ସୁଟିଂ ସେଟରେ ନିଜ ଅନୁଭୂତି ବିଷୟରେ ବଖାଣିଲେ ସିନ୍ଦୁରର ଅଧିକାର ସିରିଏଲ ର ଛତୁଆ , କହିଲେ ଭଉଣୀରୁ ଗୋଟିଏ ଦିନରେ ହୋଇଗଲେ …..

ବର୍ତ୍ତମାନର ଦୁନିଆଁ ମନୋରଞ୍ଜନର ଦୁନିଆଁ । ମନୋରଞ୍ଜନ ବିନା ଏ ଦୁନିଆଁର ମାନେ କିଛି ନାହିଁ । ଲୋକେ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସେହି ମୋବାଇଲ ଧରି ବସିଥାଆନ୍ତି । ଆଉ ସେଥିରେ ନିଜ ମନ ପସନ୍ଦର ସିରିଏଲ ଏବଂ ଫିଲ୍ମ କିମ୍ବା ଆଉ କିଛି ଲଗାଇ ଦେଖି ଥାଆନ୍ତି । ତେଣୁ ଆଜିକାର ସମୟରେ ଯାହାକୁ ବି ଦେଖିବେ , ସେ ନିଜର ଅଧିକାଂଶ ସମୟ ମୋବାଇଲ ଆଉ ଟିଭିରେ ବିତାଉଥିବେ ।

ତେବେ ବର୍ତ୍ତମାନର ଦୁନିଆଁ ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ଦୁନିଆଁ ହୋଇ ଯାଇଛି । ଲୋକ ମାନଙ୍କୁ ଆଉ ତା ବ୍ୟତୀତ କିଛି ମଧ୍ୟ ଦେଖା ଯାଉ ନାହିଁ । ଲୋକ ମାନେ ବର୍ତ୍ତମାନ ଅନ୍ୟ ମାନଙ୍କ ସହିତ କଥାବାର୍ତ୍ତା ହେବା ପରିବର୍ତ୍ତେ ନିଜେ ଟିଭି କିମ୍ବା ଫୋନ୍ ଦେଖି ବସୁଛନ୍ତି । ଆଉ ନିଜ ଆଖପାଖର କଥା ମଧ୍ୟ ଭୁଲି ଯାଉଛନ୍ତି ।

ତେବେ ଏପରି ପରିସ୍ଥିତିରେ ସେମାନେ ବାହାର ଦୁନିଆଁ ସହିତ ବେଶି ମିଶି ମଧ୍ୟ ପାରୁ ନାହାଁନ୍ତି । ଆଉ ଅନ୍ୟ ପକ୍ଷରେ ଆଜିକାର ସମୟର ବୁଢ଼ା ଠାରୁ ଆରମ୍ଭ କରି ପିଲା ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୋବାଇଲ ଏବଂ ମୋବାଇଲରେ ଦେଖା ଯାଉଥିବା ସମସ୍ତ ଚରିତ୍ର ବିଷୟରେ ନିଶ୍ଚିତ ଭାବରେ ଜଣା ଥିବ ।

ତେଣୁ ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଏକ ସିରିଏଲ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ସମସ୍ତଙ୍କର ପସନ୍ଦ ହୋଇଥିବ । ସନ୍ଧ୍ୟା ହେଲେ ଏହି ସିରିଏଲ ଦେଖିବା ପାଇଁ ସମସ୍ତେ ଟିଭି ଆଗରେ ବସି ଯାଇଥାନ୍ତି । ଆଉ ଏହି ସିରିଏଲ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହୋଇଥାଏ । ଯାହା ସମସ୍ତଙ୍କର ଏକ ପ୍ରିୟ ଧାରାବାହିକ ଅଟେ । ତେବେ ତାର ନାମ ହେଉଛି “ସିନ୍ଦୂରର ଅଧିକାର” ।

କହିବାକୁ ଗଲେ ମୁଖ୍ୟତଃ ସିରିଏଲରେ ସମସ୍ତେ ହିରୋ ହିରୋଇନ୍ ମାନଙ୍କୁ ଅଧିକ ପସନ୍ଦ କରିବା ସହିତ ସେଥିରେ ରହିଥିବା ମଜାଳିଆ ଚରିତ୍ର ମାନଙ୍କୁ ମଧ୍ୟ କରିଥାନ୍ତି । ତେବେ ଏହି ସିରିଏଲ ରେ ମଧ୍ୟ ଦୁଇଟି ମଜାଳିଆ ଚରିତ୍ର ରହିଛନ୍ତି ଆଉ ସେ ଦୁଇଟି ହେଉଛି ଛତୁଆ ଆଉ ଲାଲି ର । ସେମାନେ ଦୁଇ ଜଣ ଏହି ସିରିଏଲ ରେ ସ୍ଵାମୀ ସ୍ତ୍ରୀ ଭୂମିକାରେ ଅଭିନୟ କରିଥାନ୍ତି ।

ତେବେ ସେମାନେ ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଗରେ ନିଜ ମନର କଥା ବଖାଣି ଦେଇଛନ୍ତି । ତେବେ ଲାଲି ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ହେଉଛନ୍ତି କୁନି ପଣ୍ଡା ଏବଂ ଛତୁଆ ହେଉଛନ୍ତି ବିକାଶ ନାୟକ। ଦୁହିଁଙ୍କର କମେଡି ସମସ୍ତେ ପସନ୍ଦ କରିଥାନ୍ତି । ବିକାଶ ନାୟକ କହିଛନ୍ତି କି , ସିରିଏଲକୁ ଆସିବା ପୂର୍ବରୁ ତାଙ୍କୁ ଟିକିଏ ଭୟ ନିଶ୍ଚିତ ଲାଗୁଥିଲା କାହିଁକି ନା ନୂଆ ନୂଆ କଳାକାର ମାନଙ୍କ ସହିତ ତାଙ୍କୁ ଅଭିନୟ କରିବାକୁ ପଡ଼ିବ । ସେଥିପାଇଁ ଟିକିଏ ନର୍ଭସ୍ ଥିଲେ ସେ ।

ତେବେ ଯେତେବେଳେ ତାଙ୍କୁ ଜଣା ପଡ଼ିଲା ତାଙ୍କ ସହିତ କୁନି ପଣ୍ଡା କାମ କରିବେ , ସେ ପ୍ରଥମେ ମନା କରି ଦେଇଥିଲେ । କାହିଁକି ନା ସେ ତାଙ୍କ ଠାରୁ ବଡ ଅଟନ୍ତି ଆଉ କିପରି ଭାବରେ ସ୍ତ୍ରୀ ଭୂମିକାରେ ଅଭିନୟ କରିବେ । କିନ୍ତୁ ନିର୍ଦ୍ଦେଶକ ତାଙ୍କୁ କାମ କରିବାକୁ କହିଥିଲେ ଆଉ ଯାହା ତାଙ୍କୁ ଅନେକ ମଜା ଦେଇଥିଲା ।

ତାଙ୍କ କହିବା ଅନୁଯାୟୀ , ବାସ୍ତବ ଜୀବନରେ ଲାଲି ତାଙ୍କର ବଡ ଭଉଣୀ ଅଟନ୍ତି କିନ୍ତୁ ସିରିଏଲ ରେ ସେ ଏପରି ଭଲ ପାଇବା ଦେଲେ ଯେ , ସେ ଗୋଟିଏ ଦିନରେ ତାଙ୍କ ଭଉଣୀରୁ ହୋଇଗଲେ ସ୍ତ୍ରୀ । ଆଉ ତାଙ୍କ ଭଲ ପାଇବା ପାଇ ସେ ନିଜ ସ୍ତ୍ରୀକୁ ବି ଭୁଲି ଗଲେ । ତେବେ ଏପରି କିଛି ମଜା ମସ୍ତି କରି ନିଜ ମନର କଥା କ୍ୟାମେରା ଆଗରେ ଖୋଲି କହିଛନ୍ତି ବିକାଶ ନାୟକ ଅର୍ଥାତ୍ ଛତୁଆ ।

Leave a Reply

Your email address will not be published. Required fields are marked *