“ମୋ ସ୍ୱାମୀକୁ ବଞ୍ଚେଇ ଦିଅ, ମୁଁ ଆପଣଙ୍କୁ ଗୁହାରି କରୁଛି ମୋ ପାଖରେ ଆଉ ସମ୍ବଳ ନାହିଁ।” ଦେଖନ୍ତୁ ମହିଳାଙ୍କ ଦୁଃ-ଖଭରା କାହାଣୀ।

ଏ ଲୁହ କହୁଛି ଯନ୍ତ୍ର-ଣାର ବେଦନା। ଏହି ଲୁହ କହୁଛି ଛିଦିପଡିଥିବା ଦୁଃ-ଖ ପାହାଡ଼ର କଷ୍ଟ। ମହିଳାଙ୍କ ଉପରେ ପଡିଥିବା ଦୁଃ-ଖର ପାହାଡ଼ ତାହା ତାଙ୍କ ଆଖିର ଲୁହ ବୟାନ କରୁଛି। ସ୍ତ୍ରୀ ପାଇଁ ପତି ପରମେଶ୍ବର ଓ ସର୍ବେସବ ହୋଇଥାନ୍ତି। ସ୍ୱାମୀର ଯଦି କିଛି ହୋଇଯାଏ ତେବେ ଅସହାୟ ହୋଇପଡେ ସ୍ତ୍ରୀ। ସ୍ୱାମୀ ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱ ଭଳି ହୋଇଥାନ୍ତି। ଦୁହେଁ ଦୁହିଁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭ-ରଶୀଳ ହୋଇଥାନ୍ତି। ଜଣଙ୍କର ଯଦି କିଛି ହୋଇଯାଏ ତେବେ ଆଉ ଜଣେ ଅସହାୟ ହୋଇପଡେ।

ତେବେ ଆମେ ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେ ବର୍ତ୍ତମାନର ଆଧୁନିକ ଯୁଗ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି। ଦିନେ କୃଷକ ହଳ ଲଙ୍ଗଳ ଧରି ଚାଷ କରୁଥିବା ବେଳେ ବର୍ତ୍ତମାନର ଆଧୁନିକ ସମୟରେ ସେହି ଚାଷୀ ଆଜି ଉନ୍ନତମାନର ଯନ୍ତ୍ରପାତି ସାହାଯ୍ୟରେ ଚାଷ କାର୍ଯ୍ୟ କରୁଛି। କେବଳ କୃଷି କ୍ଷେତ୍ରରେ ନୁହେଁ ବରଂ ମେଡିକାଲ ଓ ଅ-ସ୍ତ୍ରଶ-ସ୍ତ୍ର କ୍ଷେତ୍ରରେ ମଧ୍ୟ ଦୁନିଆ ବହୁତ ଆଗକୁ ଅଗ୍ରଗତି କରିଛି।

ଆଜିର ମନୁଷ୍ୟ ଉନ୍ନତ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତ ଲାଭ କରିଛି। ହେଲେ ଯେଉଁ ମାତ୍ରାରେ ଦୁନିଆ ଆଗକୁ ବଢୁଛି ଠିକ ସେହିଭଳି ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛି। ଯେପରିକି ନୂତନ ରୋଗ ମାନ ଦେଖିବାକୁ ମିଳୁଛି। ଯଦିଓ ଅନେକ ବଡ଼ ବଡ଼ ରୋଗର ଚିକିତ୍ସା କରାଯାଇ ପାରୁଛି ହେଲେ ସେଥିପାଇଁ ଅଧିକ ଅର୍ଥ ବିନିମୟ ମଧ୍ୟ କରିବାକୁ ପଡୁଛି। ଯାହାକି ଗରିବ ଲୋକମାନେ ଏହାର ଶି-କାର ହୋଇ ମୃ-ତ୍ୟୁବ-ରଣ କରୁଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସହାୟତା ର ଏକ ଭିଡ଼ିଓ ଭାଇରାଲ ହେଉଛି। ସ୍ୱାମୀଙ୍କୁ ବଞ୍ଚେଇବା ପାଇଁ ଲୋକମାନଙ୍କ ନିକଟରେ ଗୁହାରି କରୁଛନ୍ତି ଅସହାୟତା ମହିଳା। ତେବେ ମହିଳା ସନ୍ତୋଷି ମହାନ୍ତି ଶଯ୍ୟାଶାୟୀ ସ୍ୱାମୀ ରଜନୀ ମହାନ୍ତି ଙ୍କୁ ର-କ୍ଷା କରିବା ପାଇଁ ହାତ ଯୋଡି ଆର୍ଥିକ ସହାୟତା ପାଇଁ ଭିକ୍ୟା ମାଗୁଛନ୍ତି।

ସ୍ୱାମୀ ରଜନୀ ଓ ସ୍ତ୍ରୀ ସନ୍ତୋଷୀ ମହାନ୍ତିଙ୍କ ଘର କଟକ ଅଟେ। ସ୍ୱାମୀ ଗୋଟେ ଦୋକାନରେ ସେଲସ ମ୍ୟାନ୍ ଭାବେ କାମ କରୁଥିଲେ। କିନ୍ତୁ ଦେହ ଖରାପ ହେବାରୁ ଦୀର୍ଘ ୪ ବର୍ଷ ହେବ ଘରେ ରହିଛନ୍ତି ଏବଂ ତାଙ୍କର ଗୋଟିଏ ୬ ବର୍ଷର ଝିଅ ମଧ୍ୟ ଅଛି। ଯଦି ସ୍ୱାମୀଙ୍କର କିଛି ହୋଇଯାଏ ତେବେ ଦୁହେଁ ମାଆ ଓ ଝିଅ ଅସହାୟ ହୋଇ ପଡିବେ ବୋଲି ସ୍ତ୍ରୀ ସନ୍ତୋଷୀ କହୁଛନ୍ତି। ତାଙ୍କ ସ୍ୱାମୀଙ୍କ ଦୁଇଟି ଯାକ ଫୁସଫୁସ ନ-ଷ୍ଟ ହୋଇଯାଇଛି। ତେବେ ସେ ଅନେକ ଡ଼ାକ୍ତର ଙ୍କ ନିକଟରେ ଚିକିତ୍ସା କରେଇ ସାରିଲାଣି ହେଲେ କେଉଁଠୁ ଫଳପ୍ରଦ ହୋଇନାହିଁ।

ବର୍ତ୍ତମାନ ସେମାନେ ଶୁଶାନ୍ତ ନାମକ ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଉଛନ୍ତି। ତେବେ ଡାକ୍ତର ଅପରେଶନ ପାଇଁ କହିଛନ୍ତି। ଅପରେଶନ ଛଡ଼ା ଆଉ କୌଣସି ଉପାୟ ନାହିଁ। ତେବେ ଅପରେଶନରେ ଲଙ୍ଗସ୍ ଟ୍ରାନ୍ସପ୍ଲାଣ୍ଟ ହେବ। ସେଥିପାଇଁ ୧.୫ କୋଟି ଆବଶ୍ୟକ। ସେ ଏପର୍ଯ୍ୟନ୍ତ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ତାଙ୍କ ପାଖରେ ଆଉ ସମ୍ବଳ ନାହିଁ। ତେଣୁ ଶେଷରେ ସେ ନିରୁପାୟ ହୋଇ ପଡି ଲୋକଙ୍କ ନିକଟରେ ସହାୟତାର ଗୁହାରି କରିଛନ୍ତି।

Leave a Reply

Your email address will not be published. Required fields are marked *