ପାଦ ଆଙ୍ଗୁଠିର ଆକୃତି କହିଥାଏ ଆପଣ କେତେ ଭାଗ୍ୟଶାଳୀ

ଅଠର ଟି ପୁରାଣ ମଧ୍ୟରୁ ଭବିଷ୍ୟ ପୁରାଣ ଅନ୍ୟତମ। ଏହି ପୁରାଣ ରୁ ଆମେ ଭବିଷ୍ୟତ ରେ ହେବାକୁ ଥିବା ଘଟଣା ବିଷୟରେ ଜାଣିପାରୁ। ଏଥିରେ କେତେ ରାଜା ମହାରାଜାଙ୍କର ଜନ୍ମ ନହେବା ପୂର୍ବରୁ ତାଙ୍କ ବିଷୟରେ ଲଖା ଯାଇଥିଲା। ଆସନ୍ତୁ ଏହି ପୁରାଣ ଅନୁସାରେ ଜାଣିବା ପୁରୁଷ ଲୋକମାନେ ଭାଗ୍ୟଶାଳୀ ହେବ କି ଦୁର୍ଭାଗ୍ୟଶାଳୀ।

ଆମେ ଜାଣିଛେ ମଣିଷ ଜନ୍ମରୁ ତା ଶରୀରରେ କଳାଜାଇ ଥାଏ। ସେହି କଳାଜାଇକୁ ମଣିଷର ଭାଗ୍ୟ ଏବଂ ଭବିଷ୍ୟତ ମଧ୍ୟ୍ୟ କହିଥାଏ। ବ୍ୟକ୍ତିର ଶରୀରର ଅଙ୍ଗ ରେ ଥିବା କଳାଜାଇ ତାର ଆର୍ଥିକ ପରିସ୍ଥିତିକୁ ଦର୍ଶାଇ ଥାଏ। ଆଉ କିଛି ସ୍ଥାନର କଳାଜାଇ ମଣିଷର ପ୍ରେମ ସମ୍ପର୍କ ବିଷୟରେ ସୂଚନା ଦେଇଥାଏ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିର ଡାହାଣ ଗାଲ ରେ କଳାଜାଇ ଥିଲେ ତାହାକୁ ଶୁଭ ବୋଲି କୁହାଯାଏ। ଯେଉ ଲୋକଙ୍କର ଡାହାଣ ଗାଲ ରେ କଳାଜାଇ ଥାଏ ତାଙ୍କ ବୌବାହିକ ଜୀବନରେ ପ୍ରେମ ଭରି ହୋଇ ରହିଥାଏ।କିନ୍ତୁ ବାମ ଗାଲରେ କଳାଜାଇ ଧୋକା ମିଳିବାର ସଂକେତ ଦେଇଥାଏ।

କୁହଯାଏ କି ଯାହାର ଡାହାଣ ଆଖି ଉପରେ କଳାଜାଇ ଥାଏ ସେ ତାଙ୍କ ଜୀବନସାଥି ଠାରୁ ବହୁତ୍ ଭଲ ପାଇବା ପାଇଥାନ୍ତି।କିନ୍ତୁ ଯଦି ବାମ ଆଖି ଉପରେ କଳାଜାଇ ଥାଏ ତେବେ ଜୀବନସାଥିଙ୍କ ସହ ସବୁବେଳେ କଳି ଝଗଡ଼ା ହୋଇଥାଏ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଡାହାଣ ହାତରେ କଳାଜାଇ ଥାଏ ତାଙ୍କୁ ଭଲ ଜୀବନସାଥି ଟିଏ ଏବଂ ଜୀବନରେ ବହୁତ୍ ଟଙ୍କା ପଇସା ମଧ୍ୟ ମିଳିଥାଏ। ଏପରି ଲୋକ ଅଳ୍ପ ପରିଶ୍ରମରେ ବହୁତ ଜଲଦି ଧନୀ ବନିଯାନ୍ତି। ଯାହାର ବାମ ହାତରେ କଳାଜାଇ ଥାଏ ତାଙ୍କୁ ତାଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।କିନ୍ତୁ ଆର୍ଥିକସ୍ଥିତି ରେ ସେମାନେ ସବୁବେଳେ ଭଲରେ ଥାନ୍ତି।

ବ୍ୟକ୍ତିର ଓଠରେ କଳାଜାଇ ଥିଲେ ତାକୁ ଅଶୁଭ ବୋଲି ମାନଯାଏ। କୁହାଯାଏ କି ଯଦି ଓଠରେ କଳାଜାଇ ଥାଏ ତେବେ ଜୀବନସାଥୀ ଭବିଷ୍ୟତ ରେ ଧୋକା ଦେଇଥାନ୍ତି।ଏପରି ବ୍ୟକ୍ତି ନିଜ ଜୀବନରେ ସବୁବେଳେ ପଇସା ପଛରେ ଗୋଡ଼ାଇ ଥାଏ।

ସାମୁଦ୍ରିକ ଶାସ୍ତ୍ର ରେ ମଥା ଉପରେ କଳାଜାଇ ଥିଲେ ତାକୁ ଅଶୁଭ ବୋଲି ମାନାଯାଏ। ଯେଇଁ ବ୍ୟକ୍ତିର ମଥା ଉପରେ କଳାଜାଇ ବିବହାପରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।ଏପରି ଲୋକଙ୍କ ଜୀବନରେ ଟଙ୍କା ଆସେ କିନ୍ତୁ ଏମାନେ ବହୁତ୍ ଖର୍ଚ୍ଚ କରନ୍ତି।

