ଆକାଶରେ ଉଡିଲା ଟଙ୍କା , ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଜିନିଷ ଭାଇରାଲ ହୋଇଥାଏ । ଆଉ ସେଗୁଡିକ ମଧ୍ୟରୁ କେତେକ ମଜାଦାୟକ ଥିବା ବେଳେ ଆଉ କେତେକ ସାଂଘାତିକ ହୋଇଥାଏ । ଅନେକ ଲୋକ ନିଜର ଖୁସି ପାଇଁ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ କରାଇଥାନ୍ତି ଆଉ କେତେକ ମଜା ପାଇଁ ଆଉ ଲୋକଙ୍କର ଚିତ୍ତବିନୋଦନ କରାଇବା ପାଇଁ ମଧ୍ୟ ଭିଡ଼ିଓକୁ ଛାଡ଼ିଥାନ୍ତି ।

ତେବେ ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଭିଡ଼ିଓ ଭାଇରାଲ ହୋଇଛି , ଯାହାକୁ ଦେଖିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଆଉ କହିବେ ବାସ୍ତବରେ କଣ ଏଭଳି ବି ହୋଇପାରେ । ତେବେ ଭିଡ଼ିଓ ବିଷୟରେ କହିବା ପୂର୍ବରୁ ଆମେ ଆପଣଙ୍କୁ ଗୋଟିଏ କଥା କହିରଖୁଛୁ ଯେ , ଆଜିର ଦୁନିଆଁରେ ଅନେକ ଲୋକ ଅଛନ୍ତି , ଯେଉଁମାନେ ଦୁଇ ଓଳି ଭଲ ଭାବରେ ଖାଇବାକୁ ପାଉ ନାହାଁନ୍ତି ।

ଆଉ ନିଜ ପେଟ ପୋଷିବା ପାଇଁ କେତେକ ଲୋକ ସକାଳ ହେଉ ହେଉ କାମକୁ ବାହାରି ଯାଉଛନ୍ତି । ଏ ଦୁନିଆଁରେ ଆଜି ବି ଅନେକ ଲୋକ ଅଛନ୍ତି , ଯେଉଁମାନେ ଭୋକ ଦାଉରୁ ର-କ୍ଷା ପାଇ ପାରୁ ନାହାଁନ୍ତି ଆଉ ରାସ୍ତା କଡରୁ ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି । କେତେକ ଲୋକଙ୍କର ଟଙ୍କା ପାଇଁ ସ୍ବପ୍ନ ଅଧୁରା ହୋଇ ରହିଯାଉଛି ତ ଆଉ କିଏ ପୁଣି ଟଙ୍କା ପାଇଁ ଆ-ତ୍ମହ-ତ୍ୟା କରି ଦେଉଛି । ତେବେ ଦୁନିଆଁର ସମସ୍ତ ଲୋକଙ୍କର ଟଙ୍କାକୁ ନେଇ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଛି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓ ବିଷୟରେ କହିବାକୁ ଗଲେ , ଏହି ଭିଡ଼ିଓଟି ହାଇଦ୍ରାବାଦର ବୋଲି କୁହାଯାଉଛି । ଆଉ ଭିଡ଼ିଓରେ ଆପଣ ଦେଖିପାରିବେ କି , କିଛି ବ୍ୟକ୍ତି ରାତି ସମୟରେ ଚାରମିନାର ନିକଟରେ ଆକାଶରେ ଟଙ୍କା ଉଡାଇବାର ଦେଖା ଯାଇଛନ୍ତି । ତେବେ ସେମାନେ କଣ ପାଇଁ ଟଙ୍କା ଉଡାଇଛନ୍ତି ଆଉ କଣ କରୁଛନ୍ତି । ଏହାର ସତ୍ୟାସତ୍ୟ ଜଣା ପଡ଼ିନାହିଁ । ପୋ-ଲି-ସ ବର୍ତ୍ତମାନ ଏହି ଭିଡ଼ିଓ ପଛର ସତ୍ୟାସତ୍ୟ ଖୋଜିବାରେ ଲାଗିପଡିଛି ।

Leave a Reply

Your email address will not be published. Required fields are marked *