ମାଆ ଘର ଛାଡ଼ି ଆଉ ହାହାସହ ଚାଲି ଗଲା, ବାପା ଝୁରି ଝୁରି ମରିଗଲେ…ଗୋଟିଏ କଂସା ପଖାଳରେ ଭାଇ ଭଉଣୀଙ୍କ ଜୀବନ…

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ସମୟରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନୈତିକ ଛାପ ରହୁଛି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀ ଶେଷରେ ସ୍ୱାମୀକୁ ଧୋକା ଦେଇ ନିଜ ପିଲାଙ୍କୁ ପର କରିଦେଇ ଛାଡି ପଳେଇଲା। ତେବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗାଁ ନୁହାମାଳିଆରେ ଘଟିଛି। ସ୍ତ୍ରୀ ଛାଡି ଚାଲି ଯିବା ଦୁଃଖରେ ଭାଙ୍ଗି ପଡିଥିଲା ଏବଂ ସ୍ତ୍ରୀକୁ ଝୁରି ଝୁରି ମୃତ୍ୟୁ ଘଟିଲା। କିନ୍ତୁ ଆତ୍ମହରା ଅବା ଅନାଥ ହୋଇଗଲେ ଦୁଇ ଛୁଆ। ପଖାଳ ସାଙ୍ଗରେ ଲଙ୍କା ଚକଡ଼ି ଖାଉଛନ୍ତି ବର୍ତ୍ତମାନ ଦୁଇ ଭାଇ ଓ ଭଉଣୀ।

ସମୟ ଯେତେବେଳେ ଖରାପ ପଡେ ସେତେବେଳେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ମିଳିବା କଷ୍ଟକର ହୋଇପଡେ। ଯାହାକି ଏହି ଦୁଇ ଭାଇ ଓ ଭଉଣୀଙ୍କ ସହ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସାଗର ମୁଣ୍ତା ନୁହାମାଳିଆ ଗ୍ରାମର ରାଧାକୁ ପରମ୍ପରା ଅନୁସାରେ ବିବାହ କରିଥିଲେ। ରାଧାକୁ ଆପଣାର କରି ନିଜର ଛୋଟିଆ ସଂସାରକୁ ଅତିବାହିତ କରିଦେବ ବୋଲି ଭାବିଥିଲା। ବିବାହର କିଛି ବର୍ଷ ଭିତରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ହେଲା। କିନ୍ତୁ ହଠାତ ହସଖୁସିର ସଂସାରରେ କାହାର ନଜର ଲାଗିଗଲା। ଦୁଇ ନିରୀହ ଶିଶୁ ଓ ନିଜ ସ୍ୱାମୀକୁ ପର କରି ରାଧା ଅନ୍ୟ ପୁରୁଷ ସହ ଘର ଛାଡ଼ି ଚାଲି ଗଲା।

ତେବେ ସ୍ତ୍ରୀକୁ ସାଗର ଅନେକ ସ୍ଥାନରେ ଖୋଜିବାରେ ଲାଗିଲା। କିନ୍ତୁ ପାଇଲା ନାହିଁ। ଶେଷରେ ସ୍ତ୍ରୀକୁ ଝୁରି ଝୁରି ଏକ ଅଜଣା ରୋଗରେ ସାଗର ଆଖିବୁଜିଲା। ହେଲେ ବେସାହାରା ହୋଇଗଲେ ଦୁଇ ନିରୀହ ପିଲା। ବାପା ଓ ମାଆ ଯିବା ପରେ ବର୍ତ୍ତମାନ ଅନାଥ ହୋଇଯାଇଛନ୍ତି। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ୟ ତାଙ୍କ ପାଖରେ କିଛି ନାହିଁ।

Leave a Reply

Your email address will not be published. Required fields are marked *