ମିଳିଯାଇଛି।

Leave a Reply

Your email address will not be published. Required fields are marked *