ଅସୁସ୍ଥ ରହୁଥିଲେ ପତ୍ନୀ, ଜୀବନକୁ ରଙ୍ଗୀନ କରିବା ପାଇଁ ଅନ୍ୟ ମହିଳାଙ୍କ ପାଖରେ ପହଞ୍ଚିଲେ ସ୍ଵାମୀ, ତୁରନ୍ତ ମିଳିଲା କର୍ମର ଫଳ…

ପତିପତ୍ନୀଙ୍କ ସମ୍ପର୍କକୁ ପବିତ୍ର ଏବଂ ମଜବୁତ୍ ବୋଲି କୁହାଯାଏ । ବିବାହ ସମୟରେ, ସେମାନେ 7 ଜନ୍ମ ପାଇଁ ଏକାଠି ରହିବାକୁ ପ୍ରତିଜ୍ଞା କରନ୍ତି । ପତିପତ୍ନୀ ଉଭୟଙ୍କର ଧର୍ମ ହେଉଛି ଯେ ସେମାନେ ନିଜ ଜୀବନସାଥୀଙ୍କ ପ୍ରତ୍ୟେକ ସୁଖ ଏବଂ ଦୁଃଖରେ କାନ୍ଧରେ କାନ୍ଧରେ ମିଶାଇ ଠିଆ ହେବା ଉଚିତ୍ । କିନ୍ତୁ ଆଜିକାଲିର ଯୁଗରେ, ଅନେକ ଲୋକ ଟିକିଏ ଅସୁବିଧା ଆସିବା ମାତ୍ରେ ସମ୍ପର୍କକୁ ଏକ ବୋଝ ବୋଲି ଭାବନ୍ତି । ପରେ ଏହି ସମ୍ପର୍କରୁ ମୁକୁଳିବାକୁ ବାଟ ଖୋଜନ୍ତି । ବର୍ତ୍ତମାନ ଏହି 54 ବର୍ଷୀୟ ସ୍ୱାମୀଙ୍କୁ ନିଆଯାଉ ।

ଏହି ବ୍ୟକ୍ତିଙ୍କର 51 ବର୍ଷିୟା ପତ୍ନୀ ଅନେକ ରୋଗରେ ପୀଡିତ ଥିଲେ । ତେଣୁ ସେ ପ୍ରାୟତଃ ଡିପ୍ରେସନରେ ରହୁଥିଲେ । ସ୍ୱାମୀ ତାଙ୍କ ସେବା କରି କରି ଥକି ପଡ଼ିଥିଲେ । ତେଣୁ ସେ ତାଙ୍କ ଜୀବନରେ ରଙ୍ଗ ଭରିବା ପାଇଁ ଏକ୍ସଟ୍ରାମ୍ୟାରେଟାଲ୍ ଅଫେୟାରର ସାହାରା ନେଇଥିଲେ । ସେ ଏକ ଡେଟିଂ ୱେବସାଇଟରେ ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ ।

ବର୍ତ୍ତମାନ ବ୍ୟକ୍ତି ଏବଂ ସେହି ମହିଳା ପ୍ରତ୍ୟେକ ଦିନ ପରସ୍ପର ସହ ମେସେଜରେ କଥାବାର୍ତ୍ତା ହେଉଥିଲେ । ଉଭୟଙ୍କ ବନ୍ଧୁତା ବହୁତ ଗଭୀର ହୋଇଗଲା । ଉଭୟଙ୍କ ମଧ୍ୟରେ ପ୍ରେମ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ମହିଳାଙ୍କ ପ୍ରେମରେ ପାଗଳ ହୋଇ ବ୍ୟକ୍ତିଜଣକ ତାଙ୍କୁ ଆର୍ଥିକ ସାହାଯ୍ୟ ମଧ୍ଯ କରିଥିଲେ । ତା’ପରେ ଦିନେ ତାଙ୍କର ମହିଳାଙ୍କୁ ଭେଟିବାକୁ ମନ ହୋଇଥିଲା । ବହୁ ନିବେଦନ ପରେ ମହିଳା ଜଣକ ତାଙ୍କୁ ନିଜ ଠିକଣା ଦେଇଥିଲେ । ତେବେ ଯେତେବେଳେ ଦେଖା ହେବାର ସମୟ ଆସିଥିଲା, ସେ ଆସିବାକୁ ମନା କରିଦେଇଥିଲେ ।

ଏହାପରେ ମଧ୍ୟ ବ୍ୟକ୍ତିଜଣକ ସେହି ମହିଳାଙ୍କୁ ଭେଟିବାକୁ ଚାହୁଁଥିଲେ ଏବଂ ସେ ଦେଇଥିବା ଠିକଣାରେ ପହଞ୍ଚିଥିଲେ । କିନ୍ତୁ ସେ ସେଠାରେ ତାଙ୍କୁ ପାଇନଥିଲେ । ତେଣୁ ସେ ସେଠାରେ ମହିଳାଙ୍କ ନାମରେ ଏକ ନୋଟ୍ ଛାଡିଥିଲେ । ତା’ପରେ କିଛି ସମୟ ପରେ ସେ ଏକ କଲ ପାଇଲେ ଯେ ଏହି ନାମର କୌଣସି ମହିଳା ଏଠାରେ ରୁହନ୍ତି ନାହିଁ । ତା’ପରେ ବ୍ୟକ୍ତି ଜଣକ ଜାଣିପାରିଲେ ଯେ ମହିଳା ଜଣକ ତାଙ୍କୁ ଧୋକା ଦେଇଛନ୍ତି । ସେ କେବଳ ତାଙ୍କର ବ୍ୟବହାର କରୁଥିଲେ । ଏହିପରି ଭାବରେ ବ୍ୟକ୍ତି ଜଣକ ତାଙ୍କ କର୍ମର ଫଳ ପାଇଲେ ।

