ସୁକାନ୍ତଙ୍କ ପୁଅକୁ ପାଠପଢ଼ା ବାବଦକୁ ପାଞ୍ଚ ଲକ୍ଷ ଟଙ୍କା ଦେଇଥାନ୍ତେ ରାଣୀ ପଣ୍ଡା । କିନ୍ତୁ ପୁଅ ଆଉ ନାହିଁ , ଟଙ୍କା ଆଉ କାହାକୁ ଦେବେ???

ଅଭିନେତ୍ରୀ ରାଣୀ ପଣ୍ଡା କେବେବି ଭାବି ନଥିଲେ ଯେ ତାଙ୍କ ଜୀବନରେ ଏମିତି କିଛି ଘଟିଯିବ ବୋଲି । ନିଜ ଗାଡ଼ି ଦୁର୍ଘ-ଟଣା ପରଠାରୁ ଯେମିତି ଜୀବନ ଅନେକ ବଦଳି ଯାଇଛି । ରାଣୀ ପଣ୍ଡାଙ୍କ ଗାଡ଼ି ସହିତ ଧକ୍କା ହୋଇ ମୃତ୍ୟୁ ହୋଇଥିବା ସୁକାନ୍ତଙ୍କ ପରିବାର ଲୋକଙ୍କୁ ରାଣୀ ପଣ୍ଡା ସହାୟତା କରିବେ ବୋଲି କଥା ଦେଇଥିଲେ । କିନ୍ତୁ ଏସବୁ ବ୍ୟତୀତ ସହାୟତା ବାବଦକୁ ସୁକାନ୍ତଙ୍କ ଛୋଟ ପୁଅର ଭବିଷ୍ୟତ ଗଢ଼ିବାକୁ ଚାହିଁଥିଲେ ରାଣୀ ପଣ୍ଡା । କିନ୍ତୁ ସବୁ କିଛି ବଦଳି ଗଲା ।

ବର୍ତ୍ତମାନ ସମୟରେ ରାଣୀ ପଣ୍ଡାଙ୍କର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି , ଯେଉଁଥିରେ ସେ ସୁକାନ୍ତଙ୍କ ପରିବାରକୁ କରିବାକୁ ଚାହିଁଥିବା ସହାୟତା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଯାହାର ପାଠପଢ଼ା ବାବଦକୁ ସେ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ ସେ ହିଁ ଆଉ ଏ ଦୁନିଆରେ ନାହିଁ । ତେବେ ସେ ଆଉ କାହାକୁ ସାହାଯ୍ୟ କରିବେ । କୋହ ଭରା କଣ୍ଠରେ ରାଣୀ ପଣ୍ଡା ସମଗ୍ର ଗଣ ମାଧ୍ୟମ ସାମ୍ନାରେ ନିଜ ଉକ୍ତି ରଖିଛନ୍ତି । ତେବେ କହି ରଖିବୁ ଯେ ଗତ କିଛି ମାସ ତଳେ ଖଣ୍ଡଗିରି ନିକଟରେ ଏକ କାର ଦୁର୍ଘଟଣା ଘଟିଥିଲା ।

ଘଟଣା ଅନୁଯାୟୀ ସେଦିନ ରାଣୀ ପଣ୍ଡାଙ୍କ କାରକୁ ଏକ ପଲସର ବାଇକ ସାମ୍ନାରୁ ଆସି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ସୁକାନ୍ତଙ୍କ ମୃତ୍ୟୁ ପରେ ରାଣୀ ପଣ୍ଡା ଦୁଃଖ ଅନୁଭବ କରିବା ସହିତ ସୁକାନ୍ତଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ । ଏମିତିକି ତାଙ୍କ ପୁଅର ପାଠ ପଢ଼ା ବାବଦକୁ ୫ ଲକ୍ଷ ଟଙ୍କା ସହାୟତା ଦେବେ ବୋଲି କହିଥିଲେ । କିନ୍ତୁ ବୋଧହୁଏ ସୁକାନ୍ତଙ୍କ ପରିବାରରେ ଆହୁରି ଦୁଃଖ ଲେଖା ଥିଲା । ବାପାଙ୍କ ମୃତ୍ୟୁର ମାତ୍ର ୧୪ ଦିନ ପରେ କୁନି ପୁଅ ଉପରେ ଗରମ ପେଜ ପଡ଼ି ଯାଇଥିଲା ।

ଶରୀରର ୩୬ ଭାଗ ପୋଡ଼ି ଯାଇଥିବା ସହିତ କୁନି ପିଲାଟି ମୃତ୍ୟୁ ସହ ଲଢ଼ିବା ପରେ ଶେଷରେ ତାର ମୃତ୍ୟୁ ହୋଇଛି । ଯାହାକୁ ରାଣୀ ପଣ୍ଡା ବିଶ୍ୱାସ ବି ସୁଦ୍ଧା କରିପାରି ନାହାଁନ୍ତି । ଦୁଃଖରେ ମର୍ମାହତ ହୋଇ ରାଣୀ ପଣ୍ଡା କହିଛନ୍ତି ଯେ ଯାହାର ପାଠ ପଢ଼ା ପାଇଁ ସେ ପାଞ୍ଚ ଲକ୍ଷ ଟଙ୍କା ଦେଇଥାନ୍ତେ ସେ ହିଁ ଆଉ ନାହିଁ । ସେ କାହାକୁ ଆଉ ସାହାଯ୍ୟ କରିବେ । ତେବେ ବର୍ତ୍ତମାନ ସୁକାନ୍ତର କେବଳ ଏକ କୁନି ଝିଅଟେ ଅଛି । ଯାହାର ପାଠ ପଢ଼ା ବାବଦକୁ ରାଣୀ ପଣ୍ଡା ସହାୟତା କରିବେ ଏବଂ ସୁବିଧା ସୁଯୋଗ ଦେଖି ତାଙ୍କ ପରିବାରକୁ ସାହାଯ୍ୟ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *