ମୁଁହ ଖୋଲିଲେ ରାଜ୍ୟ ଦୋହଲି ଯିବ, ବାସ ୩୦ ମିନିଟ ଦିଅ ସବୁ Exclusive ଭିଡିଓ ଦେଖେଇବି: ଅର୍ଚନା

ରାଜଧାନୀ ଅର୍ଚ୍ଚନା ନାଗଙ୍କ ମାମଲା ବର୍ତ୍ତମାନ ସମୟରେ ଇଡି ତଦନ୍ତ ଅଧୀନ ରହିଛି । ଗତ କିଛି ମାସ ହେବ ଏହି ମାମଲାର ଅନେକ କିଛି କଥା ପର୍ଦାଫାସ ହୋଇଥିବା ବେଳେ ପୁରା ଦୃଢ଼ ପ୍ରମାଣ ମିଳିନାହିଁ । ମାତ୍ର ଗତକାଲି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିବା ପରେ ଅର୍ଚ୍ଚନା ଆଶ୍ୱସ୍ତି ଅନୁଭବ କରିଛନ୍ତି ।

ଯାହାକୁ ନେଇ ବର୍ତ୍ତମାନ ସମୟରେ ଏକ ଚର୍ଚ୍ଚା ହେଉଛି , ଯାହା ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି । ଯେଉଁ ବିଷୟରେ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ । ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା ଦେଇଥିବା ନିଜର ବୟାନ ସବୁଠି ଚର୍ଚ୍ଚା ହେଉଛି ।

ଅର୍ଚ୍ଚନା ପ୍ରଥମେ ଗଣମାଧ୍ୟମକୁ ଆକ୍ଷେପ କରି କହିଛନ୍ତି ଯେ ତାଙ୍କ ନାମରେ ବର୍ତ୍ତମାନ ଯେଉଁ ଲୋକେ ସବୁ କହୁଛନ୍ତି ସେଥିପାଇଁ ପ୍ରଥମେ ଗଣମାଧ୍ୟମ ଦାୟୀ । ଗଣମାଧ୍ୟମ ଯାହା ସବୁ ବଢ଼େଇ କହିଛନ୍ତି ତାହାଦ୍ୱାରା ଅର୍ଚ୍ଚନାଙ୍କ ମାନ ହାନୀ ହୋଇଛି । ଯାହା ସେ କରି ନାହାଁନ୍ତି ତାହାର ଫଳ ଭୋଗୁଛନ୍ତି ।

ସେ କହିଛନ୍ତି ଯେ ତାଙ୍କର ପାଞ୍ଚ ବର୍ଷର ଝିଅ ଅଛି । ଯାହାର ଲୁହ ମଧ୍ୟ କୁଆଡ଼େ ତାଙ୍କୁ ବଦନାମ କରିଥିବା ଲୋକଙ୍କ ଉପରେ ପଡ଼ିବ । ଅର୍ଚ୍ଚନାଙ୍କ କହିବା କଥା ଯେ ସେ ଆଜି ପର୍ଯ୍ୟନ୍ତ ତାଙ୍କ କେସରେ ତଦନ୍ତ କରୁଥିବା ପୋଲିସ ଏବଂ ଇଡିକୁ ସାହାଯ୍ୟ କରି ଆସିଛନ୍ତି ।

ଆଉ ବର୍ତ୍ତମାନ ଇଡି ଦ୍ୱାରା ଆବେଦିତ ହୋଇଥିବା ଅର୍ଚ୍ଚନାଙ୍କ ରିମାଣ୍ଡ ପରେ ହିଁ ଅସଲ କଥା ବାହାରକୁ ଆସିବ ବୋଲି ଅର୍ଚ୍ଚନା କହିଛନ୍ତି । ତାଙ୍କ କହିବା କଥା ଯେ ଯାହା ବାସ୍ତବ ସତ୍ୟତା ତାହା ବର୍ତ୍ତମାନ ଆସିବ । ଅର୍ଚ୍ଚନା ନିର୍ଭିକରେ ପୁରା ସ୍ପଷ୍ଟ କହିଛନ୍ତି ଯେ ସେ ନିଜେ ପୁରା ସତ୍ୟତା ଏବଂ ପ୍ରମାଣ ଇଡି ଏବଂ ପୁରା ଜନସାଧାରଣଙ୍କ ସାମ୍ନାକୁ ଆଣିବେ ।

ବ୍ଲାକମେଲର ଅର୍ଚ୍ଚନା ନାଗ ନାମରେ ପରିଚିତ ଅର୍ଚ୍ଚନାଙ୍କ ବୟାନ ପରେ ସବୁଠି ଚର୍ଚ୍ଚା ସୃଷ୍ଟି ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଯଦି ୩୦ ମିନିଟ ଦିଆଯାଏ ସେ ସେତିକି ସମୟ ମଧ୍ୟରେ ଏହି ମାମଲା ପଛରେ ବାସ୍ତବରେ କିଏ ରହିଛି ତାହା କହିବେ ଆଉ ପୁରା ମାମଲାର ପର୍ଦାଫାସ କରି ପାରିବେ ।

ଅର୍ଚ୍ଚନାଙ୍କ ଦାବି ଯେ ତାଙ୍କୁ ଜାଣି ଶୁଣି ଏହି ମାମଲାରେ ଫସାଇ ଦିଆଯାଇଛି ଏବଂ ସେ ସମ୍ପୂର୍ଣ୍ଣ ନିର୍ଦୋସ । ତେଣୁ ବର୍ତ୍ତମାନ ତାଙ୍କୁ ମୁହଁ ଖୋଲିବାକୁ ସୁଯୋଗ ଦେଲେ ସେ ତାହାକୁ ହାତଛଡ଼ା କରିବେ ନାହିଁ ଏବଂ ପୁରା ସତକୁ ପଦାକୁ ଆଣିବେ ।

ଆଉ ସେଥିରେ କୁଆଡ଼େ ତାଙ୍କୁ ବଦନାମ କରିଥିବା ଗଣମାଧ୍ୟମ ହିଁ ତାଙ୍କୁ ସହାୟତା କରିବ ବୋଲି ସିଧା ସିଧା କହିଛନ୍ତି । ତେବେ ଅର୍ଚ୍ଚନାଙ୍କ ଏହି ଲାଇଭ ବୟାନ ପରେ ଆଶା କରାଯାଉଛି ଯେ ହୁଏତ ଏମିତି କିଛି ତଥ୍ୟ ଅର୍ଚ୍ଚନା ଦେଇ ପାରନ୍ତି ଯାହାଦ୍ୱାରା ମାମଲା ପଛରେ ଥିବା ବାସ୍ତବ ଦୋଷୀ ବିଷୟରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *