ଐତିହାସିକ ଫାଟକ ଷ୍ଟେସନରେ ପ୍ରେମୀ ଯୁଗଳଙ୍କର ଜମୁଛି ଭିଡ଼,ସନ୍ଧ୍ୟା ହେଲେ ଚାଲୁଛି ରାସ-ଲୀଳା….

ପ୍ରେମ କରିବା ପାଇଁ ଆଜିକାର ପ୍ରେମୀଯୁଗଳ ମାନେ ଆଉ ସ୍ଥାନ , କାଳ , ପାତ୍ର ଦେଖୁ ନାହାଁନ୍ତି । ଆଉ ସେହି ଲ-ଜ୍ଜା ବୋଲି ଶବ୍ଦଟିକୁ ସମସ୍ତେ ଭୁଲି ଗଲେଣି । ନିଜର ହିତାହିତ ଜ୍ଞାନକୁ ଭୁଲି ସେମାନେ ନିଜ ମନ ଇଚ୍ଛାରେ କାମ କରିବାକୁ ଲାଗୁଛନ୍ତି । ସମାଜ କଥା କିମ୍ବା ଘର କଥା ସେମାନଙ୍କ ମନକୁ ଆଉ ଆସୁନାହିଁ । ପାର୍କ , ହୋଟେଲ ଏଗୁଡିକ ଯେମିତି ଖାଲି ପ୍ରେମୀଯୁଗଳ ମାନଙ୍କ ପାଇଁ ତିଆରି ହେଲା ଭଳି ଅନୁଭବ ହେଉଛି ।

ସାଧାରଣତଃ ପ୍ରେମୀଯୁଗଳ ମାନେ ପ୍ରେମ କରିବାପାଇଁ ପାର୍କ ଯାଇଥାନ୍ତି । ଆଉ ସେଠାରେ ମନଇଚ୍ଛା ପ୍ରେମ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଖବର ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଭଳି ଏକ ସ୍ଥାନକୁ ପ୍ରେମୀଯୁଗଳ ମାନେ ଲଭର୍ସ ପଏଣ୍ଟ କରି ସାରିଲେଣି । ଆଉ ସେଠାରେ ଯାଇ ପ୍ରେମ କରିବାକୁ ଲାଗୁଛନ୍ତି । ତେବେ ତାହା ପାର୍କ ନୁହେଁ କି ହୋଟେଲ ରୁମ ନୁହେଁ ବରଂ ଏକ ଷ୍ଟେସନ ଅଟେ ।

ସମ୍ବଲପୁର ଜିଲ୍ଲାରେ ରହିଥିବା ଐତିହାସିକ ଫାଟକ ଷ୍ଟେସନ ବର୍ତ୍ତମାନ ଲଭର୍ସ ପଏଣ୍ଟ ପାଲଟି ଯାଇଛି । ସଦାସର୍ବଦା ସେଠାରେ ପ୍ରେମୀଯୁଗଳ ମାନଙ୍କର ଭିଡ ଦେଖିବାକୁ ମିଳୁଛି । ସନ୍ଧ୍ୟା ନ ହେଉଣୁ ସେଠାକୁ ପ୍ରେମୀଯୁଗଳ ମାନେ ଆସି ପ୍ରେମ କରିବାକୁ ଲାଗୁଛନ୍ତି । ଆଉ ଷ୍ଟେସନରେ ପଡିଥିବା ଚେୟାର ଗୁଡିକୁ ଅକ୍ତିଆର କରି ନେଉଛନ୍ତି । ତେବେ ଏଭଳି ପରିସ୍ଥିତି ଦେଖା ଯିବାରୁ ସେଠାକୁ ଆସୁଥିବା ଯାତ୍ରୀ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ।

ଯାତ୍ରୀ ମାନେ ବସିବାକୁ ସ୍ଥାନ ପାଉ ନାହାଁନ୍ତି । ଏସବୁ କାରଣ ପାଇଁ ଷ୍ଟେସନଟି ଅଧା ବନ୍ଦ ମଧ୍ୟ ହୋଇଗଲାଣି । ଏ ସବୁ ସମସ୍ୟା ବାବ-ଦରେ ପ୍ରଶାସନର ଦୃ-ଷ୍ଟି ଆକର୍ଷଣ ମଧ୍ୟ କରାଯାଉଛି । ପାଖାପାଖି ଅଞ୍ଚଳରେ ପାର୍କ ଆଦି ନ ଥିବାରୁ ପ୍ରେମୀଯୁଗଳ ମାନେ ସେଠାକୁ ପ୍ରେମ କରିବାକୁ ଆସୁଛନ୍ତି ବୋଲି କୁହାଯାଉଛି । ତେବେ ଏଭଳି ଘ-ଟଣା ମଧ୍ୟ ଶୁଣିବାକୁ ମିଳିଛି କି , ସେଠାରୁ ପ୍ରେମୀଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖାଯାଇଛି । ତେବେ ବର୍ତ୍ତମାନ ପୋଲିସ ସେହି ଅଞ୍ଚଳରେ ପହରା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *