ଜାଣନ୍ତୁ ମୃ-ତ୍ୟୁ ପୁର୍ବରୁ ମିଳୁଥିବା ସଂକେତ ବିଷୟରେ ମହାଦେବ ମାତା ପାର୍ବତୀଙ୍କୁ କ’ଣ କହିଥିଲେ।

ଆମର ବିଶ୍ବାସ ଅଛି ପୃଥିବୀର ସବୁ କୋଣରେ ଦେବା ଦେବୀ ଅଛନ୍ତି। ଦେବତାଙ୍କ ଭିତରେ ଶ୍ରେଷ୍ଟ ହେଉଛନ୍ତି ମହାଦେବ। ସେହିଁ ଆଦି ଏବଂ ସେହିଁ ଅନନ୍ତ। ମହାଦେବଙ୍କ ଭକ୍ତମାନେ ମୋକ୍ଷ ପ୍ରାପ୍ତି ପାଇଁ ସବୁବେଳେ ପ୍ରାଥନା କରନ୍ତି। ମହାଦେବ ଏବଂ ମା ପାର୍ବତୀ କୈଳାସ ପର୍ବତରେ ବାସ କରନ୍ତି।ଗୋଟେ ଦିନ ମାତା ପାର୍ବତୀ ମହାଦେବଙ୍କୁ ମୃ-ତ୍ୟୁ ପୁର୍ବରୁ ମିଳୁଥିବା ସଂକେତ ବିଷୟରେ ପଚାରିଲେ। ତା’ପରେ ମହାଦେବ ମାତା ପାର୍ବତୀଙ୍କୁ ମିଳୁଥିବା ସଂକେତ ବିଷୟରେ କହିଲେ।

ମହାଦେବ କହିଥିଲେ ଯଦି ମଣିଷ ଶରୀର ଧଳା ବା ହଳଦିଆ ପଡ଼ିଯାଏ ଏବଂ ଉପରୁ ଉପରୁ ନାଲି ରଙ୍ଗ ଦେଖାଯାଏ ତେବେ ଆପଣ ଜାଣିବେ ଯେ ସେ ବ୍ୟକ୍ତିର ମୃତ୍ୟୁ ୬ ମାସ ଭିତରେ ହେଇଯିବ। ଯେତେବେଳେ ମଣିଷ ତାର ଆଖି, ନାକ, କାନ ଏବଂ ପଟିର ବ୍ଯବହାର ନକରି ପାରେ ବା ଶରୀର ପଥର ହେଇଯାଏ ତେବେ ଆପଣ ଜାଣିବେ ଯେ ସେ ବ୍ୟକ୍ତିର ମୃ-ତ୍ୟୁ ୬ ମାସ ଭିତରେ ହେଇଯିବ। ସୂର୍ଯ୍ୟ, ଚନ୍ଦ୍ର ଏବଂ ଅ-ଗ୍ନିରୁ ସୃଷ୍ଟି ହେଉଥିବା ଆଲୋକକୁ ଯେଉଁ ମନୁଷ୍ୟ ଦେଖି ପାରେନାହିଁ ଯଦି ତାକୁ ସବୁକିଛି ଅନ୍ଧାର ଦେଖାଯାଏ ତେବେ ତାଙ୍କ ମୃ-ତ୍ୟୁ ବହୁ ନିକଟତର ଥାଏ। ଯଦି ମନୁଷ୍ୟର ବାମ ହାତ ଏକ ସପ୍ତାହ ପର୍ଯ୍ୟନ୍ତ ବିନ୍ଧା ହୁଏ ତେବେ ସେ ବ୍ୟକ୍ତି ଆଉ ମାତ୍ର ଗୋଟେ ମାସ ବଞ୍ଚେ।

ମହାଦେବ କୁହନ୍ତି ଯେତେବେଳେ ମନୁଷ୍ୟର ତଣ୍ଟି ଏବଂ ଓଠ ଶୁଖିଲା ପରିଲାଗେ ସେତେବେଳେ ଆପଣ ଜାଣିନେବେ ଯେ ସେହି ଲୋକର ଆୟୁ ମାତ୍ର ଅଳ୍ପ ଦିନ। ଯେଉଁ ମନୁଷ୍ୟର ଜିଭ ଫୁଲିଯାଏ ଏବଂ ଦାନ୍ତ ଝଡ଼ିବାରେ ଲାଗେ ତେବେ ଆପଣ ଜାଣିନେବେ ଯେ ସେହି ଲୋକର ଆୟୁ ମାତ୍ର ୬ ମାସ। ଯେଉଁ ମନୁଷ୍ୟକୁ ପାଣି,ତେଲ ଏବଂ ଦର୍ପଣ ରେ ନିଜ ଚେହେରା ଦେଖା ଯାଏ ନାହିଁ ତାଙ୍କ ଆୟୁ ମାତ୍ର ୬ ମାସ ଥାଏ। ଯେତେବେଳେ ମନୁଷ୍ୟକୁ ଚନ୍ଦ୍ର ମଣ୍ଡଳ, ସୂର୍ଯ୍ୟ ମଣ୍ଡଳ ନାଲି ରଙ୍ଗର ଦେଖାଯାଏ ସେତେବେଳେ ତା ପର ମାସରେ ମନୁଷ୍ୟ ର ମୃ-ତ୍ୟୁ ହେଇଯାଏ ।

ଯଦି ଗୋଟେ ମଣିଷକୁ ରାତିରେ ଚନ୍ଦ୍ର ଏବଂ ଦୃବତାରା ଦେଖାଯାଏ ନାହିଁ ତେବେ ତାଙ୍କ ମୃ-ତ୍ୟୁ ୬ ମାସ ଭିତରେ ହୋଇଯାଏ। ମହାଦେବ କୁହନ୍ତି ଯଦି ଜଣେ ମଣିଷ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣ ଦେଖି ଦିଏ ତେବେ ତା ମୃତ୍ୟୁ ତାକୁ ସବୁ ଆଡ଼େ ଦେଖାଯାଏ। ଯଦି ନୀଳ ମାଛି ଗୋଟେ ମନୁଷ୍ୟକୁ ଖେରି ଯାଆନ୍ତି ତେବେ ତାଙ୍କ ଆୟୁ ବହୁ କମ୍ ଦିନ ହୋଇଥାଏ। ଯଦି କାଉ ଆସି କାହା ମୁଣ୍ଡ ଉପରେ ବସି ଯାଏ ତେବେ ସେହି ବ୍ୟକ୍ତି ମାସକ ଭିତରେ ମ-ରିଯାଏ।

Leave a Reply

Your email address will not be published. Required fields are marked *