ଯୌ-ନ ଲାଳସା ଭୁଲିଗଲା ଶଶୁର ବୋହୁର ସମ୍ପର୍କ , ଫେରାର ହୋଇଗଲେ ଉଭୟ ଶଶୁର ବୋହୁ

ଆଜିର ଦୁନିଆଁରେ ଆଉ ଶଶୁର ବୋହୂର ସମ୍ପର୍କରେ କୌଣସି ସମ୍ମାନର ସ୍ଥାନ ନାହିଁ । ଶଶୁର ବୋହୁର ସମ୍ପର୍କ କହିବାକୁ ଗଲେ ବାପା ଏବଂ ଝିଅର ସମ୍ପର୍କ । ତେବେ ସମାଜରେ ଲୋକଙ୍କର କିଛିଟା କାମ ଏହି ସମ୍ପର୍କରେ କଳଙ୍କ ଲଗାଇ ଦେଉଛି । ଆଉ ଏହି ସମ୍ପର୍କକୁ ତଳକୁ ଖସାଇ ଦେଉଛି । କେବଳ କିଛି ମୁହୂର୍ତ୍ତର ଆନନ୍ଦ ପାଇଁ ଶଶୁର ବୋହୁ ଭୁଲି ଯାଉଛନ୍ତି ସବୁକିଛି । ଆଉ କରି ଚାଲୁଛନ୍ତି ଗୋଟିଏ ପରେ ଗୋଟିଏ କଳଙ୍କିତ କାମ ।

ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଆସି ପହଞ୍ଚିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆମ୍ବଦୁଲ ଗ୍ରାମରୁ । ଏହି ଗ୍ରାମର ଜଣେ ମହିଳା ନିଜ ଦାଦା ଶଶୁର ସହିତ ଶାରୀ-ରିକ ସମ୍ପର୍କ ରଖିଥିଲେ । ଯୌ-ନ ଲାଳସା ଉଭୟଙ୍କର ସମ୍ପର୍କକୁ ଭୁଲାଇ ଦେଇଥିଲା ଆଉ ସବୁ ଭୁଲି ଦୁଇ ଜଣ ହୋଇ ଯାଇଥିଲେ ଏକ । ବାରମ୍ବାର ରଖି ଚାଲିଥିଲେ ସମ୍ପର୍କ । ଆଉ ଏପରିକି ଦୁଇ ଜଣ କୋର୍ଟ ମ୍ୟାରେଜ ମଧ୍ୟ କରି ନେଇଥିଲେ । ତେବେ ସୂଚନା ଅନୁଯାୟୀ ରବୀନ୍ଦ୍ର ମହାନ୍ତିଙ୍କର ସ୍ତ୍ରୀ ବୈଶାଖୀ ମହାନ୍ତି ନିଜ ଶଶୁରଙ୍କର ସହିତ ଶାରୀ-ରିକ ସମ୍ପର୍କ ରଖିଥିଲେ ।

ତାଙ୍କ ଶଶୁର ମହେଶ୍ବର ମହାନ୍ତିଙ୍କର ବୟସ ପାଖାପାଖି ୪୦ ବର୍ଷ ହୋଇ ଥିବା ବେଳେ ତାଙ୍କର ଗୋଟିଏ ବିବାହିତା ଝିଅ ଆଉ ଗୋଟିଏ ପୁଅ ମଧ୍ୟ ଅଛନ୍ତି । ଅନ୍ୟପକ୍ଷରେ ବୈଶାଖିଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ତେବେ ସବୁକିଛିକୁ ଭୁଲି ଯାଇ ନିଜ ପରିବାର କଥା ନ ଭାବି , ନିଜ ଛୋଟ ଛୋଟ ପିଲାଙ୍କ କଥା ନ ଭାବି ମହିଳା ଜଣକ ନେଇଥିଲେ ଏଭଳି ପଦକ୍ଷେପ । ଆଉ ଦୁହେଁ ଏ ଦୁନିଆଁରେ ରହିବେ ନାହିଁ ବୋଲି ନେଇଥିଲେ ନିଷ୍ପତ୍ତି । ଦୁହେଁ ଭାବୁଥିଲେ ଆଉ ଗୋଟିଏ ଦୁନିଆଁରେ ସେମାନେ ସେମାନଙ୍କର ସଂସାର ବସାଇବେ , ଯେମିତି ସେଇଠି ଆଉ କେହି ନଥିବେ ।

ତେବେ ବର୍ତ୍ତମାନ ଦୁହେଁ ଶଶୁର ଆଉ ବୋହୁ କୁଆଡେ ଫେରାର ହୋଇ ଯାଇଛନ୍ତି , ସେ କଥା କେହି ଜାଣନ୍ତି ନାହିଁ । ଏପଟେ ସାରା ପରିବାର ନିସ୍ତବ୍ଧ ହୋଇଯାଇଛି । ଆଉ ସମସ୍ତେ ଛି ଛି କରିବାକୁ ଲାଗିଛନ୍ତି । ଏପଟେ ବୈଶାଖିଙ୍କର ସ୍ୱାମୀ କହିଛନ୍ତି ସେମାନେ କୁଆଡେ ଯାଇଛନ୍ତି , ସେ କଥା କହି ହେବ ନାହିଁ । ବର୍ତ୍ତମାନ ସମୟରେ ଥାନାରେ ସେ ସ୍ତ୍ରୀର ଫେରାର ଅଭିଯୋଗ ଦେଇ ଆସିଛନ୍ତି । ପୋଲିସ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛି , ତାହା ଦେଖିବା ହିଁ ବାକି ରହିଲା ।

Leave a Reply

Your email address will not be published. Required fields are marked *