ଭବିଷ୍ୟ ପୁରାଣରେ କୁହାଯାଇଛି କି ଯଦି ଜଣେ ମଣିଷର ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ହେଲେ ତାର ନଖ, ଦାନ୍ତ,କେଶ ଇତ୍ୟାଦି କୁ ନିରଖି ଦେଖିବାକୁ ପଡ଼େ। ଯାହାଦ୍ଵାରା ପୁରୁଷ ଶରୀର ସହିତ ଜଡିତ ସବୁ କଥା ଜଣା ପଡ଼ିଥାଏ। ଯଦି କୌଣସି ମଣିଷ ର ତର୍ଜନି ଆଙ୍ଗୁିଟି ବୁଢ଼ା ଆଙ୍ଗୁିଟି ଠାରୁ ବଡ଼ ହେଇଥାଏ।ସେହି ବ୍ୟକ୍ତି ସ୍ତ୍ରୀ ସୁଖ ପ୍ରାପ୍ତ କରି ହୋଇଥାନ୍ତି।ଯଦି କୌଣସି ମଣିଷ ର ପଦ କୋମଳ ଏବଂ ରକ୍ତ ଭରା ହୋଇଥାଏ ତେବେ ସେ ସାରା ଜୀବନ ଖୁସିରେ ରହିଥାଏ।ଯଦି କୌଣସି ପୁରୁଷର ଆଙ୍ଗୁଠି ବହୁତ୍ ଅଧିକ ମୋଟା ଦେଖାଯାଏ ତେବେ ତାକୁ ଭାଗ୍ୟର ସାଥ ମିଳେନାହିଁ।ଯଦି କୌଣସି ପୁରୁଷର ପଦ ଧଳା ଏବଂ ନଖ ଭଙ୍ଗା ହୋଇଥାଏ ,ଗୋଟେ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ସେ ବ୍ୟକ୍ତି ବହୁତ୍ ଧନୀ ହୋଇଥାନ୍ତି।

ଯେଉଁ ପୁରୁଷର ଗୋଡ଼ରେ ଛୁଟି ନଥାଏ ତାଙ୍କୁ ତାଙ୍କ ଭାଗ୍ୟ ସାତ୍ ଦେଇନଥାଏ। ଯଦି କୌଣସି ମଣିଷର ଗୋଡହାତ ଲମ୍ବା,ମୋଟା ଏବଂ ମଂଶିୟ ଦେଖାଯାଏ ସେ ଭାଗ୍ୟର ସାତ୍ ପାଇ ଥାନ୍ତି।ଯଦି କୌଣସି ବ୍ୟକ୍ତିର ଆଣ୍ଠୁ ମୋଟା ହୋଇଥାଏ ତେବେ ସେ ଛୋଟ ଛୋଟ ସଫଳତା ପାଇ ବହୁତ୍ ପରିଶ୍ରମ କରନ୍ତି।ଯଦି ପେଟ ମୋଟା ହୋଇଥାଏ ତେବେ ସେହି ଲୋକ ଧନୀ ହୋଇଥାନ୍ତି। ଯାହାର ପେଟ ଲମ୍ବା ଏବଂ ପତଳା ଦେଖାଯାଏ ସେ ଗରିବ ହୋଇ ରହିଥାଏ।ଯାହାର ପିଠି ଲମ୍ବା ହୋଇଥାଏ ସେ କୌଣସି ବନ୍ଧନ ରେ ବାନ୍ଧି ହୋଇ ରହିଥାଏ। ଯେଉଁ ପୁରୁଷର ପିଠି କଇଁଛ ର ପିଠୀ ପରି ହୋଇଥାଏ ସେ ଧନବାନ୍ ଏବଂ ଭାଗ୍ୟ ଶାଳୀ ହୋଇଥାଏ।

ସାମୁଦ୍ରିକ ଶାସ୍ତ୍ର ରେ ଆଖି ଡେଇଁବା ବିଷୟରେ ମଧ୍ୟ ଲେଖା ଯାଇଛି।ଯଦି କୌଣସି ପୁରୁଷ ର ଡାହାଣ ଆଖି ଡେଇଁଥାଏ ତେବେ ଏହାକୁ ଶୁଭ ମାନାଯା।ଯଦି ବାମ ଆଖି ଡେଇଁଥାଏ ତେବେ ଏହାକୁ ଅଶୁଭ ମାନାଯାଏ।ମହିଳା ଏବଂ ପୁରୁଷଙ୍କର ଯଦି ମିଶିକି ଆଖି ଡେଇଁଥାଏ ତାକୁ ଶୁଭ ମାନାଯାଏ। ଆମ ହାତ ଦେଖିବାପରି ଦାନ୍ତ ଦେଖିକି ମଧ୍ୟ୍ୟ ଭବିଷ୍ୟତ ଦେଖାଯାଏ।ଯଦି କୌଣସି ପୁରୁଷର ଦାନ୍ତରେ ଫାଙ୍କା ଜାଗା ଥାଏ ସେପରି ଲୋକଙ୍କ ଉପରେ ଭରସା କରାଯାଇପାରିବ। ସେମାନେ ଅନ୍ୟ ର ସୁଖ ବିଷୟରେ ସବୁବେଳେ ଚିନ୍ତା କରିଥାନ୍ତି। ଯେଉଁ ଲୋକଙ୍କର ନିଶ ଧାଡ଼ି ଉଠେନାହିଁ ସେମାନେ ବହୁତ୍ ଦୁଃଖ ପାଇଥାନ୍ତି।ଏପରି ଲୋକମାନେ କିଛି ସହଜରେ ହାସଲ କରି ପାରନ୍ତି ନାହିଁ।ସବୁବେଳେ ଟଙ୍କା ପଛରେ ପଡିଥାନ୍ତି ।

Leave a Reply

Your email address will not be published. Required fields are marked *