ପ୍ରେମ ବିବାହ କଲା ଶେଷରେ ତିନି ମାସର ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଗଲା ସ୍ୱାମୀ….ଜଣ ପଡିଗଲା ସ୍ୱାମୀର ଅସଲି ଚେହେରା…

ପ୍ରେମରେ ଲୋକେ ଏତେ ପାଗଳ ହୋଇ ଯାଉଛନ୍ତି ଯେ ଜଣେ ଜଣକୁ ବର୍ବାଦ କରିବାକୁ ବି ପଛାଉ ନାହିଁ । ଆଉ ବର୍ତ୍ତମାନ ସମୟରେ ଲୋଭ ସେ-କ୍ସ ଏବଂ ଧୋକା ଯେମିତି ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଆଜିକାର ଘଟଣାଟି ସେହିଭଳି, ବାସ ଟିକିଏ ଅଲଗା । ଏଠାରେ ଲୋଭ କଲା, ସେକ୍ସବି କଲା ପରେ ବିବାହ କରିବି ସୁଦ୍ଧା ଛାଡ଼ି ପଳାଇଲା । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ମାମଲା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ରାୟଗଡ଼ାର ଜଣେ ଯୁବତୀ ମୁମ୍ୱାଇରେ ଥିବା ସମୟରେ ନରେନ୍ଦ୍ର ବିଦାନ୍ତ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ନରେନ୍ଦ୍ର ମଧ୍ୟ ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଉଭୟଙ୍କ ମିଳାମିଶା ଏତେ ଘନିଷ୍ଠ ହେଲା ଯେ ଉଭୟେ ପ୍ରେମ ସମ୍ପର୍କରେ ରହିଲେ । ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହେଲା । ଏହି ଭାବରେ ଯୁବତୀ ନିଜର ପ୍ରଥମ ଗର୍ଭପାତ ମଧ୍ୟ କଲେ । ମାତ୍ର ନରେନ୍ଦ୍ର ପରେ ଯୁବତୀଙ୍କୁ ରାୟଗଡ଼ାର ଏକ ଶିବ ମନ୍ଦିରରେ ବିବାହ ମଧ୍ୟ କଲେ । ଏମିତି ସାଥିରେ ରହୁ ରହୁ ହଠାତ ନରେନ୍ଦ୍ର ସ୍ତ୍ରୀକୁ ଛାଡ଼ି କୁଆଡ଼େ ପଳାଇ ଯାଇଥିଲେ ।

ସେତେବେଳକୁ ସ୍ତ୍ରୀ ତିନି ମାସର ଗର୍ଭବତୀ ଥିଲେ । ତେବେ ସ୍ତ୍ରୀ ହିସାବରେ ସ୍ୱାମୀ ପାଇଁ ଚିନ୍ତା କରୁଥିବା ମହିଳା ଜଣକ ସ୍ୱାମୀ ସନ୍ଧାନରେ ବାହାରି ପଡ଼ିଲେ । ଆଉ ଖୋଜି ଖୋଜି ଶେଷରେ ସ୍ୱାମୀକୁ ପାଇଗଲେ ମଧ୍ୟ । ମାତ୍ର ସ୍ୱାମୀଙ୍କ ସତ୍ୟତା ଏଭଳି ଭାବରେ ସେ ସାମ୍ନା କରିବେ ବୋଲି କେବେବି ଭାବି ନଥିଲେ । ସ୍ତ୍ରୀ ଶେଷରେ ଆସି ପହଞ୍ଚିଲେ ବାଲେଶ୍ୱର ଖଇରା ନଟପଡ଼ା ଠାରେ ଯାହାକି ନରେନ୍ଦ୍ରଙ୍କ ବାସ୍ତବ ଘର । ସେଠାରେ ସ୍ୱାମୀକୁ ତ ପାଇଲେ ମାତ୍ର ତାସହିତ ସ୍ୱାମୀଙ୍କ ପ୍ରଥମ ସ୍ତ୍ରୀ ଏବଂ ୬ ବର୍ଷର ପୁଅକୁ ମଧ୍ୟ ପାଇଲେ । ଆଉ ଏହା ଜାଣିବା ପରେ ସ୍ତ୍ରୀର ପାଦ ତଳ ମାଟି ଖସି ଯାଇଥିଲା ।

ନିଜ ସ୍ୱାମୀର ଏପରି ସତ୍ୟତାକୁ ସେ ସହଜରେ ଗ୍ରହଣ କରି ପାରି ନଥିଲେ । ତାଙ୍କୁ ବିବାହ କରିବା ପୂର୍ବରୁ ନରେନ୍ଦ୍ର ୬ ବର୍ଷ ତଳେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ଛଅ ବର୍ଷର ପୁଅଟିଏ ଅଛି । ଆଃ କଥା ମହିଳାଙ୍କୁ ବେଶ ଆଘାତ ଦେଇଥିଲା । ତେଣୁ ବର୍ତ୍ତମାନ ମହିଳା ଜଣକ ସ୍ଥାନୀୟ ସମାଜସେବୀ ଏବଂ ମହିଳା ସଂଗଠନର ସହାୟତାରେ ଖଇରା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ନରେନ୍ଦ୍ରଙ୍କ ନାମରେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *