ବବି ମିଶ୍ର ସେଠି ବସିକି ଟଙ୍କା ରଖୁଛି ତାକୁ ଟିକେ ପଚାର ସେ କେତେ ଟଙ୍କା ଦେଇଛି, ମୁଁ ତାକୁ ଦୁଇ ଦିନ ପରେ ଚେକ୍ ଦିପୋଜିଟ କରିବାକୁ କହିଥିଲି।

ଗତ କିଛିଦିନ ହେବ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ସବୁ ନିଉଜ ଚ୍ୟାନେଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଡ଼ିଆ ଚଳଚ୍ଚିତ୍ର ଦୁନିଆଁର ପିଣ୍ଟୁ ନନ୍ଦଙ୍କୁ ଓଡ଼ିଶା ରେ କିଏ ନ ଜାଣିଛି। ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପ୍ରସିଦ୍ଧ। କିନ୍ତୁ ଗତ କିଛି ଦିନ ତଳେ ସେ ଲିଭର ଜନିତ କିଛି ରୋ-ଗରେ ପୀ-ଡିତ ହେଇ ହସ୍ପିଟାଲରେ ପଡିଥିଲେ। ଲିଭର ଟ୍ରାନସପ୍ଲାଣ୍ଟ କରିବାକୁ ଦିଲ୍ଲୀ ଯିବା ପାଇଁ ତାଙ୍କୁ ୬୦-୭୦ ଲକ୍ଷ ଟଙ୍କା ଦରକାର ଥିଲା। ସେଥିପାଇଁ ସେ ପୁରା ଦେଶ ବାସୀଙ୍କୁ ସାହାଯ୍ୟ ମାଗିଥିଲେ।ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବା ପରେ ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କୁ ବହୁତ୍ ସାହାଯ୍ୟ କରିଛନ୍ତି।

ପିଣ୍ଟୁ ନନ୍ଦଙ୍କ ସାଙ୍ଗ ଏବଂ ଜଣେ ଫିଲ୍ମ ପ୍ରଯୋଜକ ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ପିଣ୍ଟୁଙ୍କ ପାଖକୁ ଯାଇଥିଲେ। ସେଠି ପିଣ୍ଟୁ ନନ୍ଦଙ୍କ ପାଖରେ ତାଙ୍କ ପରିବାର ଏବଂ ବବି ମିଶ୍ର ମଧ୍ୟ ଥିଲେ। ସେ ପିଣ୍ଟୁଙ୍କୁ ୧୦ ହଜାର ଟଙ୍କା ଦେବେ ବୋଲି କହିଲେ କିନ୍ତୁ ପିଣ୍ଟୁ ନନ୍ଦ ମନ ଦୁଃ-ଖ କରିବାରୁ ସେ ୫୦ ହଜାର ଟଙ୍କା ଦେବେ ବୋଲି କହି ଚେକ୍ ଲେଖିକି ସେଥିରେ ଦସ୍ତଖତ କରି ବବି ମିଶ୍ରଙ୍କୁ ଦେଇ ଦେଇ ଆସିଲେ।

ସେ ଘରେ ପହଞ୍ଚିଲା ପରେ ୫୦ ହଜାର ଟଙ୍କା ଦେବାକୁ ନେଇ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଭିତରେ ବହୁତ୍ ଝ-ଗଡା ହେଲା। ତାଙ୍କ ସ୍ତ୍ରୀ କହିଲେ ତାଙ୍କୁ ତା ସମସ୍ତେ ଏତେ ଟଙ୍କା ଦେଉଛନ୍ତି। ତାଙ୍କ ପାଖରେ ତ ଟଙ୍କା ହେଇ ଗଲାଣି ପୁଣି ଏତେ ଟଙ୍କା କାହିଁକି ଦେଲ।ସେଇ ତାଙ୍କ କୋଉ ଗରିବ ଲୋକକୁ ଦେଇ ଦେଇ ଥାଆନ୍ତ। ତା ପରେ ଜଣେ ଲୋକର ଗୋଡ଼ କ-ଟି ଯାଇ ସେ ହାଇ ଟେକ୍ ମେଡ଼ିକାଲରେ ପଡ଼ିଥିଲା ତ ସ୍ତ୍ରୀ କା-ନ୍ଦି କା-ନ୍ଦି ଟଙ୍କା ମାଗିଲା ସେଥିପାଇଁ ମୁଁ ତାକୁ ଟଙ୍କା ଦେଇ ଦେଇ ବବି ଭାଇକୁ ଫୋନ୍ କରି କହିଲି ଚେକ୍ ଆଜି ନ ପକେଇ ଦୁଇ ଦିନ ପରେ ପକେଇବା କିନ୍ତୁ ସେ ମୋ କଥା ନ ଶୁଣି ଚେକ୍ ପକେଇଲେ ଆଉ ଚେକ୍ ଖାରଜ ହେବା ପରେ ସେ ମତେ ଠକ୍ ବୋଲି କହୁଛନ୍ତି।

ମୁଁ ଏବେବି କହୁଛି ଦୁଇ ଦିନ ପରେ ମୁଁ ନିଜେ ଦିଲ୍ଲୀ ଯାଇ ପିଣ୍ଟୁ ଭାଇକୁ ୧ ଲକ୍ଷ ଟଙ୍କା ଦେଇକି ଆସିବି। ବବି ମିଶ୍ର ମତେ ଠ-କ ବୋଲି କହୁଛି ତାକୁ ଟିକେ ପଚାର ସେ କେତେ ଟଙ୍କା ଦେଇଛି। ସେ ଯୋଉ ରାଣୀ ପ୍ରିୟଦର୍ଶିନୀ ବୁଲି ବୁଲି ଭିକ ମାଗୁଛି ତାକୁ କେତେ ମନ୍ତ୍ରୀ କେତେ ବଡ଼ ବଡ଼ ଲୋକ କେତେ ଟଙ୍କା ଦେଉଛନ୍ତି ସେ ଟଙ୍କା ଯାଉଛି କୁଆଡେ। ମୁଁ ଆଗରୁ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିଲି ଆଉ ଏବେବି କରିବି। କିଏ ମତେ କଣ କହିଲା ମୋ ଉପରେ କିଛି ଫରକ୍ ପଡୁନି।

Leave a Reply

Your email address will not be published. Required fields are marked *