ଭଉଣୀର ବିଚ୍ଛେଦ ସହି ପାରିଲାନି ଭାଇ: ଭଉଣୀର ଜୁଇ ଉପରକୁ ଡେଇଁ ପଡ଼ିଲା… :-

କାହା ପାଇଁ କେହି ଜୀବନ ଦେବା କଥା ଆପଣ ବାସ୍ତବରେ କେବେ ଶୁଣିଛନ୍ତି କି ? ଏମିତି ଫିଲ୍ମ କିମ୍ବା ସିରିଏଲରେ ହୋଇଥାଏ । କିନ୍ତୁ ବର୍ତ୍ତମାନ ସତରେ ବି ଘଟିଛି । କିଏ କହୁଛି ବର୍ତ୍ତମାନ ଦୁନିଆରେ ସମ୍ପର୍କର ମୂଲ୍ୟ ନାହିଁ ? ଏବେବି ଲୋକେ ଖୁବ ମଧୁର ସମ୍ପର୍କ ସ୍ଥାପନ କରି ତାହାର ମର୍ଯ୍ୟାଦା ରଖୁଛନ୍ତି । ଆଉ ଏହାକୁ ପ୍ରମାଣ କରିଛି ଜଣେ ଭାଇ । ନିଜ ଭଉଣୀ ବିଚ୍ଛେଦ ତାକୁ ଏତେ କଷ୍ଟ ଦେଇଛି ଯେ ଭଉଣୀର ଜୁଇ ଉପରକୁ ଡେଇଁ ନିଜ ଜୀବନ ଦେଇ ଦେଇଛି । ବାସ୍ତବରେ ହିଁ ଏପରି ଏକ ଘଟଣା ଘଟିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ଏହି ଘଟଣା ମଧ୍ୟପ୍ରଦେଶ ଭୋପାଲସାଗର ଜିଲ୍ଲା ମଝିଗାଁଅର ଅଟେ । ଯେଉଁଠି ଜଣେ ଭଉଣୀର ଜୁଇ ଉପରକୁ ଭାଇ ଡେଇଁ ପଡ଼ିଛି । ସୂଚନା ଅନୁଯାୟୀ ମାଛଗାଁଅର ପ୍ରୀତି ଡାଙ୍କି ନାମକ ଜଣେ ଯୁବତୀ ଗତ ଶନିବାର ଦିନ ରାତିରେ ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ । ଅନେକ ଖୋଜାଖୋଜି ପରେବି ଘର ଲୋକେ ତାଙ୍କ ସନ୍ଧାନ ପାଇ ନଥିଲେ । ଆଗାମୀ ଦିନ ଅର୍ଥାତ ରବିବାର ସକାଳୁ ଗାଁ ନିକଟ ଏକ କୂଅରୁ ଯୁବତୀଙ୍କ ମୃ-ତ ଦେହ ମିଳିଥିଲା ।

ଆଉ ଝିଅର ମୃ-ତ୍ୟୁ ପାଇଁ ଏମିତିରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତେବେ ମୃ-ତ ଖବର ପାଇ ପୋଲିସ ମୃ-ତ ଦେହକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା । ପରେ ଘଟଣାରେ ଏକ ମାମଲା ରୁଜ୍ଜୁ କରି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରିବାର ଲୋକେ ସବୁ ରୀତିନୀତିରେ ଶ-ବ ସତ୍କା-ର କରିଥିଲେ । ପରିବାର ଲୋକେ ଏବଂ ସମ୍ପର୍କୀୟ ଲୋକେ ଶ-ବ ସ-ତ୍କାର ସାରି ଘରକୁ ଫେରି ଆସିଥିଲେ ।

ମାତ୍ର ଅଳ୍ପ କିଛି ଲୋକଙ୍କ ସହିତ ଯୁବତୀଙ୍କ ଭାଇ ରହି ଯାଇଥିଲେ । ହଠାତ ଭାଇ ଭଉଣୀର ଜୁଇ ଉପରକୁ ଡେଇଁ ପଡ଼ିଥିଲା ଏବଂ ଚିତ୍କାର କରିବାରେ ଲାଗିଥିଲା । ଯାହାକୁ ଶୁଣି ସେଠାରେ ଥିବା ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁବି ମୃ-ତ ଘୋଷଣା କରିଥିଲେ । ଝିଅର ମୃ-ତ୍ୟୁ ଖବର ସହିତ ପୁଅର ମୃ-ତ୍ୟୁ ଖବର ଶୁଣି ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି ।

Leave a Reply

Your email address will not be published. Required fields are marked *