ଆପଣ ଅଧିକ ଆଳୁ ଖାଉଛନ୍ତି ? ଅଧିକ ଆଳୁ ଖାଇଲେ କଣ କ୍ଷତି ହୋଇଥାଏ ଜାଣନ୍ତୁ ଏହି ବିଷୟରେ।

ବର୍ତ୍ତମାନ ସମୟରେ ଆଳୁ ଏକ ମୂଳ ପରିବା ସାଜିଛି। କାରଣ ଯଦି ଆମେ ଭାତ ସହିତ କେବଳ ଆଳୁ ଲଗେଇ କି ଖାଦ୍ୟ ଖାଇ ପାରିବା। ଅନେକ ଲୋକ ଆଳୁ ର ଭିନ୍ନ ଭିନ୍ନ ରେସିପି କରି ଖାଇଥାନ୍ତି। ଏପରି କି ଆଳୁ ମଧ୍ୟ ଅନେକ ତରକାରୀରେ ମଧ୍ୟ ବ୍ୟବହାର କରାଯାଏ। ହେଲେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆଳୁ ଏକ ମାଟି ତଳେ ବଢୁ ଥିବା ଏକ ପରିବା ଅଟେ। ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଫଳରେ ଅତ୍ୟନ୍ତ କ୍ଷତିକାରକ ଅଟେ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆଳୁରେ ଫାଇବର, ଜିଙ୍କ, ଆଇରନ୍ ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ମିଳିଥାଏ। ଏହା ବ୍ୟତୀତ ଆଳୁରେ କାରୋଟିନଏଡ୍, ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ପରି ଆଣ୍ଟି-ଅକ୍ସିଡାଣ୍ଟ ଥାଏ। ତେବେ ଆଳୁରେ ଥିବା ଏହି ସବୁ ଉପାଦାନ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ତେବେ ଆସନ୍ତୁ ଜାଣିବା ଆଳୁ କୁ ଅଧିକ ମାତ୍ରାରେ ଖାଦ୍ୟ ରୂପେ ବ୍ୟବହାର କଲେ କେଉଁ ସବୁ ସମସ୍ୟା ଉପୁଜେ ସେ ବିଷୟରେ କହିବାକୁ ଯାଉଛି।

୧. ଓଜନ ବୃଦ୍ଧି

ଆଳୁରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍ ରହିଥାଏ। ତେବେ କାର୍ବୋହାଇଡ୍ରେଟ୍ ଶରୀରରେ ଓଜନ ବୃଦ୍ଧି ରେ ସହାୟକ କରିଥାଏ। ତେବେ ଯଦି ଆମେ ଆଳୁକୁ ଅଧିକ ମାତ୍ରାରେ ସେବନ କରୁଛେ ତେବେ ଓଜନ ବୃଦ୍ଧି ଭଳି ଏକ ସମସ୍ୟା ଉପୁଜିଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆଳୁ ଖାଇବା ବନ୍ଦ କରିବା ଉଚିତ୍।

୨. ରକ୍ତଚାପ

ଆଳୁକୁ ଅତ୍ୟଧିକ ମାତ୍ରାରେ ଖାଦ୍ୟ ସହିତ ବ୍ୟବହାର କରିବା ଦ୍ୱାରା ଶରୀରରେ ରକ୍ତଚାପ ମଧ୍ୟ ବୃଦ୍ଧି ପାଇଥାଏ। ଯଦି ରକ୍ତଚାପ ବୃଦ୍ଧି ପାଏ ତେବେ ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ। ନିଜ ଉପରେ ନିଜର ନିୟନ୍ତ୍ରଣ ରହେ ନାହିଁ। ଲୋକମାନେ ବହୁତ ଜଲ୍ଦି କ୍ରୋଧିତ ହୋଇ ବସନ୍ତି। ତେଣୁ ଆଳୁ ଦ୍ୱାରା ରକ୍ତଚାପ ଭଳି ସମସ୍ୟା ଦେଖିବାକୁ ମିଳେ।

୩. ଏସିଡିଟି

ଆଳୁରେ ଅମ୍ଳର ପରିମାଣ ଅଧିକ ରହିଛି। ଯେପରିକି ଫ୍ଲାଭୋନାଏଡ୍ ଏବଂ ଫେନୋଲିକ୍ ଏସିଡ୍ ରହିଥିବାର ମିଳିଥାଏ। ତେବେ ଅମ୍ଳର ଉପସ୍ଥିତ ଯୋଗୁଁ ଗ୍ୟାସ୍, ହଜମ ଭଳି ସମସ୍ୟା ଦେଖିବାକୁ ମିଳିଥାଏ। ତେଣୁ ଯେଉଁ ବ୍ୟକ୍ତିଙ୍କ ଠାରେ ଗ୍ୟାସର ସମସ୍ୟା ଦେଖିବାକୁ ମିଳେ ତେବେ ସେମାନେ ଆଳୁ ଠାରୁ ଦୂରେଇ ରହିବା ଉଚିତ।

୪. ମୁଣ୍ଡବିନ୍ଧା

ତେବେ ଆପଣ ଅନେକ ସମୟରେ ବଜାରରେ ସବୁଜ ଆଳୁ ଦେଖିବାକୁ ପାଇଥିବେ। ତେବେ ଏହି ସବୁ ଆଳୁ କୁ ଗର୍ଭବତୀ ମହିଳାଙ୍କ ଠାରୁ ଦୂରେଇ ରଖିବା ଉଚିତ। କାରଣ ଏହି ଆଳୁରେ ସୋଲେନାଇନ୍, ଚାକୋନିନ୍ ଏବଂ ଆର୍ସେନିକ୍ ଭଳି ଉପାଦାନ ରହିଛି। ଯାହାକି ଗର୍ଭବତୀ ମହିଳା ଙ୍କ ପେଟରେ ବଢୁଥିବା ଛୁଆ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ। ଏହିପରି ଆଳୁ ଖାଇବା ଦ୍ୱାରା ବାନ୍ତି, ମୁଣ୍ଡବିନ୍ଧା, ଝାଡ଼ା, ବାନ୍ତି ହୋଇପାରେ।

୫. ଆଲର୍ଜି

କିଛି ଲୋକଙ୍କ ଶରୀର ପାଇଁ ଆଳୁ କ୍ଷତିକାରକ ଅଟେ। ଆଳୁ ଖାଇଲେ ସେମାନେଙ୍କ ଶରୀରରେ ଆଲର୍ଜି ଦେଖିବାକୁ ମିଳେ। ତେବେ ଏହି ସମସ୍ୟା ଗଜା ଓ ସବୁଜ ଆଳୁ ଖାଇଲେ ଦେଖିବାକୁ ମିଳିଥାଏ।

୬. ଗଣ୍ଠି ଯନ୍ତ୍ରଣା

ଯଦି ଆପଣମାନେ ଅଧିକ ଆଳୁ (Potato) ଖାଉଛନ୍ତି, ତେବେ ଶରୀରରେ ଫୁଲା ଏବଂ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ । ବୌଜ୍ଞାନିକଙ୍କ ଅନୁଯାୟୀ, ଆଳୁର ବ୍ୟବହାର ଶରୀରର ପ୍ରାକୃତିକ ପ୍ରଦାହକାରୀ ପଦାର୍ଥରେ ଗ୍ଲୁକୋଲକେନଏଡ୍ର ପରିମାଣ ବଢାଇଥାଏ, ଯାହା ଫଳରେ ଏଭଳି ସମସ୍ୟା ସୃଷ୍ଟି କରିଥାଏ।

Leave a Reply

Your email address will not be published. Required fields are marked *