ବୋଉକୁ ଚିଠିରେ ଏମିତି କହି ଆ-ତ୍ମହ-ତ୍ୟା କଲେ ଛାତ୍ର।

ବୋଉକୁ ନିଜ ଠୁ ବି ଅଧିକ ଭଲ ପାଉଥିଲେ। ମୃ-ତ୍ୟୁର କିଛି ସମୟ ପୂର୍ବରୁ ବୋଉ ପାଖକୁ ଶେଷ ଚିଠି ଖଣ୍ଡେ ଲେଖିଦେଇଥିଲେ। ଆଉ ଚିଠିରେ ଯାହା ଲେଖା ଥିଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ଏତିକି ନୁହେଁ ହୃଦୟ କୋରି ହୋଇ ବୋଉର ଆତ୍ମା କା-ନ୍ଦି ଉଠୁଛି। ବୋଉ ମନରେ ବର୍ତ୍ତମାନ ଉଠୁଛି ଅସମାହିତ ପ୍ରଶ୍ନ। କାହିଁକି ମୋ ପୁଅ ଆ-ତ୍ମହ-ତ୍ୟା କଲା ? କେଉଁଥିରେ ମୁଁ ମୋ ପୁଅକୁ ଅ-ଭାବ ରଖିଥିଲି। କେଉଁ ଭୁଲ ପାଇଁ ମୋ ପୁଅ ମୋ କୋଳ ଖାଲି କରି ଛାଡି ଆରପାରିକୁ ଚାଲିଗଲା। ବାବୁ ତୁ କୋଉଠି ଅଛୁ। ତତେ କେଉଁଥିରେ ଅ-ଭାବ ରଖିଥିଲି ରେ ଧନ। କାହିଁକି ମତେ ଏକା କରି ତୁ ଚାଲିଗଲୁ। ଏମିତି ଅନେକ ପ୍ରଶ୍ନ ମା ନିଜକୁ ନିଜେ ପଚାରି ଛାତି ପି-ଟି କା-ନ୍ଦୁଛି। ହେଲେ ପୁଅ ଯାଇ ଆରପାରିରେ କିଏ ଉତ୍ତର ଦେବ ମାର। ପୁଅ ପରା ତାକୁ ଏକା କରି ଶେଷରେ ମା ପାଇଁ ଖଣ୍ଡେ ଚିଠି ଲେଖି ଆ-ତ୍ମହ-ତ୍ୟା କରିଛି।

ଚିଠିରେ ଲେଖି ଦେଇ ଯାଇଛି ବୋଉ ମତେ ତୁ କ୍ଷ-ମା କରିଦେବୁ ଲୋ। ଆଉ ମୁଁ ଗଲା ପରେ ତୁ ଜମା କା-ନ୍ଦିବୁନି ବୋଉ କାରଣ ତୁ କାନ୍ଦିଲେ ମୋ ଆତ୍ମାକୁ ଆଦୌ ଶାନ୍ତି ମିଳିବନି। ମୁଁ ଉପରେ ଥାଇ ଶାନ୍ତିରେ ଜମା ରହିପାରିବିନି। ମୁଁ ସିନା ଚାଲିଯାଉଛି ହେଲେ ଛାଇ ପରି ତୋ ପାଖେ ପାଖେ ମୁଁ ସବୁବେଳେ ଥିବି। ତୁ ମତେ ଦେଖି ପାରିବୁନି ସତ ହେଲେ ତୁ ମତେ ଅନୁଭବ କରିପାରିବୁ। ବୋଉ ମୁଁ କାହିଁକି ମ-ରୁଛି କଣ ପାଇଁ ମରୁଛି ତାହାର କାରଣ ତ ମୁଁ ଲେଖି ପାରିବିନି କାରଣ ସବୁ ଭୁଲ ମୋର।ମୁଁ ମ-ରିଗଲା ପରେ ମୋ କଲେଜକୁ ନେଇ କୌଣସି କେ-ଶ କରିବନି। ନହେଲେ ସେଠାରେ ପଢ଼ୁଥିବା ମୋ ସାଙ୍ଗ ଓ ମୋ ଭାଇ ମାନଙ୍କ କ୍ୟାରିଅର ନ-ଷ୍ଟ ହୋଇଯିବ। ସମସ୍ତେ ଭଲରେ ରୁହ। ମୁଁ ଯାଉଛି।

ଚିଠିରେ ଏମିତି ଲେଖି ସବୁଦିନ ପାଇଁ ଆଖି ବୁଝି ଦେଇଛନ୍ତି ସୂର୍ଯ୍ୟପ୍ରକାଶ। ଏଇ ମାତ୍ର କିଛି ଦିନ ପୂର୍ବରୁ ଆଖିରେ ଆଖିଏ ସ୍ୱପ୍ନ ନେଇ ସୂର୍ଯ୍ୟ ପ୍ରକାଶ ଆସିଥିଲେ ଯୁକ୍ତ ଦୁଇ ପଢିବାକୁ ରାଜଧାନୀକୁ। ହେଲେ ତାଙ୍କ ସହ କଣ ଘ-ଟିଲା ସେ ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ ହେଲେ। ସୂର୍ଯ୍ୟ ପ୍ରକାଶଙ୍କ ଚିଠି ମନରେ ଅନେକ ପ୍ରଶ୍ନ ସୃଷ୍ଠି କରୁଥିବା ବେଳେ ସୂର୍ଯ୍ୟ ପ୍ରକାଶ କାହିଁକି ଆ-ତ୍ମହ-ତ୍ୟା କଲେ ଓ ଏହା ପଛରେ କଣ ରହିଛି କାରଣ। କାହିଁକି ସେ ଚିଠିରେ ନିଜ ଭୁଲ ଦେଇଛନ୍ତି। ସୂର୍ଯ୍ୟ ପ୍ରକାଶ ଏମିତି କେଉଁ ଭୁଲ କରିଦେଲେ ଯେ ଯେଉଁଥି ପାଇଁ ତାଙ୍କୁ ଆ-ତ୍ମହ-ତ୍ୟା କରିବାକୁ ପଡିଲା। ଏଇ ମାତ୍ର 22 ଦିନ ଭିତରେ ସୂର୍ଯ୍ୟ ପ୍ରକାଶଙ୍କ ସହ କିଛି ଘ-ଟିଗଲା ନା ପୂର୍ବରୁ ସୂର୍ଯ୍ୟ ପ୍ରକାଶଙ୍କ ମନରେ କଣ ରହିଥିଲା। ଯେଉଁ ସୂର୍ଯ୍ୟ ପ୍ରକାଶ ଅନେକ ସ୍ୱପ୍ନ ନେଇ ଆସିଥିଲେ ସେ ଏବେ ନିଜ ସ୍ୱପ୍ନକୁ କିପରି ନିଜ ହାତରେ ଧୂଳି ସାତ କରିଦେଲେ।

ସେପଟେ ପୁଅକୁ ହରାଇ ମା କଇଁ କଇଁ ହୋଇ କା-ନ୍ଦୁଛି। ପୁଅକୁ ପାଠ ପଢ଼ାଇବା ପାଇଁ ରାଜଧାନୀ ଭୁବନେଶ୍ବର ପଠାଇ ଥିଲି । ଭାବିଥିଲି ପୁଅ ଭଲ ପାଠ ପଢିବ ବଡ଼ ମଣିଷ ହେବ। ହେଲେ ସୂର୍ଯ୍ୟ ପ୍ରକାଶ କାହିଁକି ଏମିତି ନିଷ୍ପତ୍ତି ନେଇଗଲେ। ପରିବାରରେ ପୁଅକୁ ହରାଇ ସାରା ପରିବାର କା-ନ୍ଦୁଥିବା ବେଳେ। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଚିଠିରେ ସୂର୍ଯ୍ୟ ପ୍ରକାଶ ଲେଖିଯାଇଥିବା କେଉଁ ଭୁଲ ପାଇଁ ସେ ନିଜକୁ ଦୋ-ଷ ଦେଇଛନ୍ତି। ଏମିତି କେଉଁ ଭୁଲ ସେ କରିଥିଲେ ଯାହା ଚିଠିରେ ଲେଖି ପାରିଲେ ନାହିଁ କି ତାଙ୍କ ମାଙ୍କୁ କହିପାରିଲେ ନାହିଁ। ଭୁବନେଶ୍ୱର ର ଏକ ଘରୋଇ କଲେଜରେ ସୂର୍ଯ୍ୟ ପ୍ରକାଶ ପଢୁଥିବା ବେଳେ ସେ ରଶି ଲଗାଇ ଆ-ତ୍ମହ-ତ୍ୟା କରିଛନ୍ତି ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *