ସିସିଟିଭିରେ କଏଦ ହେଲା ଏପରି କିଛି ଦୃଶ୍ୟ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନିଜ ଆଖିକୁ ଵିଶ୍ଵାସ କରି ପାରିବେ ନାହିଁ। ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜ ହସକୁ ରୋକି ପାରନ୍ତି ନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଆଶ୍ଚର୍ଯ୍ୟ ଜନକ ଓ ମଜାଦାର ଭିଡ଼ିଓ ନେଇ ଆସିଛୁ। ଯାହାକୁ ଦେଖିବା ପରେ ହସି ହସି ତଳେ ଗଡି ଯିବା ସହ ବାଃ ବାଃ କରିବାକୁ ଲାଗିଲେ।

ତେବେ ଭାଇରାଲ ହେଉଥିବା ପ୍ରଥମ ଦୃଶ୍ୟରେ ଆପଣ ଏକ ବ୍ୟାଙ୍କର ଦୃଶ୍ୟ ଦେଖିବାକୁ ପାଇବେ। ବ୍ୟାଙ୍କରୁ ଚୋରି କରିବା ପାଇଁ ଏକ ଚୋର ସାଙ୍ଗରେ ବନ୍ଧୁକ ନେଇ ଆସିଥିଲା। ତେବେ ସେ ଯେତେବେଳେ ଟଙ୍କା ଦେବା ପାଇଁ ରିସେପେନିଷ୍ଟକୁ ଧମକ ଦେଲା ବେଳେ ହଠାତ ହାତରୁ ବନ୍ଧୁକ ଖସିଗଲା। କାଉଣ୍ଟରରେ ଛିଡା ହୋଇଥିବା ଯୁବତୀ ଜଣକ ବନ୍ଧୁକକୁ ହାତକୁ ନେବା ମାତ୍ରେ ଚୋରଟି ଚମ୍ପଟ ମାରି ସବୁକିଛି ଛାଡି ପଳେଇ ଯାଇଥିଲା।

ଦ୍ୱିତୀୟ ଦୃଶ୍ୟରେ ଆପଣ ଜଣେ ବ୍ୟକ୍ତିଙ୍କୁ ରାସ୍ତା କଡରେ ଛିଡା ହୋଇଥିବା ଗାଈକୁ ନିଜ ହାତରେ କିଛି ଖାଦ୍ୟ ଖାଇବାକୁ ଦେଉଥିବାର ଆପଣ ଦେଖିବାକୁ ପାଇବେ। ତେବେ ବ୍ୟକ୍ତି ଜଣକ ଗାଈକୁ ଖାଇବାକୁ ଦେଉଥିବା ବେଳେ ହଠାତ ଆଉ ଜଣେ ବ୍ୟକ୍ତି ଆସି ଝଗଡା କରିବାକୁ ଲାଗିଲେ। ଚାହୁଁ ଚାହୁଁ ଆଉ ଦୁଇ ଜଣ ବ୍ୟକ୍ତି ବାଇକରେ ବସି ଆସି ପହଞ୍ଚିଲେ। ବାସ୍ତବରେ ତିନି ଜଣ ଚୋର ଅଟନ୍ତି। ତେବେ ବ୍ୟକ୍ତି ଜଣକ ଅନ୍ୟ ବ୍ୟକ୍ତିଙ୍କ ବେକରୁ ଚେନ ଛିଡେଇ ନେଇ ବାଇକରେ ବସି ପଳେଇ ଯାଇଥିଲେ।

ତୃତୀୟ ଦୃଶ୍ୟ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ତେବେ ଆପଣ ପୁରୁଷ ଚୋର ଅନେକ ଦେଖିଥିବେ। କିନ୍ତୁ କଣ ଆପଣ ଝିଅ ପିଲାଙ୍କୁ ଚୋରି କରିବାର ଦେଖିଛନ୍ତି ସେ ପୁଣି ଚପଲ ପାଇଁ। ଯଦି ଦେଖି ନାହାନ୍ତି ତେବେ ଏହି ଦୃଶ୍ୟରେ ଆପଣ ଦେଖିବାକୁ ପାଇବେ। ଦୁଇ ଜଣ ଯୁବତୀ ନିଜ ସାଇଜର ଚପଲ ଚୋରି କରିବାକୁ ଚାହୁଁଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣଙ୍କର ନଜର ଉପରେ ଲାଗିଥିବା ସିସିଟିଭିରେ ପଡି ଯାଇଥିଲା। ଏହାପରେ ଦୁହେଁ ଛାଡି ଚାଲି ଯାଇଥିଲେ।

ଚତୁର୍ଥ ଦୃଶ୍ୟ ଯାହା ଆପଣଙ୍କୁ ଆଖିରେ ଲୁହ ବାହାର କରିଦେବ। ତେବେ ସେ ଲୁହ ଦୁଃଖର ନୁହେଁ ବରଂ ହସର। ତେବେ ଜଣେ ଚୋର ଟ୍ୟାକ୍ସି ଡ୍ରାଇଭର ଠାରୁ ଚୋରି କରିବା ପାଇଁ ଟ୍ୟାକ୍ସି ଭିତରେ ପଶି ଯାଇଥିଲା। ତେବେ ସେ ଡ୍ରାଇଭରକୁ ଧମକ ଦେବା ପୂର୍ବରୁ ହିଁ ପୋଲିସ ଆସି ପହଞ୍ଚି ଯାଇଥିଲା। ଟ୍ୟାକ୍ସିର ପଛପଟେ ହିଁ ପୋଲିସ ଗାଡି ଥିଲା। ଏହାପରେ ଚୋରର ଅବସ୍ଥା ବହୁତ ଶୋଚନୀୟ ହୋଇପଡିଥିଲା।

ଶେଷ ଦୃଶ୍ୟ ଦେଖିବା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ। ହସି ହସି ତଳେ ଗଡି ଯିବେ। ନିଶାରେ ଥିବା ଚୋରର ଅବସ୍ଥା ଏତେ ଦୟନୀୟ ହୋଇ ପଡ଼ିଥିଲା ଯେ ସେ ଏକ ରେଷ୍ଟୁରାଣ୍ଟ କୁ ଖାଦ୍ୟ ଚୋରି କରିବା ପାଇଁ ଆସିଥିଲା। ତେବେ ଭୋକିଲା ଚୋରଟି ଫ୍ରାଇଜ ପ୍ୟାକେଟ କୁ ଫାୟାର ଉପରେ ରେ ପକେଇ ଖାଇବା ପାଇଁ ଚାହିଁଲେ। କିନ୍ତୁ ନିଶାରେ ଥିବା ଚୋର ପ୍ୟାକେଟ ନ ଖୋଲି ସିଧାସଳଖ ପକେଇ ଦେଇଥିଲା। ଯାହାକି ନଷ୍ଟ ହୋଇ ଯାଇଥିଲା। ଏହାଦେଇ ଚୋର ମୁଁହରେ ଥିବା ନିରାଶ ସ୍ପଷ୍ଟ ଭାବରେ ଜଣା ପଡୁଥିଲା।

Leave a Reply

Your email address will not be published. Required fields are marked *