ବ୍ୟକ୍ତି ଜଣକ ଏହି ପୁରା କାହାଣୀକୁ ଏକ ସୋସିଆଲ୍ ମିଡିଆ ସାଇଟରେ ସେୟାର କରିଥିଲେ । ବର୍ତ୍ତମାନ ସେ କଣ କରିବା ଉଚିତ୍ ବୋଲି ଲୋକମାନଙ୍କୁ ପଚାରିଥିଲେ । ସେ କହିଥିଲେ ଯେ ମୁଁ ମୋର ଅସୁସ୍ଥ ପତ୍ନୀଙ୍କର ଗତ 4 ବର୍ଷ ଧରି ସେବା କରିଆସୁଛି । ମୁଁ ତାଙ୍କ ଯତ୍ନ ନେବା ପାଇଁ ମୋ ଚାକିରି ମଧ୍ୟ ଛାଡ଼ିଥିଲି । ପତ୍ନୀଙ୍କର ହାର୍ଟ ରୋଗ ସହିତ ଅନ୍ୟାନ୍ୟ ଅନେକ ରୋଗ ମଧ୍ୟ ରହିଛି । ତେଣୁ ସେ ସବୁବେଳେ ଡିପ୍ରେସନରେ ରହୁଛନ୍ତି । ନେଗେଟିଭ ଭାବୁଛନ୍ତି । କାହା କଥା ଶୁଣୁନାହାନ୍ତି । ଠିକ୍ ସମୟରେ ଔଷଧ କିମ୍ବା ବଟିକା ଖାଉନାହାନ୍ତି । ତାଙ୍କ ବ୍ଯବହାରରେ କ୍ଳାନ୍ତ ହୋଇ,ଏକ୍ସଟ୍ରାମ୍ୟାରେଟାଲ୍ ଅଫେୟାର ସାହାଯ୍ୟରେ ମୁଁ ମୋ ଜୀବନରେ କିଛି ରଙ୍ଗ ଭରିବାକୁ ଚିନ୍ତା କରିଥିଲି ।

ବ୍ୟକ୍ତିଙ୍କ କଥା ଶୁଣିବା ପରେ ଜଣେ ବିଶେଷଜ୍ଞ ତାଙ୍କୁ ବହୁତ ଭଲ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଆପଣଙ୍କ ପତ୍ନୀଙ୍କୁ ସମ୍ଭାଳିବା ଆପଣଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ହୋଇପାରେ, କିନ୍ତୁ ଏଥିପାଇଁ ଅନ୍ୟ ମହିଳାଙ୍କ ନିକଟକୁ ଯିବା ମଧ୍ଯ ଏହାର ସମାଧାନ ନୁହେଁ । ଆପଣ ଆପଣଙ୍କ ମାନସିକ ସ୍ଥିତି ବିଷୟରେ ପତ୍ନୀଙ୍କ ସହିତ ଖୋଲାଖୋଲି ଭାବେ କଥା ହୁଅନ୍ତୁ । ଆପଣଙ୍କ ଭାବନା ବିଷୟରେ ତାଙ୍କୁ କୁହନ୍ତୁ । ତାଙ୍କୁ ଡାକ୍ତରଙ୍କୁ ଦେଖା କରି ଚିକିତ୍ସା କରାଇବାକୁ ବୁଝାନ୍ତୁ ।

ଥରେ ଆପଣଙ୍କ ପତ୍ନୀ ଡିପ୍ରେଶନରୁ ମୁକ୍ତି ପାଇଗଲେ ସେ ଭଲ ଅନୁଭବ କରିବେ । ତାଙ୍କୁ ବୁଝାନ୍ତୁ ଯେ ଆପଣ ଦୁହେଁ ପୁନର୍ବାର ଏକ ନୂଆ ଧାରାରେ ଜୀବନର ଆରମ୍ଭ କରିବା ଉଚିତ୍ । ଆପଣ ଏକାଠି ଏକ କପଲ୍ କାଉନସିଲରଙ୍କ ସହିତ କଥା ହୁଅନ୍ତୁ । ସାଥିହୋଇ ଏହି ପରିସ୍ଥିତିରୁ ବାହାରିବାକୁ ଚେଷ୍ଟା କରନ୍ତୁ । ଏହା ଆପଣ ଦୁହିଁଙ୍କ ପାଇଁ ଉଚିତ୍ ହେବ ।

ତେବେ ଯଦି ଆପଣ ଏହି ପରିସ୍ଥିତିରେ ପଡନ୍ତି ତେବେ ଆପଣ କ’ଣ କରିବେ?, କମେଣ୍ଟ କରି ଆମକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *