ଓଡିଶାକୁ ଆସୁଛି ଭୟଙ୍କର ଲଘୁଚାପ , ଏହି ୧୦ଟି ଜିଲ୍ଲାର ପ୍ରବଳ ବର୍ଷା !

ବର୍ତ୍ତମାନ ସାରା ରାଜ୍ୟରେ ବର୍ଷା ଲାଗି ରହୁଛି ଆଉ ସେଥିପାଇଁ ସମସ୍ତେ ଖୁସି ମଧ୍ୟ ଅଛନ୍ତି । କାରଣ ଯେଉଁ ଭଳି ଭାବରେ ଗୁଳୁଗୁଳି ଲାଗି ରହୁଥିଲା , ତା ଦାଉରୁ ଲୋକମାନେ ନିଜକୁ ରକ୍ଷା କରିବାପାଇଁ ଚେଷ୍ଟା କରୁଥିଲେ । ତେବେ ଏହାରି ମଧ୍ୟରେ ବର୍ଷା ଏ ଆଶୀର୍ବାଦ ହୋଇ ଆସିଥିଲା । ଆଉ ଏହି ଗରମ ଦାଉରୁ ରକ୍ଷା କରିଥିଲା । ଗରମରେ ଲୋକେ ଆଗରୁ ଘରୁ ବାହାରକୁ ବାହାରି ମଧ୍ୟ ପାରୁନଥିଲେ । ତେବେ ଏହାରି ମଧ୍ୟରେ ଆପଣ ସମସ୍ତେ ଜାଣିଥିବେ କି , ରାଜ୍ୟରେ ଲଗାତାର ଭାବରେ ବର୍ଷା ଲାଗି ରହୁଛି ।

ଆଉ ଲଗାତାର ବର୍ଷା ହେବା କାରଣରୁ ଅନେକ ସହର ଭାସି ମଧ୍ୟ ଗଲାଣି । ରାଜଧାନୀ ଭୁବନେଶ୍ବରରେ ଅନେକ ସ୍ଥାନରେ ପାଣି ଜମା ହୋଇ ରହୁଛି ଆଉ ଯାହା ଯାତାୟାତରେ ବାଧା ସୃଷ୍ଟି କରୁଛି । ଅନେକ ସ୍ଥାନରେ ନଦୀ ବଢି ଗଲାଣି ଆଉ ଯେଉଁଥିପାଇଁ ପାଣି ଆସି ଗାଁରେ ପଶିବାକୁ ଲାଗିଲାଣି । ତେବେ ଏ ସବୁ ଭିତରେ ଆଉ ଏକ ଦୁଃ-ଖଦ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ଆପଣଙ୍କୁ ଲାଗିବ ଝଟକା। ରାଜ୍ୟରେ ଲାଗିରହିବ ବର୍ଷା । ଓଡିଶାକୁ ଘାରିଛି ଲଘୁଚାପ ।

ଆଉ ଲଘୁଚାପ କାରଣରୁ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ଆଉ ପାଣିରେ ଭାସିବ ରାଜ୍ୟ । ବର୍ଷା ସମସ୍ୟା ନେଇ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପାଣିପାଗ ବିଭାଗର ଖବର ଅନୁଯାୟୀ , ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ଉପକୂଳ ଅଞ୍ଚଳରେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ ରହିଛି । ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୧୭.୬ କି.ମି. ଉଚ୍ଚତା ଯାଏ ବ୍ୟାପିଛି । ଯାହା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଲଘୁଚାପ କ୍ଷେତ୍ର ପ୍ରଭାବର ଆଜି ରାତିରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଏଥିପାଇଁ ସିମାନ୍ତ ଜିଲ୍ଲା ଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ସେହି ଜିଲ୍ଲା ଗୁଡିକ ହେଉଛି , କଟକ , ଖୋର୍ଦ୍ଧା , ପୁରୀ , ଅନୁଗୁଳ , ଢେଙ୍କାନାଳ , ବୌଦ୍ଧ , ସମ୍ୱଲପୁର , ଝାରସୁଗୁଡା , ବରଗଡ , ସୋନପୁର , ଢେଙ୍କାନାଳ , ମାଲକାନଗିରି ଏବଂ ମୟୂରଭଞ । ଏହି ଜିଲ୍ଲା ଗୁଡିକରେ ୟୋଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆଉ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *