ଆଖି ବୁଜିଲେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ , ଦୀର୍ଘ ଦିନ ଧରି କର୍କଟ ରୋଗରେ ଥିଲେ ପୀଡିତ

ମୃତ୍ୟୁ ଯେ କେତେବେଳେ ଆସିବ , ସେ କଥା କେହି ଜାଣି ନଥାନ୍ତି । ବାସ୍ ଆଜିର ଜୀବନ କାଲିକୁ ନାହିଁ । ଏ କଥା ଆମେ ଭଲ ଭାବରେ ଜାଣିଥିବା । ତେଣୁ ଜୀବନକୁ ଲୋଭ କରି ଲାଭ କିଛି ନାହିଁ । ତେବେ ଏଭଳି ମୁହୂର୍ତ୍ତରେ ବର୍ତ୍ତମାନ ସାରା ଓଲିଉଡ ଜଗତରେ ଦୁଃଖର ଛାୟା ଖେଳି ଯାଇଅଛି । ସମସ୍ତଙ୍କୁ ପର କରି ଆରପାରିକୁ ସବୁଦିନ ପାଇଁ ଚାଲି ଯାଇଛନ୍ତି ବିଶିଷ୍ଟ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର ।

ତେବେ ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ ଆଉ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ତେବେ ଆଗରୁ ଚିକିତ୍ସା ଯୋଗୁଁ ସେ ସୁସ୍ଥ ମଧ୍ୟ ହୋଇ ଯାଇଥିଲେ । ଆଉ ସାଧାରଣ ଜୀବନ ବଞ୍ଚୁଥିଲେ । କିନ୍ତୁ ବିଧିର ବିଧାନ କିଏ ବା ବଦଳାଇ ପାରିବ । ହଠାତ ସେ ଅସୁସ୍ଥ ଅନୁଭବ କରିଥିଲେ । ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରା ଯାଇଥିଲା । ସର୍ବପ୍ରଥମେ ତାଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ।

କିନ୍ତୁ ସେଠାରେ ତାଙ୍କର ଅବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ବର ସମ ହସ୍ପିଟାଲକୁ ନିଆ ଯାଇଥିଲା । କିନ୍ତୁ ସେଠାରେ ସବୁକିଛି ସରି ଯାଇଥିଲା । ସେହି ଠାରେ ହିଁ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ଯାଇଥିଲେ ରାଜେଶ୍ୱରୀ । ଗତକାଲି ରାତି ୩ ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବାର ଜଣାପଡିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇ ଥିବାର କୁହାଯାଇଛି । ଏତେ ଅଳ୍ପ ବୟସରୁ ସେ ଦୁନିଆଁରୁ ବିଦାୟ ନେଇଛନ୍ତି । ସେଥିପାଇଁ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ମୃତ୍ୟୁରେ ସମସ୍ତେ ଭାଙ୍ଗି ପଡିଛନ୍ତି । ତାଙ୍କ ପ୍ରଶଂସକ ମାନଙ୍କ ଆଖିରେ ମଧ୍ୟ ଲୁହ ଦେଖାଯାଇଛି । ତେବେ ତାଙ୍କୁ ଆପଣ ଅନେକ ଟିଭି ସିରିଏଲରେ ଦେଖିଥିବେ । ସେଗୁଡିକ ହେଉଛି ବସୁନ୍ଧରା , ଉଆଁଶି କନ୍ୟା , ଦେବୀ । ଏହାବ୍ୟତୀତ ଅନେକ ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର କରି ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ତେବେ ଆଉ ଦେଖିବାକୁ ମିଳିବ ନାହିଁ ତାଙ୍କର ସେହି ସୁନ୍ଦର ଅଭିନୟ । ତାଙ୍କର ମୃତ୍ୟୁକୁ ନେଇ ସମସ୍ତେ ଭାଙ୍ଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *