ଭୟଙ୍କର ସଡ଼କ ଦୁର୍ଘ-ଟଣା, ଦ୍ରୁତ ଗତିରେ ଆସୁଥିବା କାରଟି ଟ୍ରକରେ ଧକ୍କା ହେବାଦ୍ଵାର ୫ ଜଣଙ୍କର ମୃତ୍ୟୁ…

ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ରାମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଲୋକ ମୃତ୍ୟୁ ବରଣ କରିଛନ୍ତି। ସୂଚନାନୁସାରେ, କାରଟି ଟ୍ରକ୍ ସହ ଧକା ହୋଇଯାଇଥିଲା। କାରରେ ଡ୍ରାଇଭର ସହିତ ୬ ଜଣ ଲୋକ ଦୁର୍ଘ-ଟଣାର ଶିକାର ହୋଇଥିଲେ, ଯେଉଁଥିରୁ ୫ ଜଣ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଘ-ଟଣାରେ ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି, ତାଙ୍କର ଏବେ ଡ଼ାକ୍ତରଖାନା ରେ ଚିକିତ୍ସା କାର୍ଯ୍ୟ ଚାଲିଛି।

ରାମପୁର ଜିଲ୍ଲାର ଟାଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣାଟି ଘଟିଛି। ଉତ୍ତର ପ୍ରଦେଶର-ଉତ୍ତରାଖଣ୍ଡ ସୀମାର ସାବର୍ ସହରରେ ହେଉଥିବା ବିବାହ ଉତ୍ସବରେ ଯୋଗଦେବା ପରେ କାରରେ ସମସ୍ତେ ମୁରାଦାବାଦରେ ଥିବା ନିଜ ଘରକୁ ଫେରୁଥିଲେ। ଏହି ସମୟରେ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ଆଗରେ ଯାଉଥିବା ଟ୍ରକ୍ ସହ ଜୋରେ ମାଡ଼ ହେଇଯାଇଥିଲା। ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟ-ମର୍ଟମ ପାଇଁ ପଠାଇଥିଲା ଏବଂ ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା।

ଟାଣ୍ଡାର ଏସଡିଏମ ରାଜେଶ କୁମାରଙ୍କ ଅନୁଯାୟୀ ଏହି ଦୁର୍ଘ-ଟଣାଟି ଟାଣ୍ଡାର ଶିକାମପୁର ଅଞ୍ଚଳରେ ଘଟିଛି। ଦୁର୍ଘ-ଟଣା ଘଟିଥିବା ସ୍ଥାନ ପାଖରେ ଗୋଟେ ଛକ ଅଛି । ଏଠାରେ ସ୍ପିଡ୍ ବ୍ରେକର୍ ଦେଇ ଯିବା ପରେ କାରଟି ନିୟନ୍ତ୍ରଣ ବାହାରକୁ ଯାଇଥିବାର ଆଶଙ୍କା କରାଯାଉଛି । ଏହି ଦୁର୍ଘ-ଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୁରାଦାବାଦର ଜୟନ୍ତୀପୁରର ବାସିନ୍ଦା ବୋଲି ଚିହ୍ନଟ କରାଯାଇଥିଲା। ଦୁର୍ଘଟଣାର ସମସ୍ତ ବ୍ୟକ୍ତି ଇକୋ ଗାଡିରେ ଯାଉଥିଲେ। ଯେଉଁ ଟ୍ରକ୍ ସହ କାରଟି ଧକା ହୋଇଥିଲା ସେ ଟ୍ରକ୍ ଟି ମଧ୍ୟ ଧରାପଡ଼ିଛି।

Leave a Reply

Your email address will not be published. Required fields are marked *