ନିଜକୁ ପୋଲିସ କହି ରାଣୀ ପଣ୍ଡାଙ୍କୁ କଲ କରି ଦେଉଥିଲା ଧମକ । ରାଣୀ ପଣ୍ଡା ଏମିତି କଲେ ଯେ ବର୍ତ୍ତମାନ ଫୋନ ଧରିବାକୁ ଭୟ କରୁଛି ସେହି……….

ଆଜି ରାଣୀ ପଣ୍ଡା ଫ୍ୟାନ ପେଜରେ ରାଣୀ ପଣ୍ଡା ଏକ ଫୋନ ନମ୍ବର ସେୟାର କରିଛନ୍ତି । ଯେଉଁ ଫୋନ ନମ୍ବରରୁ ତାଙ୍କ ପାଖକୁ ଧମକ ପୂର୍ଣ୍ଣ ଫୋନ କଲ ଆସୁଛି । ଖାଲି ସେତିକି ନୁହେଁ ! ନିଜକୁ ପୋଲିସ ବୋଲି ପରିଚୟ ଦେବା ସହିତ ଏଣୁତେଣୁ ମଧ୍ୟ କହୁଛି । ରାଣୀ ପଣ୍ଡାଙ୍କୁ ହଇରାଣ କରିବା ସହିତ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଉଛି ।

ଏଇ କିଛିଦିନ ତଳେ ମଧ୍ୟ ଦୁଇ ଜଣ ବ୍ୟକ୍ତି ରାଣୀ ପଣ୍ଡାଙ୍କୁ ତାଙ୍କ ଦ୍ୱାର ମୁହଁରୁ ଧମକ ଦେଇ ଚାଲିଗଲେ । ପରେ ରାଣୀ ପଣ୍ଡା ତାହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ନେଟିଜେନ ମାନେ ଯାହା କମେଣ୍ଟ ଦେଲେ ତାହା ଆପଣ ମାନେ ମଧ୍ୟ ଶୁଣିଥିବେ । ଏମିତିକି ଲୋକେ ମଧ୍ୟ କହୁଥିଲେ ଯେ ଯାହାକୁ ମାରିବାର ଅଛି ସେ ସାମ୍ନାକୁ ଆସୁ ।

ପୁଣି କେହି କେହି ଫ୍ୟାନ ଲେଖିଲେ ” ଜୟ ଜଗନ୍ନାଥ , ରାଣୀ ଦିଦି ଆମେ ଆପଣଙ୍କ ସାଥିରେ ଅଛୁ । ” କହିବାକୁ ଗଲେ ଅନ୍ୟ ଲୋକ ସହିତ ଭଲ କରୁଥିବା ଲୋକର ସମସ୍ତେ ଭଲ ହିଁ ଚାହାଁନ୍ତି । କିନ୍ତୁ ଏହାରି ମଧ୍ୟରେ ଯେତେବେଳେ ରାଣୀ ପଣ୍ଡା ଏକ ନମ୍ବର ସେୟାର କରିଥିଲେ , ଯେଉଁ ନମ୍ବରରୁ ତାଙ୍କ ପାଖକୁ ଧମକପୂର୍ଣ୍ଣ କଲ ମଧ୍ୟ ଆସୁଛି ।

ପୁଣି ସେହି ବ୍ୟକ୍ତି ନିଜକୁ ପୋଲିସ ବୋଲି ପରିଚୟ ଦେଉଛି । ଆଉ ବର୍ତ୍ତମାନ ରାଣୀ ପଣ୍ଡାଙ୍କ ଫ୍ୟାନ ମାନେ ବର୍ତ୍ତମାନ ସେହି ନମ୍ବରକୁ ଭଲ ଫୋନ କରୁଛନ୍ତି । ରାଣୀ ପଣ୍ଡାଙ୍କ ସବୁ ଫ୍ୟାନ ବର୍ତ୍ତମାନ ସେହି କାମରେ ଲାଗି ପଡ଼ିଛନ୍ତି । ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାଧିକ ଫୋନ କଲ ବର୍ତ୍ତମାନ ସେହି ନମ୍ବରକୁ ଯାଉଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଜଣେ ପୋଲିସ ଅଫିସର କାହିଁକି ରାଣୀ ପଣ୍ଡାଙ୍କୁ ଧମକ ଦେବ ? ହୁଏତ କେହି ମିଛରେ ନିଜକୁ ପୋଲିସର ପରିଚୟ ଦେଇ ରାଣୀ ପଣ୍ଡାଙ୍କୁ ଧମକ ଦେଉଛି । ସେଥିପାଇଁ ହିଁ ତାଙ୍କ ଫ୍ୟାନ୍ସ ମାନେ ସେହି ନମ୍ବରକୁ କଲ କରୁଛନ୍ତି । ଏହାରି ଭିତରେ ରାଣୀ ପଣ୍ଡାଙ୍କ ପୋଷ୍ଟରେ ତାଙ୍କ ଫ୍ୟାନ୍ସଙ୍କ କମେଣ୍ଟ ମଧ୍ୟ ଆସୁଛି ଯେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ସହିତ ଅଛି ।

ଏମିତି ଅନେକ କମେଣ୍ଟ ଯାହାକି ତାଙ୍କ ସପକ୍ଷରେ ରହି ତାଙ୍କ ଫ୍ୟାନ ମାନେ କରଛନ୍ତି । ଏମିତିରେ ରାଣୀ ପଣ୍ଡାଙ୍କୁ ବା ପୁରା ଓଡ଼ିଶାରେ କିଏ ନଜାଣେ । ନିଜର ସ୍ପଷ୍ଟଭାଷୀ ଗୁଣ ଏବଂ ରୋକଠୋକ ବିଚାର କାରଣରୁ ତ ରାଣୀ ପଣ୍ଡାଙ୍କୁ ସମସ୍ତେ ଜାଣିଛନ୍ତି । ତାଠାରୁ ବଡ଼ କଥା ହେଲା ଯେ ରାଣୀ ଅଭାବୀ ଲୋକଙ୍କୁ ସହାୟତା କରନ୍ତି । ଯେଉଁ କାରଣରୁ ତାଙ୍କର ଫ୍ୟାନ ଫୋଲଇଂ ମଧ୍ୟ କମ ନାହିଁ ।

Leave a Reply

Your email address will not be published. Required fields are marked *