ତୃପ୍ତିଙ୍କୁ ସାରା ଦୁନିଆଁ ଆଗରେ କ୍ଷମା ମାଗିଲେ ବାବୁଶାନ , ତଥାପି କାହିଁକି ଫେରୁନାହାନ୍ତି ତୃପ୍ତି ?

ବହୁଚର୍ଚ୍ଚିତ ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି ଏବଂ ପତ୍ନୀ ତୃପ୍ତି ଶତପଥୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି । ଆପଣ ସମସ୍ତେ ଜାଣିଥିବେ କି , କିଛି ମାସ ପୂର୍ବରୁ ବାବୁଶାନ ଏବଂ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତୃପ୍ତି ରାସ୍ତା ଉପରେ ଧରି ଗୋଡ଼ାଇ ଗୋଡ଼ାଇ ବାଡେଇ ଥିଲେ । ତାଙ୍କ ଘର ବର୍ବାଦ କରି ଦେଇଛନ୍ତି ବୋଲି ସେ କହିଥିଲେ ।

ତେବେ ଏହି କଥାରେ ଅନେକ ସତ୍ୟତା ସାମ୍ନାକୁ ଆସିଥିଲା । ବାବୁଶାନ କିଛି ଦିନ ପରେ ଘରକୁ ଫେରିଥିଲେ । କିନ୍ତୁ ଏପଟେ ପ୍ରକୃତି ମିଶ୍ର ତୃପ୍ତିଙ୍କ ନାମରେ ମାନହାନି ମାମଲା ନେଇ ଥାନାରେ ଅଭିଯୋଗ ଦେଇଥିଲେ । ଏବଂ ତୃପ୍ତି ମଧ୍ୟ ପ୍ରକୃତି ମିଶ୍ରଙ୍କ ନାମରେ ଅଭିଯୋଗ କରିଥିଲେ । ତେବେ ଏହି ବିବାଦଟି ବର୍ତ୍ତମାନ ଶାନ୍ତ ପଡିଯାଇଛି ।

କିନ୍ତୁ ଆପଣ ସମସ୍ତେ ଜାଣିଥିବେ କି , ବର୍ତ୍ତମାନ ମଧ୍ୟ ତୃପ୍ତି ନିଜ ଶାଶୁ ଘରେ ରହୁ ନାହାଁନ୍ତି । ପୁଅକୁ ନେଇ ସେ ବାପଘରକୁ ଚାଲି ଯାଇଛନ୍ତି ଆଉ ସେଠାରେ ହିଁ ରହୁଛନ୍ତି । ତେବେ ଏପଟେ ବାବୁଶାନଙ୍କର ବାପା ତଥା ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କର ଦେହ ବହୁତ ଅସୁସ୍ଥ ହୋଇଯାଇଛି । ସେଥିପାଇଁ ଉତ୍ତମ ମହାନ୍ତି ନାତିକୁ ଦେଖିବା ପାଇଁ ଅଧୋର୍ଯ୍ୟ ହୋଇ ପଡୁଛନ୍ତି ।

ସେଥିପାଇଁ ତୃପ୍ତି ପୁଅକୁ ନେଇ ବାବୁଶାନଙ୍କ ନିକଟକୁ ଫେରି ଆସନ୍ତୁ ବୋଲି ସେ ଚାହୁଁଛନ୍ତି । ସାରା ଦୁନିଆଁ ଆଗରେ ସେ ତୃପ୍ତିଙ୍କୁ କ୍ଷମା ମାଗିଥିଲେ ଆଉ ତାଙ୍କ ସହ ରହିବେ ବୋଲି କହିଥିଲେ । ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇ ଯିବାରୁ ବାବୁଶାନ ନିଜ ପତ୍ନୀ ତୃପ୍ତିଙ୍କୁ ପାଖକୁ ଫେରାଇ ଆଣିବା ପାଇଁ ବହୁତ ଚାହୁଁଛନ୍ତି । ଆଉ ସେ ଚାହୁଁଛନ୍ତି କି , ସ୍ତ୍ରୀ ଫେରି ଆସିବା ପରେ ସେମାନେ ପୁଣି ଥରେ ହସଖୁସିର ସଂସାର କରିବେ ।

Leave a Reply

Your email address will not be published. Required fields are marked *