‘ ବୟଫ୍ରେଣ୍ଡ ସହିତ କଣ ଟିକେ ଗପିଦେଲେ କଣ ଏତେ ବଡ଼ ପାପ ହୋଇଗଲା ‘ :-

ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ମଧ୍ୟରେ ଯଦି ଟିକିଏହି ସନ୍ଦେହ ଆସେ ତେବେ ସେହି ସମ୍ପର୍କ ଭାଙ୍ଗି ରୁଜି ଚୁରମାର ହୋଇଯାଏ । କାରଣ ଭରସା ଏବଂ ବିଶ୍ୱାସ ଉପରେ ହିଁ ସମ୍ପର୍କ ଛିଡ଼ା ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଜଣେ ମହିଳାଙ୍କ ଅତି ଦୁଃଖଦ କାହାଣୀ ବିଷୟରେ କହିବୁ ଯେଉଁଠି ମହିଳା ଜଣକ ଗର୍ଭବତୀ ଥିବା ସମୟରେ ତାଙ୍କ ଉପରେ ତାଙ୍କ ସ୍ୱାମୀ ଅତ୍ୟାଚାର କରିଛନ୍ତି ଏମିତିକି ତାଙ୍କୁ ଘର ଛାଡ଼ି ଦେବାକୁ କହିଛନ୍ତି । ଯାହାଦ୍ୱାରା ବର୍ତ୍ତମାନ ସ୍ତ୍ରୀ ଏପରି କିଛି ଗଣମାଧ୍ୟମ ସାମ୍ନାରେ କହିଛି ।

ସୂଚନା ଅନୁଯାୟୀ ମହିଳା ଜଣକଙ୍କର ବିବାହକୁ ୫ ବର୍ଷ ବିତିଯାଇଛି ଏବଂ ତାଙ୍କର ଜଣେ ପୁଅ ମଧ୍ୟ ଅଛି । ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ ନାନା ନିର୍ଯାତନା ଦେଉଛନ୍ତି । ଏମିତିକି ଝଗ-ଡ଼ା କରିବା ସହିତ ମାର-ପିଟ ମଧ୍ୟ କରୁଥିବା କହିଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଗତ କିଛିଦିନ ତଳେ ସେ ଜଣେ ବ୍ୟକ୍ତିଙ୍କ ସହିତ ଫୋନରେ କଥା ହେଉଥିଲେ । ସେହି ବିଷୟରେ ତାଙ୍କ ସ୍ୱାମୀ ଜାଣିବା ପରେ ତାଙ୍କୁ ମାରପିଟ କରିବା ଆରମ୍ଭ କରି ଦେଇଥିଲେ । ମହିଳା ଜଣକ କହିଛନ୍ତି ଯେ ସେ କଥା ହେଉଥିବା ଯୁବକଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା । ସେ କେବଳ ତାଙ୍କ ସହ କଥା ହେଉଥିଲେ । ଏମିତିକି ତାଙ୍କର ସାକ୍ଷାତ ମଧ୍ୟ କେବେ ହୋଇ ନଥିଲେ । ତେଣୁ ସେ କଣ ଏତେ ବଡ଼ ପାପ କରିଦେଲେ ?

ମହିଳା ଜଣକ ନିଜ ସ୍ୱାମୀର କରନାମା ବିଷୟରେ କହିବାକୁ ଯାଇ କହିଛନ୍ତି ଯେ ତାଙ୍କ ସ୍ୱାମୀ ସବୁବେଳେ ମଦ ପିଅନ୍ତି । ଏମିତିକି ତାଙ୍କ ସ୍ୱାମୀଙ୍କର ବିବାହ ପୂର୍ବରୁ ଏବଂ ପରେ ମଧ୍ୟ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଥିଲା । ତାଙ୍କ ସ୍ୱାମୀ ସବୁଦିନ ରାତିରେ କଥା ହେଉଥିବା ସେ ନିଜେ ଦେଖିଛନ୍ତି । ତଥାପି ସେ ପଚାରିଲେ ଏଣୁତେଣୁ ମିଛ କଥା କହି କଥାକୁ ବୁଲେଇ ଦିଅନ୍ତି । କିନ୍ତୁ ମହିଳା ଜଣକ କହିଛନ୍ତି ଯେ ଏପରି ସେ ବିବାହ ପରଠାରୁ କରି ଆସୁଛନ୍ତି । ଅନ୍ୟ ମହିଳାଙ୍କ ସହ କଥା ହେଉଥିବା ବିରୋଧ ପରେ ତାଙ୍କ ସ୍ୱାମୀ ସେ ଗର୍ଭବତୀ ଥିବା ଜାଣି ତାଙ୍କୁ ଗୋଇଠା ଚାପୁଡ଼ା ମାରି-ଥିଲେ ।

ଏମିତିକି ମହିଳା ହସ୍ପିଟାଲରେ ମଧ୍ୟ ଏଥିପାଇଁ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାଙ୍କ କହିବା କଥା ଯେ ସେ ନ୍ୟାୟ ଚାହୁଁଛନ୍ତି । ସେ କହିଛନ୍ତି ଯେ ଏପରି ସ୍ୱାମୀ ସହିତ ରହିବା ଆଦୋୖ ଉଚିତ ନୁହେଁ ବରଂ ଏପରି ସ୍ୱାମୀକୁ ଛାଡ଼ିଦେବା ଉଚିତ । ସେ କହିଛନ୍ତି ଯେ ଯଦି ସେ ଜଣେ ଲୋକ ସହିତ କେବଳ କଥା ହୋଇଗଲେ କଣ ପାପ ହେଇଗଲା । କିନ୍ତୁ ତାଙ୍କ ସ୍ୱାମୀ ଅନ୍ୟ ମହିଳାଙ୍କ ସହିତ କଥା ହେବା ଠାରୁ ଆରମ୍ଭ କରି ମିଳାମିଶା ମଧ୍ୟ କରୁଛନ୍ତି । ଯାହା ଆଦୋୖ ଗ୍ରହଣୀୟ ନୁହେଁ ।

Leave a Reply

Your email address will not be published. Required fields are marked *