ପତ୍ନୀଙ୍କ ଚାକିରି ପାଇଁ ସ୍ବାମୀ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ, ଚାକିରି ପାଇବା ପରେ ପତ୍ନୀ ଆଉ ସ୍ୱାମୀଙ୍କୁ ଚିହ୍ନିପାରୁ ନାହାଁନ୍ତି।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କ ସାତ ଜନ୍ମର। ବିବାହ ବେଳେ ପ୍ରତ୍ୟେକ ସୁଖ ଏବଂ ଦୁଃ-ଖରେ ସେମାନେ ସାଥୀ ହେଇ ରହିବେ ବୋଲି କଥା ଦିଅନ୍ତି। କିନ୍ତୁ ବିହାରର ସାହାରାଠାରେ ଜଣେ ପତ୍ନୀ ପୋ-ଲି-ସରେ ଚାକିରି ପାଇବା ମାତ୍ରେ ତାଙ୍କ ସ୍ୱାମୀଙ୍କଠାରୁ ଦୂରେଇ ଗଲେ। ପତ୍ନୀଙ୍କ ପରୀକ୍ଷା ଏବଂ ତାଲିମ ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଇଥିଲା ସବୁ ତାଙ୍କ ସ୍ୱାମୀ ଖର୍ଚ୍ଚ କରିଥିଲେ। କିନ୍ତୁ ପତ୍ନୀ ଚାକିରି ପାଇବା ମାତ୍ରେ ସ୍ୱାମୀଙ୍କୁ ଛାଡି ଅନ୍ୟ କାହା ସହ ପଳେଇ ଯାଉଛନ୍ତି। ବର୍ତ୍ତମାନ ପୀ-ଡିତା ସ୍ୱାମୀ ନ୍ୟା-ୟ ପାଇବାକୁ ପୋ-ଲିସ ଷ୍ଟେସ-ନରେ ବସିଛି।

ସାହାରା ନିବାସୀ ମିଥୁନ କୁମାର ପ୍ରଥମେ ସେନା ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ମାଧେପୁରା ଜିଲ୍ଲାର ହରପ୍ରୀତ ପୋ-ଲିସ ପାଇଁ ପ୍ରସ୍ତୁତି ହେଉଥିଲେ। ଏକାଠି ପ୍ରସ୍ତୁତି ବେଳେ ଦୁହେଁ ପ୍ରେମରେ ପଡ଼ିଗଲେ। ତା’ପରେ ପରିବାରର ସହମତିରେ ଦୁହେଁ ୫ ମଇ ୨୦୨୧ ରେ ବିବାହ କଲେ। ତା’ପରେ ପତ୍ନୀଙ୍କର ବିହାର ପୋ-ଲି-ସରେ ଚାକିରି ହେଇଗଲା।

ଯୋଗଦାନ ପତ୍ର ଆସିବା ମାତ୍ରେ ପତ୍ନୀ ଟଙ୍କା ମାଗିଲେ। ସେ ଚାକିରି ପାଇଁ ୧୪ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ। ଯେତେବେଳେ ପତ୍ନୀ ପୋ-ଲିସ୍ ଟ୍ରେନିଂ କରିବାକୁ ଯାଇଥିଲେ, ଦିନେ ମିଥୁନ ତାଙ୍କୁ ଭେଟିବା ପାଇଁ ସାମସ୍ତିପୁରରେ ପହଞ୍ଚିଲେ। କିନ୍ତୁ ପତ୍ନୀ ତାଙ୍କୁ ଦେଖିବା ପରେ ତାଙ୍କୁ ଚିହ୍ନି ନାହାନ୍ତି ବୋଲି କହିଲେ।

ମିଥୁନ କହିଛନ୍ତି ଯେ ତାଲିମ ଶେଷ ହେବା ପରେ ତାଙ୍କ ପତ୍ନୀ ଫେରି ଆସିବେ ବୋଲି ପ୍ରତି-ଶୃତି ଦେଇଥିଲେ। କିନ୍ତୁ ତାଲିମ ସରିବା ପରେ ସେ ଗାଁକୁ ଆସି ପଞ୍ଚାୟତକୁ ଡାକି ଏକାଠି ନ ରହିବା କଥା କହିଲେ। ମିଥୁନ ଏହା ମଧ୍ୟ ଅଭି-ଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ଅନ୍ୟ କାହା ସହ ସ-ମ୍ପର୍କ ରଖିଛନ୍ତି। ସେ ପୂର୍ବରୁ ବିବାହିତ ଥିଲେ। ବର୍ତ୍ତମାନ ସେ ଏହି ବିବାହକୁ ଗ୍ରହଣ କରିବାକୁ ମନା କରୁଛନ୍ତି।

ଏହି ସମଗ୍ର ମାମ-ଲାରେ ମିଥୁନ ପୋ-ଲିସ ଅଧୀକ୍ଷକ ଙ୍କୁ ଲିଖିତ ଭାବେ ଅଭି-ଯୋଗ କରିଛନ୍ତି। ସେ କହିଛନ୍ତି ସେ ଅନେକ ଦିନ ଧରି ନ୍ୟା-ୟ ସନ୍ଧା-ନରେ ବୁଲୁଛନ୍ତି। କିନ୍ତୁ କୋଉଠି କେହି ପଦକ୍ଷେପ ନେଉ ନାହାନ୍ତି।

ଅନ୍ୟପକ୍ଷରେ ମିଥୁନଙ୍କ ପତ୍ନୀ ଅଭି-ଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ସ-ନ୍ଦେହ କରୁଛନ୍ତି। ଯେତେବେଳେ ମୁଁ ଚାକିରି ପାଇଲି, ମତେ ୨୫ ଲକ୍ଷ ଟଙ୍କା ମାଗିଲେ। ଯଦି ମୁଁ ଟଙ୍କା ନ ଦିଏ ତେବେ ମତେ ମା-ରିଦେବେ ବୋଲି ଧ-ମକ ଦେଲେ।

ଏହା ବ୍ୟତୀତ ମିଥୁନଙ୍କର ଅନ୍ୟ ଝିଅଙ୍କ ସହିତ ସ-ମ୍ପର୍କ ଅଛି ବୋଲି ପତ୍ନି ଅଭି-ଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୬ ରେ ଉଭୟ ପରିବାରର ସହମତି ଅନୁସାରେ ଆମେ ଦୁହେଁ ଅଲଗା ହେଇଯାଇଥିଲୁ।

Leave a Reply

Your email address will not be published. Required fields are marked *