ବିଜୁଳି ଖୁଣ୍ଟରେ ଚଢ଼ି ପ୍ରେମିକାକୁ କଲେ ପ୍ରେମ ନିବେଦନ : ଭିଡିଓ ଦେଖିଲେ ଉଡିଯିବ ହୋସ

ଅଜବ ଏ ଯୁଗ ଆଉ ଅଜବ ଏ ମଣିଷ । ପ୍ରେମ ପାଇଁ ଏ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ଅଛି । ପ୍ରେମ ପାଇଁ ନିଜ ଜୀବନକୁ ଦେଇପାରେ ଆଉ ନେଇ ବି ପାରେ , ଏ ମଣିଷ । କେତେବେଳେ ଆଉ କାହା ସହିତ ଲଢି ଯାଏ ତ କେତେବେଳେ ନିଜ ଜୀବନକୁ ବାଜି ଲଗାଇ ଦେଇଥାଏ । ସେଥିପାଇଁ ତ କୁହାଯାଏ ପ୍ରେମ ମହାନ ଏବଂ ଶାଶ୍ଵତ । ଜଣଙ୍କୁ ପାଇବା ପାଇଁ ଆଉ ଜଣେ ନିଜ ଘର ପରିବାରକୁ ଛାଡି ଦେଇ ଆସିଥାଏ ଆଉ ସାରା ଜୀବନ ସେହି ମଣିଷ ସହିତ ବାଟ ଚାଲିବା ପାଇଁ ସ୍ବପ୍ନ ଦେଖିଥାଏ ।

କିନ୍ତୁ ପ୍ରେମ ଠାରୁ ଅଧିକ ହୋଇଗଲେ ତାକୁ ପାଗଳାମି କୁହାଯାଏ । ତେବେ ଏପରି ପାଗଳାମୀ କରି ଦେଖାଇଛନ୍ତି ଜଣେ ଯୁବକ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମଣିଷ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ କିଛି ବି କରି ଦେଇପାରେ ।

ଏପରିକି ସେ ନିଜ ଜୀବନ ମଧ୍ୟ ଦେଇ ଦେଇପାରେ । ପ୍ରେମ ନିବେଦନ ପାଇଁ ପ୍ରେମିକ ପ୍ରେମିକା ଅନେକ ବିପଦଜନକ କାମ ମଧ୍ୟ କରି ଦେଇପାରନ୍ତି । ତେବେ କିଏ ପାଣି ଟାଙ୍କି ଉପରକୁ ଚଢ଼ିଯାଏ ତ ଆଉ କିଏ ଆତ୍ମହତ୍ୟା କରିବାର ଧମକ ଦେଇଥାଏ ଆଉ କିଏ ପୁଣି କିଏ ହାତ କାଟିଦିଏ।

ତେବେ ଆଜିର ପାଗଳ ପ୍ରେମିକ ଜଣକ କଣ କରିଛନ୍ତି , ଆପଣ ଜାଣିଛନ୍ତି କି । ପ୍ରେମିକ ଜଣକ ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ ପାଇଁ ଏପରି କାଣ୍ଡ କରିଛନ୍ତି । ପ୍ରେମିକ ଜଣକ ଏକ ଉଚ୍ଚ ବିଜୁଳି ଖୁଣ୍ଟ ଉପରକୁ ଚଢ଼ି ଯାଇଛନ୍ତି ଆଉ ତାହା ଉପରକୁ ଉଠି ନିଜ ପ୍ରେମିକାଙ୍କୁ ଭିଡିଓ କଲ୍ ମଧ୍ୟ କରୁଛନ୍ତି ।

ତେବେ ଖାଲି ଏତିକି ନୁହେଁ , ଭିଡିଓ କଲ୍ କରି ଜୋର୍ ସୋରରେ ପାଟି କରି ସେ ତାଙ୍କ ପ୍ରେମିକାଙ୍କୁ , ମୁଁ ତୁମକୁ ଭଲ ପାଏ ପୂଜା ବୋଲି ମଧ୍ୟ କହୁଛନ୍ତି । ଆଉ ବ୍ୟକ୍ତି ଜଣକୁ ଲୋକ ମାନେ ତଳେ ରହି ଅନାଇଛନ୍ତି । ଏପରି ଦୁର୍ଦ୍ଦାନ୍ତ କାମ ବ୍ୟକ୍ତି ଜଣକ କିପରି କରି ପକାଉଛନ୍ତି , ସେମାନେ ଦେଖି ଆଶ୍ଚର୍ୟ୍ଯ ହୋଇ ଯାଉଛନ୍ତି ।

ତେବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଏପର୍ଯ୍ୟନ୍ତ ୭୦,୦୦୦ ରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡିଓଟିକୁ itz_sonu_beawar ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ।

ତେବେ ଲୋକ ମାନେ ଏହି ଭିଡିଓଟିରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । କିଏ କହୁଛନ୍ତି ଭାଇ ତୁମେ ମହାନ୍ ତ ଆଉ କିଏ କହୁଛି ଏପରି କାମ କରିବା ଆଗରୁ ଥରେ ଚିନ୍ତା କରିବା ଉଚିତ୍ । ପୁଣି ଆଉ କିଏ କହୁଛନ୍ତି ପ୍ରେମ ପାଇଁ କିଛି ବି ।

Leave a Reply

Your email address will not be published. Required fields are marked *