ମାତ୍ର ୪୯୯ ଟଙ୍କା ଦେଇ ଏହି ଇଲେକ୍ଟ୍ରିକ୍ ସ୍କୁଟର କିଣନ୍ତୁ, ସ୍କୁଟର ଚାର୍ଜ କରିବାର କୌଣସି ଆବଶ୍ୟକତା ନାହିଁ।

ଯଦି ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆମେ ଆଜି ଆପଣଙ୍କୁ ଏପରି ଏକ ସୁଲଭ ସ୍କୁଟର ବିଷୟରେ କହିବୁ ଯାହାକୁ ଆପଣ ମାତ୍ର ୪୯୯ ଟଙ୍କାରେ ବୁକ୍ କରିପାରିବେ। ଇଲେକ୍ଟ୍ରିକ୍ ମୋବିଲିଟି ଷ୍ଟାର୍ଟଅପ୍ ବାଉନ୍ସ କମ୍ପାନୀ ତାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ବାଉନ୍ସ ଇୱାନ୍ ବାହାର କରିଛି। ଏହି ସ୍କୁଟର ବିଷୟରେ ଏକ ବିଶେଷ କଥା ହେଉଛି ଏହାକୁ ଚାର୍ଜ କରିବାକୁ ପଡିବନି। କମ୍ପାନୀ ଏହି ସ୍କୁଟର ପାଇଁ ବ୍ୟାଟେରୀ ଚାର୍ଜିଂର ବିକଳ୍ପ ରଖିଛି।

ଏହି ସ୍କୁଟରର ମୂଲ୍ୟ ହେଉଛି ୪୫,୦୯୯ ଟଙ୍କା। କିନ୍ତୁ ଆପଣ ଏହାକୁ ମାତ୍ର ୪୯୯ ଟଙ୍କା ରେ ବୁକ୍ କରିପାରିବେ। ଏହି ସ୍କୁଟର ଆସନ୍ତା ବର୍ଷ ମାର୍ଚ୍ଚରେ ବଜାରରେ ଉପଲବ୍ଧ ହେବ। ଯାହାକୁ ଆପଣ ଅନଲାଇନ୍ ଏବଂ ଅଫଲାଇନ୍ କିଣି ପାରିବେ।

କମ୍ପାନୀର ସିଇଓ ବିବେକାନନ୍ଦଙ୍କ ଅନୁସାରେ ଏଇ ସ୍କୁଟର ସବୁଠାରୁ ଭଲ ସ୍କୁଟର ହେବ। କମ୍ପାନୀ ଆପଣଙ୍କୁ ବ୍ୟାଟେରୀ ଏଯେ ସେବା ମାଧ୍ୟମରେ ବ୍ୟାଟେରୀ ପରିବର୍ତ୍ତନ କରିବାର ବିକଳ୍ପ ଦେବ। ଏହା ସହିତ ବ୍ୟାଟେରୀ ଚାର୍ଜ କରିବାରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । କମ୍ପାନୀ ଏଥିପାଇଁ ଏକ ନେଟୱାର୍କ ତିଆରି କରିଛି ଯାହାଦ୍ବାରା ଆପଣ ଖାଲି ବ୍ୟାଟେରୀ ଦେଇ ଏକ ନୂଆ ବ୍ୟାଟେରୀ ନେଇପାରିବେ। ଏହି ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ପେଟ୍ରୋଲ ତୁଳନାରେ ୪୦ ପ୍ରତିଶତ କମ୍ ହେବ।

ଆପଣ ବ୍ୟାଟେରୀ ସହିତ ଇନଫିନିଟି ବାଉନ୍ସ ଇୱାନ୍ ମଧ୍ୟ କିଣି ପାରିବେ। ଏହି ବ୍ୟାଟେରୀକୁ ଆପଣ ଯେକୌଣସି ସ୍ଥାନରେ ଚାର୍ଜ କରିପାରିବେ। ଏହି ବ୍ୟାଟେରୀର ମୂଲ୍ୟ ୬୮୯୯୯ ଟଙ୍କା। ଆପଣ ବ୍ୟାଟେରୀ ସହିତ ଏକ ଚାର୍ଜର ମଧ୍ୟ ମାଗଣା ପାଇବେ। ଗୋଟେଥର ବ୍ୟାଟେରୀକୁ ଫୁଲ୍ ଚାର୍ଜ କରି ଆପଣ ୮୭ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ।

Leave a Reply

Your email address will not be published. Required fields are marked *