ଇସ୍ପାତ କାରଖାନା ଚାକିରିଆ ବାବୁଙ୍କର ଗୁଟକା ଚୋରି ପଡିଲା ଭାରି , ଲୋକ ମାନେ ମିଶି କଲେ ଏମିତି…

ଆଜିକାଲି ଲୋକଙ୍କ ଚୋରି କରିବା ଢ଼ଙ୍ଗ ପୁରା ଅଲଗା ପ୍ରକାରର । ଆଉ ଚୋରି ସମୟରେ ଯଦି ଭିଡ଼ିଓ ରେକର୍ଡ଼ ହୋଇଯାଏ ତାହା ଭାଇରଲ ମଧ୍ୟ ବେଶ ଭିନ୍ନ ପ୍ରକାରର ହୋଇଥାଏ । ଆଜି ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଚୋରି ଘଟଣା ବିଷୟରେ କହିବୁ ଯେଉଁଠି କୌଣସି ଗରିବ ଲୋକ ଚୋରି କରି ନାହିଁ ବରଂ ଜଣେ ଚାକିରିଆ ବାବୁ ଏପରି ଭାବରେ ଚୋରି କରିଛନ୍ତି । ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ହୋସ ତ ସେତେବେଳେ ଉଡ଼ିବ ଯେତେବେଳେ ଆପଣ ଜାଣିବେ ଯେ ବ୍ୟକ୍ତି ଜଣକ କେଉଁ ଜିନିଷ ଚୋରି କରୁଥିଲେ । ତେବେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟଣା ରାଉରକେଲାର ଅଟେ । ଯେଉଁଠି ଏକ ପାନ ଦୋକାନରେ ଚୋରି ହୋଇଛି । ରାଉରକେଲା ଇସ୍ପାତ କାରଖାନାରେ ଚାକିରୀ କରିଥିବା ଜଣେ ବ୍ୟକ୍ତି ଏକ ପାନ ଦୋକାନରୁ ପାନ ମସଲା ଚୋ-ରି କରୁଥିବା ସମୟରେ ଧରା ପଡ଼ିଛନ୍ତି । ଏଭଳି ସ୍ଥିତିରେ କେବଳ ଗୋଟିଏ ଥର ନୁହେଁ ବରଂ ପ୍ରତ୍ୟେକ ଥର ଚା’ ପିଇବାକୁ ଆସି ପାନ ମସଲା ପୁଡ଼ିଆ ଚୋରି କରନ୍ତି ।

ତେବେ ବାସ୍ତବ ଘଟଣା ଅନୁଯାୟୀ ଚୋରି କରିଥିବା ବ୍ୟକ୍ତି ଜଣକ ରାଉରକେଲା ଇସ୍ପାତ କାରଖାନାର ଜଣେ ଉପଯୁକ୍ତ ଦରମା ପ୍ରାପ୍ତ ଅଧିକାରୀ । ତଥାପି ତାଙ୍କର ଦୁଇ ଦୁଇଟି ନିଶା । ଗୋଟିଏ ହେଉଛି ଗୁଟଖା ନିଶା । ଆଉ ଗୋଟିଏ ହେଉଛି ଚୋରି କରିବା ନିଶା । କେବଳ ପ୍ରଥମଥର ପାଇଁ ସେ ଏପରି କରି ନାହାଁନ୍ତି ବରଂ ପ୍ରତ୍ୟେକ ଦିନ ଚା ପିଇବାକୁ ଆସି ଚୋରି କରନ୍ତି । କିନ୍ତୁ ଏଥର ତାଙ୍କ ଚୋରି ଧରା ପଡ଼ି ଯାଇଥିଲା । କେହି ଜଣେ ଦୂରରୁ ତାଙ୍କ ଚୋରି କରୁଥିବାର ଭିଡ଼ିଓ ଉତ୍ତୋଳନ କରିଛନ୍ତି ।

ରାଉରକେଲାର ସହରର ସବୁଠାରୁ ବ୍ୟସ୍ତବହୁଳ ଟ୍ରାଫିକ ଗେଟ ନିକଟସ୍ଥ ଏକ ପାନ ଦୋକାନରେ ଘଟିଥିବା ସତ୍ୟ କାହାଣୀ । ଗେଟ ନିକଟରେ ଜୟରାମ ନାୟକ ଏବଂ ସାରଥୀ ବାରିକଙ୍କ ପାନ ଦୋକାନ । ପୁଣି ନିକଟରେ ଏକ ଚା ଦୋକାନ । ସୂଚନା ଅନୁଯାୟୀ ଇସ୍ପାତ କାରଖାନାରେ ଚାକିରୀ କରୁଥିବା ବାବୁ ଜଣକ ପ୍ରତ୍ୟେକ ଦିନ ସେଠାକୁ ଚା ପିଇବାକୁ ଆସି ଚୋରି କରୁଥିଲେ । ସବୁଥର ସେ ଏପରି କରିବା ସତ୍ତ୍ୱେ ବି କାହା ଆଖିରେ ପଡ଼ି ନଥିଲା ।

ତେବେ ପାନ ଦୋକାନରୁ ଚୋରି ହେଉଥିବା ଅଭିଯୋଗ ପରେ ଦୋକାନୀ ମାନେ ଚୋରକୁ ଗୁରୁବାର ଦିନ ଧରିବାରେ ସକ୍ଷମ ହୋଇଛନ୍ତି । ଧରା ପଡ଼ିବା ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଘଟଣା ବିଷୟରେ ଅନୁଧ୍ୟାନ କରି ପଚରା ଉଚୁରା କରିଥିଲେ । ଆଉ ଜଣା ପଡ଼ିଥିଲା ଯେ ଚୋରି କରିଥିବା ବ୍ୟକ୍ତିଙ୍କ ନାମ ଆଶିଷ ଗେଡ଼ିଆ । ତେବେ ଧରା ପଡ଼ିବା ପରେ ତାଙ୍କ ଠାରୁ କ୍ଷତି ଭରଣା ଆଦାୟ କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ସତ । କିନ୍ତୁ କାହା ତରଫରୁ ବି ଥାନାରେ କୌଣସି ଅଭିଯୋଗ କରାଯାଇ ନଥିଲା ।

Leave a Reply

Your email address will not be published. Required fields are marked *