ଚାକିରୀ ନାମରେ ଠକେଇ , ଟଙ୍କା ନେବା ସହ ଶାରୀରିକ ସମ୍ପର୍କ ରଖିବାକୁ କହିଲେ

ବର୍ତ୍ତମାନର ଦୁନିଆଁ ଠକର ଦୁନିଆଁ ପାଲଟି ଯାଇଛି । ଲୋକେ ଏଠାରେ ଚାକିରୀର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ଆଉ ମୂଳତଃ ଏହାର ଶିକାର ବର୍ତ୍ତମାନର ଯୁବପିଢ଼ି ହେଉଛନ୍ତି । ବର୍ତ୍ତମାନ ସମୟରେ ଚାକିରୀ ନାମରେ ଠକିବା ବହୁତ ସହଜ ମଧ୍ୟ ହୋଇଗଲାଣି । ତେବେ ଏଭଳି ଏକ ଘଟଣା ଭୁବନେଶ୍ୱରରୁ ଆସିଅଛି । ଯେଉଁଠାରେ ଠକେଇର ଶିକାର ହୋଇଥିବା ଦୁଇଜଣ ସାଙ୍ଗ ଅର୍ଥାତ ଜଣେ ଯୁବକ ଏବଂ ଯୁବତୀ ମିଡିଆ ଆଗରେ ନିଜର ମୁହଁ ଖୋଲିଛନ୍ତି ।

ଇନ୍ଫୋସିସରେ ସେମାନେ ଦୁହେଁ ପ୍ରଥମେ କାମ କରୁଥିଲେ । ଆଉ ସେଠାରେ ସେମାନଙ୍କର ଜଣେ ବନ୍ଧୁ ଚାକିରୀ କରାଇ ଦେବେ ବୋଲି କହି ସେମାନଙ୍କ ଠାରୁ ଟଙ୍କା ମାଗିଥିଲେ । ତେବେ ଚାକିରୀ ଲୋଭ ଦେଖାଇ ସେମାନଙ୍କ ଠାରୁ ଟଙ୍କା ନେବା ସହ ଯୁବତୀଙ୍କ ସହ ଖରାପ ବ୍ୟବହାର କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ତେବେ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଦୁଇ ବନ୍ଧୁ ଅଭିଯୋଗ କରିଛନ୍ତି ।

ତେବେ ଆରୋପୀ ତାଙ୍କ ଠାରୁ ପ୍ରଥମେ ୨ ଲକ୍ଷ ଟଙ୍କା ନେଇଥିଲେ ଆଉ ତାପରେ ଏଜେନ୍ସି ଅଫିସକୁ ଡକାଇ ମିଛ ଇଣ୍ଟରଭ୍ୟୁ ନେଇଥିଲେ ଏବଂ ମିଛ ଜଏନିଙ୍ଗ ଲେଟର ମଧ୍ୟ ଦେଇଥିଲେ ବୋଲି ଯୁବତୀ ଜଣକ କହିଛନ୍ତି । ତେବେ ସତ ଜାଣିବା ପରେ ଉଭୟେ ଆରୋପୀକୁ ନିଜ ଟଙ୍କା ମାଗିଥିଲେ କିନ୍ତୁ ସେ କହିଥିଲେ ଆଉ କିଛି ଟଙ୍କା ଦେଲେ ସେ ଏଥର ନାଲକୋରେ ନିଶ୍ଚିତ ଭାବରେ ଚାକିରୀ କରାଇଦେବେ । ଆଉ ତାପରେ ଆରୋପୀର କଥାକୁ ବିଶ୍ୱାସ କରି ସେମାନେ ପୁଣିଥରେ ଆଉ କିଛି ଟଙ୍କା ଦେଇ ଦେଇଥିଲେ

ତେବେ ଏଭଳି ମୋଟ ୭ ଲକ୍ଷ ଟଙ୍କା ସେମାନେ ଦେଇଥିଲେ ଆଉ ତାପରେ ତାଙ୍କ ମିଛ ଜଏନିଙ୍ଗ ଲେଟର ମିଳିଥିଲା । କିନ୍ତୁ ଲେଟରକୁ ମିଛ ଜାଣିବା ପରେ ଉଭୟେ ସେମାନଙ୍କର ଟଙ୍କା ମାଗିଥିଲେ । ତେବେ ଟଙ୍କା ଫେରାଇବା ବାବଦରେ ସେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାପାଇଁ କହିଥିଲେ । କିନ୍ତୁ ଯୁବତୀଙ୍କ ପ୍ରତିବାଦ ପରେ ସେ ତାଙ୍କୁ ଗାଳି କରିବା ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ ।

ବର୍ତ୍ତମାନ ଉଭୟ ଯୁବକ ଏବଂ ଯୁବତୀଙ୍କର ଅରିଜିନାଲ ସାର୍ଟିଫିକେଟ ତାଙ୍କ ପାଖରେ ରହିଛି । ଆଉ ପୋଲିସ ନିକଟରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ସେ ଧମକ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *