ବ୍ଲାକମେଲ କରି ବାହା ହେଲେ ଆଉ ଏବେ ଦେଉଛନ୍ତି ନିର୍ଯ୍ୟାତନା…

ଦିନକୁ ଦିନ ଏ ଦୁନିଆଁରେ ନାରୀ ମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । ଆଜିର ପୁରୁଷ ସମାଜ ପଶୁ ରୂପ ଧାରଣ କରୁଛନ୍ତି ଆଉ ନାରୀ ମାନେ ହେଉଛନ୍ତି ନିର୍ଯ୍ୟାତନାର ଶିକାର। ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା, ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଆଖି ମଧ୍ୟ ଛଳଛଳ ହୋଇଯିବ । ଜଣେ ଡାକ୍ତର ସ୍ୱାମୀଙ୍କ ନାମରେ ସ୍ତ୍ରୀ ଆଣିଛନ୍ତି ଏଭଳି ଅଭି-ଯୋଗ ଆଉ କହିଛନ୍ତି ଏଭଳି କିଛି କଥା ।

ତେବେ ସୂଚନା ମୁତାବକ, ଘଟଣାଟି ରାଜଧାନୀ ଭୁବନେଶ୍ବରର ଅଟେ । ପ୍ରଥମେ ଡାକ୍ତର ଜଣକ ଯୁବତୀ ଜଣଙ୍କୁ ଭଲ ପାଇ ବିବାହ କରିଥିଲେ କିନ୍ତୁ ଯୁବତୀଙ୍କର ଏଥିରେ ଆଦୌ ଇଚ୍ଛା ନଥିଲା । ନିର୍ବନ୍ଧ ସରିଥିଲେ ମଧ୍ୟ ଯୁବତୀ ଜଣକ ତାଙ୍କୁ ବିବାହ କରିବେ ନାହିଁ ବୋଲି କହିଥିଲେ କିନ୍ତୁ ଡାକ୍ତର ଜଣକ ତାଙ୍କୁ ଧମକ ଦେଇ କହିଥିଲେ କି ପୂର୍ବରୁ ତାଙ୍କ ପାଖରେ ଥିବା ଯୁବତୀଙ୍କର ସମସ୍ତ ଭିଡ଼ିଓକୁ ଭାଇରାଲ କରିଦେବେ । ତେବେ ଏହାପରେ ଯୁବତୀ ବିବାହ କରିବାକୁ ରାଜି ହୋଇ ଯାଇଥିଲେ ଆଉ ପରିବାର ଲୋକଙ୍କୁ ମଧ୍ୟ ଏ ବିଷୟରେ କିଛି ଜଣାଇ ପାରିନଥିଲେ ।

ପରେ ବିବାହର କିଛି ଦିନ ପରେ ହିଁ ଆରମ୍ଭ ହୋଇଥିଲା ନିର୍ଯ୍ୟାତନା । ଯୁବତୀଙ୍କର ଶାଶୁ ଶଶୁର ଆରମ୍ଭ କରିଥିଲେ ନିର୍ଯ୍ୟାତନା । ବାରମ୍ବାର ତାଙ୍କୁ ମା-ଡ଼ ମାରି ଚାଲିଥିଲେ । ଏଭଳିକି ତାଙ୍କ ସ୍ୱାମୀ ମଧ୍ୟ ବାପା ମାଆଙ୍କ କଥାରେ ଯାଇ ନିଜ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ । ତେବେ ଯୁବତୀ ଜଣକ ଏହି କଥା ଭାବି ଚୁପ୍ ହୋଇ ଯାଉଥିଲେ କି, ସଂସାର କରିବାକୁ ହେଲେ ଏମିତି କଷ୍ଟ ସହିବାକୁ ପଡେ । ତେବେ ସେ ନିଜ ବିବାହ କରିବାର ଇଚ୍ଛା ନଥିବା କଥା ନିଜ ଯାଆଙ୍କୁ କହିଥିଲେ। ତେବେ ସେ ଯାଇ ନିଜ ଶାଶୁଙ୍କ ପାଖରେ କଥା ଆହୁରି ରଙ୍ଗେଇ କରି କହିଥିଲେ ଆଉ ତାପରେ ସମସ୍ତେ ମିଶି କରି ତାଙ୍କୁ ମା-ଡ଼ ମାରି-ଥିଲେ ।

ତେବେ ଏହାପରେ ଯୁବତୀ ଭାବିଥିଲେ କି , ପିଲା ଜନ୍ମ ହେଲେ ତାଙ୍କ ସ୍ୱାମୀଙ୍କର କ୍ରୋଧ ଶାନ୍ତ ହୋଇଯିବ । କିନ୍ତୁ ତାଙ୍କ ଶାଶୁ ତାଙ୍କ ସ୍ୱାମୀଙ୍କୁ ମନା କରିଥିଲେ । ତେଣୁ ତାହା ବି ସମ୍ଭବ ହୋଇ ପାରିଲା ନାହିଁ । ସେମାନେ ଭିନ୍ନ ଭିନ୍ନ ରୁମ ରେ ରହୁଥିଲେ । ଏଭଳିକି ଅତ୍ୟାଚାର ଆହୁରି ବଢ଼ି ଚାଲିଥିଲା । ଆଉ ତଣ୍ଟିକୁ ମଧ୍ୟ ଶାଶୁ ଆଉ ସ୍ୱାମୀ ରାଗରେ ଚିପି ଦେଉଥିଲେ । ଆଉ ରାତିରେ ମଧ୍ୟ ସେ ସ୍ୱାମୀଙ୍କୁ ଅନ୍ୟ ଝିଅ ମାନଙ୍କ ସହିତ କଥାବାର୍ତ୍ତା ହେବାର ଶୁଣିଥିଲେ ଆଉ କହିଲାରୁ ଅଫିସ ଫୋନ କହି ଆଡେଇ ଦେଇଥିଲେ । ତେବେ ପରିଶେଷରେ ଅତ୍ୟା-ଚାରର ସୀମା ଟପିଯିବା ପରେ ସେ ନିଜ ମାଆଙ୍କୁ ସବୁ କଥା କହିଥିଲେ ଆଉ ବର୍ତ୍ତମାନ ସେ ପୋଲିସର ସାହାରା ନେଇଛନ୍ତି ।

Leave a Reply

Your email address will not be published. Required fields are marked *