ବାପା ସାମ୍ନାରେ ଆଖି ବୁଝିଲା ଝିଅ । ମଲା ବେଳେ ହାତରେ ଧରିଥିଲା ବାପା ଦେଇଥିବା ଚକଲେଟ…

ହସି ହସି ବାପା ଆଗରେ ଆଖି ବୁଝିଦେଲା ଝିଅ । ବାପା କହୁଥିଲେ ମାରେ ଆଖି ଖୋଲେ ତତେ ଆହୁରି ବହୁତ ଚକଲେଟ ଦେବି। ହେଲେ ଝିଅ କିନ୍ତୁ ଆଉ ଚକଲେଟ ନେବାକୁ ଆଖି ଖୋଲି ନଥିଲା । ଆଜି ସକାଳୁ ସକାଳୁ ଝିଅ କହୁଥିଲା ବାପା ଚଲନା ଆଜି ଟିକେ ବଜାର ଆଡ଼େ ବୁଲି ଆସିବା । ବାପା ବଜାର ଗଲେ ମତେ ଚକଲେଟ କିଣି ଦେବ । ମୁଁ ତୁମ ସହ ଯିବି ଗାଡ଼ିରେ ।

ବାପା ବହୁତ ମଜା ହେବ ନା ? ଆମେ କଥା ହୋଇ ହୋଇ ଯିବା ଆଉ ବହୁତ ସାରା ମଜା କରିକି ଆସିବା । ବନ୍ଧୁଗଣ ସକାଳୁ ସକାଳୁ ଝିଅ ଜିଦ ଧରୁଥିଲା ବାପାଙ୍କ ସହ ଟିକେ ବଜାର ଯିବା ପାଇଁ । ଆଉ ସକାଳୁ ବାପାଙ୍କୁ ରଖେଇ ବସେଇ ମଧ୍ୟ ଦେଉ ନଥିଲା । ଝିଅର ଜିଦ ଆଗରେ ବାପା ହାର ମାନି ଶେଷରେ ଗାଡି ଧରି ବାହାରି ପଡିଲେ ବଜାର । ବାଟରେ ଗଲା ବେଳେ ଝିଅ ଅନେକ କଥା କହି ଚାଲିଥିଲା ବାପା ଝିଅର ସବୁ କଥାରେ ହସି ଦେଉଥିଲେ ।

ହେଲେ ବନ୍ଧୁଗଣ ଏହି ହସ ବେଶି ସମୟ ରହି ନଥିଲା । ନିମିଷିକେ ବାପାଙ୍କ ଓଠରୁ ହସ ଲିଭି ଯାଇଥିଲା । ଝିଅ ସବୁଦିନ ପାଇଁ ସୋଇଯାଇଥିଲା । ସତେ ଯେପରି ସେ ହସ ଯେମିତି ଥିଲା ଶେଷ ହସ । ଘରୁ ହସ ଖୁସିରେ ବାହାରି ଯାଇଥିଲେ ବାପା ଝିଅ ବଜାରକୁ ହେଲେ କିଏ ଜାଣିଥିଲା ମୃତ୍ୟୁ ଯେ ସେଠି ଝିଅକୁ ଜଗି ବସିଛି । କିଏ ଜାଣିଥିଲା ଯମ ସେହିଠାରୁ ଝିଅକୁ ବାପାଙ୍କ ପାଖରୁ ଛଡାଇ ନେବ । ଯେଉଁ ଝିଅ ହସ ଖୁସିରେ ବାହାରି ଯାଇଥିଲା ସେହି ଝିଅର ମୃତ ଦେହ ଘରକୁ ଫେରିବ। ହଁ ଆଜ୍ଞା ମା ବୁକୁ ଫଟାଇ କାନ୍ଦୁଛି ।

ପରିବାର ଲୋକେ ଚିତ୍କାର କରୁଛନ୍ତି। ଝିଅର କଣ ହେଲା କହି ସମସ୍ତେ ଭୋ ଭୋ ହୋଇ କାନ୍ଦୁଛନ୍ତି ବାପା ଆଉ ଧର୍ଯ୍ୟ ଧରି ପାରୁ ନାହାନ୍ତି । ଚକଲେଟ ପାଇଁ ଝିଅ ଜିଦ କରି ସିନା ବାପାଙ୍କ ସହ ଘରୁ ଯାଇଥିଲା । ହେଲେ ଘରକୁ କିନ୍ତୁ ଫେରି ପାରିନଥିଲା । କି ଚକଲେଟ ମଧ୍ୟ ଖାଇ ପାରିନଥିଲା । ହାତରେ ଥିଲା ଚକଲେଟ ଝିଅ କିନ୍ତୁ ସୋଇ ଯାଇଥିଲା ଚିର ନିନ୍ଦ୍ରାରେ ।

ବାପା ଝିଅ ଘରକୁ ଫେରୁଥିବା ବେଳେ ପଛରୁ ଆସୁଥିବା ଦ୍ରୁତ ଗାମୀ ଚଳନ୍ତା ବସ ଝିଅ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଝିଅ ଆଖି ବୁଝି ଦେଇଥିଲା । ବାପା ସାମ୍ନାରେ ଝିଅ ଛଟପଟ ହେଉଥିଲେ ବି ବାପା ଅସହାୟ ହୋଇ କେବଳ ଚିତ୍କାର କରି ଚାଲୁଥିଲା । ହେ ଭଗବାନ କଣ ହେଲା ମୋ ଝିଅକୁ ବଞ୍ଚାଅ ମୋ ଝିଅକୁ ବଞ୍ଚାଅ କହି କହି ବାପା କେବଳ ଚିତ୍କାର କରୁଥାନ୍ତି। ହେଲେ ଝିଅ କିନ୍ତୁ ସେତେବେଳକୁ ଆଉ ଦୁନିଆରେ ନଥିଲା । ସେ ସବୁଦିନ ପାଇଁ ସୋଇ ଯାଇଥିଲା ଚିର ନିଦ୍ରାରେ ।

ହେଲେ ବନ୍ଧୁଗଣ ଆଉ ଏକ କଥା ଶୁଣିଲେ ମଧ୍ୟ ଆପଣଙ୍କ ଛାତିରେ ମଧ୍ୟ କୋହ ସୃଷ୍ଟି ହେବ । କି ଝିଅ ଯେଉଁ ଚକଲେଟ ପାଇଁ ଜିଦ କରି ଘରୁ ଯାଇଥିଲା ବଜାରକୁ। ବଜାରରେ ଝିଅକୁ ଯେଉଁ ଚକଲେଟ କିଣି ଦେଇଥିଲେ ବାପା ଝିଅ କିନ୍ତୁ ଏତେ ବଡ଼ ଦୁର୍ଘଟଣାରେ ବି ସେ ଚକଲେଟ କୁ ହାତରୁ ଛାଡିନି। ଝିଅର ମୃତ୍ୟୁ ହୋଇଛି ସତ ଝିଅ କିନ୍ତୁ ଚକଲେଟ କୁ ହାତରେ ମୁଠାଇ ଧରିଛି ।

ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭଦ୍ରକ ବାଇପାସ ନିକଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ। ବାପା ଆଗରେ ଝିଅର ହୋଇଛି ମୃତ୍ୟୁ । ବସ ଦୁର୍ଘଟଣାରେ ଘଟଣା ସ୍ଥଳରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତୀ ଯାଇଛନ୍ତି ବାପା । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତକ୍ତ ହୋଇ ଉଠିଥିବା ବେଳେ ଵସକୁ ଭଙ୍ଗା ରୁଜ୍ଜା କରୁଥିବା ଦେଖିବାକୁ ମିଳିଛି ।

ପରେ ଏହି ଖବର ପ୍ରଚାରିତା ହେବା ପରେ ସାରା ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା । ଗାଁ ଠୁ ନେଇ ବ୍ଳକ ସବୁଠି ଲୋକଙ୍କ ମୁହଁରେ ଏହି କଥା। କି ମୃତ୍ୟୁ କଣ ଏମିତି ବି ଆସି ପାରେ ? ଯମ କଣ ଏତେ ନୃଶଂସ ହୋଇ ପାରେ ? କଅଁଳ ଝିଅକୁ ବାପା ଆଗରେ ଏମିତି ନେଇ ଯାଇ ପାରେ ?

Leave a Reply

Your email address will not be published. Required fields are marked *