ଏହି କବାଟର ରହସ୍ୟ କଣ ? ଯେବେ ଖୋଲିବ ହେବ ମହା ପ୍ରଳୟ…

ଆପଣ ମାନେ ଜାଣିଥିବେ ଆମ ଭାରତରେ ଅନେକ ମନ୍ଦିର ରହିଛି ଆଉ ସମସ୍ତ ମନ୍ଦିର ପଛରେ ଲୁଚି ରହିଛି ଅନେକ କାହାଣୀ । ହଜାର ହଜାର ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଡିକ ବିଷୟରେ ଆମେ ଅନେକ କଥା ଜାଣି ନଥାଉ । ଅନେକ ଜନ ସାଧାରଣ ଏଗୁଡ଼ିକ ବିଷୟରେ ଜାଣିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ କେତେକ ଏହି ମନ୍ଦିର ମାନଙ୍କର ଇତିହାସ ଏବଂ କିମ୍ବଦନ୍ତୀ ବିଷୟରେ ଜାଣିବାରେ ସଫଳ ହୋଇଥାନ୍ତି ।

ତେବେ ଏଭଳି ଏକ ରହସ୍ୟ ଲୁଚି ରହିଛି କେରଳର ତିରୁଅନନ୍ତପୁରମ ଠାରେ ରହିଥିବା ପଦ୍ମନାଭ ସ୍ୱାମୀ ମନ୍ଦିରର । ଆପଣ ମାନଙ୍କୁ କହିରଖୁଛୁ କି ଦକ୍ଷିଣ ଭାରତରେ ଅବସ୍ଥିତ ରହିଥିବା ସମସ୍ତ ମନ୍ଦିର ମାନଙ୍କ ମଧ୍ୟରୁ ଏହି ମନ୍ଦିର ସର୍ବଶ୍ରେଷ୍ଠ ଅଟେ । ବିଷ୍ଣୁ ଉପାସକ ମାନଙ୍କ ପାଇଁ ଏହି ମନ୍ଦିର ସବୁଠାରୁ ଭଲ ଅଟେ । ଏହାକୁ ପ୍ରତିଦିନ ଶହ ଶହ ଦର୍ଶକ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଆସିଥାନ୍ତି । ତେବେ ଏହି ମନ୍ଦିର ସହିତ ଯୋଡି ହୋଇ ରହିଛି ଅନେକ ଐତିହ୍ୟ ।

ବିଶ୍ୱାସ ଅନୁଯାୟୀ, ଭଗବାନ ବିଷ୍ଣୁର ଆବିର୍ଭାବ ହେବା ପରେ ଏହି ମନ୍ଦିରକୁ ଏଠାରେ ନିର୍ମାଣ କରାଯାଇଥିଲା । ଏହି ମନ୍ଦିରରେ ଭଗବାନ ବିଷ୍ଣୁ ଶୟନ ଅବତାରରେ ପୂଜା ପାଉଛନ୍ତି । ତେବେ ଅନ୍ୟପକ୍ଷରେ ବିଶ୍ୱାସ ଅନୁଯାୟୀ, ଏଠାରେ ଭଗବାନ ବିଷ୍ଣୁଙ୍କର ନାଭିରୁ ବ୍ରହ୍ମା ଜାତ ହୋଇଥିବାରୁ ମନ୍ଦିରର ନାମ ପଦ୍ମନାଭ ସ୍ୱାମୀ ମନ୍ଦିର ରହିଛି । ଏଠାରେ ଭଗବାନ ବିଷ୍ଣୁଙ୍କର ହାତ ପାଖରେ ଶିବ ଲିଙ୍ଗ ରହିଥିବା ବେଳେ ଅନ୍ୟ ପାର୍ଶ୍ଵରେ ଅନ୍ୟ ଦେବୀ ଏବଂ ଭୂ ଦେବୀ ପୂଜା ପାଉଛନ୍ତି । ୧୨୦୦୦ ଶାଳଗ୍ରାମରେ ଭଗବାନଙ୍କର ଏହି ଶୟନ ମୂର୍ତ୍ତି ନିର୍ମିତ ହୋଇଛି ବୋଲି ଶୁଣାଯାଏ ।

ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ସତେ ଅତ୍ୟନ୍ତ ଆକର୍ଷଣୀୟ । ଏହି ମନ୍ଦିରରେ ପ୍ରବେଶ କରିବାପାଇଁ ଧଳା ବସ୍ତ୍ର ବାଧ୍ୟତାମୂଳକ ଅଟେ । ଏହି ମନ୍ଦିର ସହ ଯୋଡି ହୋଇ ରହିଛି ଅନେକ ରହସ୍ୟ , ଯେପରିକି ଏହି ମନ୍ଦିରରେ ଛଅଟି ଗୁପ୍ତ କଠୋରୀ ରହିଥିବା କଥା କୁହାଯାଏ । ଏହି କଠୋରୀ ମାନଙ୍କ ମଧ୍ୟରୁ ନାଗ ବନ୍ଧନମ୍ ନାମକ କଠୋରୀର ରହସ୍ୟ ଆଜି ବି ସମସ୍ତଙ୍କୁ ଅଛପା ରହିଛି । କେବଳ କେହି ଜଣେ ସିଦ୍ଧ ପୁରୁଷ ହିଁ ଗରୁଡ଼ ମନ୍ତ୍ର ମାଧ୍ୟମରେ ଏହି ଦ୍ୱାର ଖୋଲିପାରିବେ ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ସେହିପରି ଏହି ଦ୍ୱାର ଖୋଲିବା ମାତ୍ରେ ପୃଥିବୀକୁ ମହାବିପଦ ମାଡି ଆସିବ ବୋଲି ଏଠାକାର ପୂଜକ କହିଥାନ୍ତି ।

Leave a Reply

Your email address will not be published. Required fields are marked *