ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ସ୍ୱାମୀ କରୁଛି ରାସଲୀଳା, ପାଞ୍ଚ ପାଞ୍ଚଟି ଝିଅ ସହ ବାହାରେ ରଖିଛନ୍ତି ଶାରୀ-ରିକ ସମ୍ପ-ର୍କ

ପଞ୍ଜାବର ଖିଲ୍ଲୋରରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଅଛି , ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଏଭଳି ବି ସ୍ୱାମୀ ଥାଇପାରନ୍ତି , ଯେଉଁମାନେ ବିବାହ କରି ସାରି ମଧ୍ୟ ପରକୀୟା ପ୍ରୀତିରେ ଲିପ୍ତ ରହିଥାନ୍ତି । ତେବେ ଏହା କିଛି ନୂଆ କଥା ନୁହେଁ । ପ୍ରତିଦିନ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଅଛି । ଏଭଳି କଥାକୁ ବିଶ୍ୱାସ କରିବା ଟିକିଏ କଷ୍ଟକର ଅଟେ , କିନ୍ତୁ ବାସ୍ତବରେ ଏହା ସତ । ତେବେ ପଞ୍ଜାବର ଏହି ବ୍ୟକ୍ତିଙ୍କ ନାମରେ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ ପତ୍ନୀଙ୍କର କହିବା ଅନୁଯାୟୀ , ବାହାରେ ଆହୁରି ପାଞ୍ଚ ଜଣ ମହିଳାଙ୍କ ସହିତ ତାଙ୍କ ସ୍ୱାମୀଙ୍କର ସମ୍ପର୍କ ରହିଛି । ତେବେ ଏହି କଥା ସେ ଜାଣିଦେବାରୁ ତାଙ୍କ ସ୍ୱାମୀଙ୍କର ଅନ୍ୟ ସ୍ତ୍ରୀ ତାଙ୍କୁ ମାରିଦେବାକୁ ଚେଷ୍ଟା ମଧ୍ୟ କରିଛନ୍ତି । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଥାନାରେ ଅଭିଯୋଗ କରିବା ସହ ସେ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରିଥିଲେ । ତେବେ ସୂଚନା ମୁତାବିକ , ୨୦୧୨ ମସିହାରେ ଚନ୍ଦନ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ବିବାହ ହୋଇଥିଲା। ସେମାନଙ୍କର ଏବେ ଗୋଟିଏ ୯ ବର୍ଷର ପୁଅ ଏବଂ ଦେଢ଼ ବର୍ଷର ଝିଅ ମଧ୍ୟ ରହିଛି । ତେବେ ବିବାହର ୨ ବର୍ଷ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କର ଦ୍ୱିତୀୟ ପତ୍ନୀ ଅଟନ୍ତି। ତାଙ୍କ ସ୍ୱାମୀ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ଘର ଲୋକ ଏବଂ ପଞ୍ଚାୟତର ସାହାଯ୍ୟରେ ସେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ନେଇ ତାଙ୍କୁ ମିଛ କହି ଦ୍ୱିତୀୟ ବିବାହ କରିଛନ୍ତି ।

ତେବେ ସ୍ୱାମୀଙ୍କର ଏହି ମିଛକୁ ମଧ୍ୟ ସହି ସେ ସଂସାରକୁ ଆଗକୁ ବଢ଼ାଇଥିଲେ। ଅନ୍ୟପକ୍ଷରେ ବିବାହର ୨ ମାସ ପରେ ଚନ୍ଦନ କାମ ପାଇଁ ଦୁବାଇ ଚାଲି ଯାଇଥିଲେ । ତେବେ ମଝିରେ ମଝିରେ ସେ ସେଠାରୁ ଛୁଟି ନେଇ ଭାରତକୁ ଆସୁଥିଲେ । ତେବେ ତାଙ୍କ ପତ୍ନୀଙ୍କର ତାଙ୍କ ଚରିତ୍ରକୁ ନେଇ ସନ୍ଦେହ ହୋଇଥିଲା ଆଉ ସେ ତାଙ୍କ ମୋବାଇଲ ଚେକ କରିଥିଲେ ଆଉ ଜାଣିବାକୁ ପାଇଥିଲେ କି , ତାଙ୍କ ସ୍ୱାମୀଙ୍କର ମାହି ନାମକ ଜଣେ ଝିଅ ସହିତ ସମ୍ପର୍କ ରହିଛି । ତେବେ ମାହିଙ୍କୁ ବୁଝାଇବା ପରେ ସେ ଚନ୍ଦନଙ୍କୁ ଛାଡି ଦେବେ ବୋଲି କହିଥିଲେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅତ୍ୟନ୍ତ ଝ-ଗଡା ମଧ୍ୟ ହୋଇଥିଲା ଆଉ ତାଙ୍କ ଶାଶୁ ଶଶୁର ମଧ୍ୟ ତାଙ୍କ ସପକ୍ଷରେ ଥିଲେ ।

ଅନ୍ୟପକ୍ଷରେ ଚନ୍ଦନ ତାଙ୍କୁ କ୍ଷମା ମାଗି ଏଭଳି କାମ ଆଉ କରିବେ ନାହିଁ ବୋଲି କହିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ମାହି ଗତ ଫେବୃଆରୀ ମାସରେ ପଞ୍ଜାବ ଆସି ଚନ୍ଦନଙ୍କୁ ବିବାହ କରି ନେଇଥିଲେ । ଆଉ ଏ ବିଷୟରେ ଜାଣିବା ପରେ ପୁଣିଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏପରିକି ମାହି ଏବଂ ଚନ୍ଦନ ମିଶି କରି ତାଙ୍କୁ ମାରି-ଦେବା ପାଇଁ ଚେଷ୍ଟା କରିଥିଲେ । ତେବେ ଅତ୍ୟନ୍ତ ଚେଷ୍ଟା ପରେ ସେ ସେଠାରୁ ଖସି ଆସି ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଚନ୍ଦନଙ୍କୁ ପଚରାଉଚରା କରିଥିଲା ଆଉ ସେ ଲିଖିତ ଭାବରେ କହିଥିଲେ କି , ଏଭଳି କାମ ଆଉ ସେ ଆଦୌ କରିବେ ନାହିଁ । ତେବେ ଏହାପରେ ତାଙ୍କ ବ୍ୟବହାରରେ କେବେ ପରିବର୍ତ୍ତନ ହେବ ସେ କଥା ଆଦୌ କହି ହେବ ନାହିଁ ।

Leave a Reply

Your email address will not be published. Required fields are marked *