ନବୀନ ପଟ୍ଟନାୟକଙ୍କ ଦସ୍ତଖତର ରହସ୍ୟ ଜ୍ୟୋତିଷ ଖୋଲିଲେ , କହିଲେ ବଞ୍ଚିବା ଯାଏଁ ଶାସନ କରିବେ

ଆପଣ ସମସ୍ତେ ଜାଣିଥିବେ କି ପ୍ରତ୍ୟେକ ନାମର କୌଣସି ନା କୌଣସି ଅର୍ଥ ରହିଥାଏ । ଏହାବ୍ୟତୀତ ବିଭିନ୍ନ ଦସ୍ତଖତର ମଧ୍ୟ ଭିନ୍ନ ଭିନ୍ନ ରହସ୍ୟ ରହିଥିବା କଥା ମଧ୍ୟ ଆପଣ ସମସ୍ତଙ୍କୁ ପ୍ରାୟତଃ ଜଣାଥିବ । ତେବେ ଆଜି ଆମେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦସ୍ତଖତର ରହସ୍ୟ ବିଷୟରେ ଆପଣଙ୍କୁ ଜଣାଇବା । ପ୍ରସିଦ୍ଧ ଜ୍ୟୋତିଷ ଏହାର ଖୋଲାସା କରିଛନ୍ତି ।

ନବୀନ ପଟ୍ଟନାୟକଙ୍କର ଦୁଇଟି ଦସ୍ତଖତ ରହିଛି । ଅର୍ଥାତ ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଦସ୍ତଖତ କରିଥାନ୍ତି । ତେବେ ଓଡ଼ିଆ ଦସ୍ତଖତକୁ ଦେଖିଲେ ଆପଣ ଜାଣିପାରିବେ କି ପଟ୍ଟନାୟକର ‘କ’ ଟି ସବୁଠାରୁ ବଡ଼ ରହିଛି । ଆଉ ଅକ୍ଷର ଗୁଡିକ ଗୋଟିଏ ସରଳ ରେଖାରେ ନାହାଁନ୍ତି ।

ତେବେ ପଟ୍ଟନାୟକ ଠାରୁ ନବୀନ ଲେଖା ଛୋଟ ରହିଛି । ଆଉ ପ୍ରତ୍ୟେକ ଦସ୍ତଖତ ମଧ୍ୟରେ ନବଗ୍ରହଙ୍କ ପ୍ରଭାବ ମଧ୍ୟ ରହିଥାଏ । ତେବେ ଏହି ଲେଖାରେ ମଧ୍ୟ ଶୁକ୍ର ଏବଂ ଚନ୍ଦ୍ରଙ୍କର ପ୍ରଭାବ ରହିଛି । ତେବେ ଆପଣ ସମସ୍ତେ ଜାଣିଥିବେ କି ଶୁକ୍ର ଏବଂ ଚନ୍ଦ୍ର ସବୁଠାରୁ ଶାନ୍ତ ଓ ସରଳ ଅଟନ୍ତି । ତେବେ ଏହି ହିସାବରେ ଆପଣ ଜାଣିଥିବେ କି ନବୀନ ପଟ୍ଟନାୟକ ମଧ୍ୟ ବହୁତ ଶାନ୍ତ ଏବଂ ସରଳ ଅଟନ୍ତି ଆଉ ସେ କାହା ବିଷୟରେ ମଧ୍ୟ କିଛି କୁହନ୍ତି ନାହିଁ ।

ତେବେ ପଟ୍ଟନାୟକର ଶେଷ ଅକ୍ଷର ଅର୍ଥାତ ‘କ’ ବଡ଼ ରହିବା କାରଣରୁ ସେ ଦିନେ ପରେ ଦିନେ ଲୋକଙ୍କ ହୃଦୟକୁ ଆହୁରି ଆକର୍ଷିତ କରିବେ ଏବଂ ଏ ଦୁନିଆଁ ଛାଡି ଯିବା ପୂର୍ବରୁ ସେ ଲୋକମାନଙ୍କର ସମ୍ପୂର୍ଣ୍ଣ ଭଲପାଇବା ପାଇ ସାରିଥିବେ । କ୍ରମେ କ୍ରମେ ତାଙ୍କର ଭଲପାଇବା ଆହୁରି ବଢିବ । ରାଜନୀତି କ୍ଷେତ୍ରରେ ସେ ଆହୁରି ଉନ୍ନତି କରିବେ । ଏବଂ ତାଙ୍କ ନାଁ ର ‘କ’ ଅକ୍ଷରଟି ବଡ଼ ରହିଥିବା ହେତୁ ସେ ଆହୁରି ସଫଳତା ଅର୍ଜନ କରିବେ ।

ଏହାବ୍ୟତୀତ ବଞ୍ଚିବା ପର୍ଯ୍ୟନ୍ତ ସେ ରାଜନୀତି ଦୁନିଆଁରୁ ନିଜର ପାଦ ହଟାଇବେ ନାହିଁ । କିମ୍ବା ନିଜ ପଦରୁ କେବେ ମଧ୍ୟ ହଟିବେ ନାହିଁ । ସେ ସେହି ପଦରେ ହିଁ ସ୍ଥାୟୀ ହୋଇ ରହିବେ । ବୟସ ବଢ଼ିବା ସହ ଲୋକ ମାନଙ୍କର ତାଙ୍କ ପ୍ରତି ଭଲପାଇବା ଆହୁରି ବଢ଼ି ବଢି ଚାଲିବ ।

ଅନ୍ୟପକ୍ଷରେ ଯଦି ତାଙ୍କର ଇଂରାଜୀ ଦସ୍ତଖତକୁ ଆଖି ପକାଯାଏ , ତେବେ ଆପଣ ଜାଣିପାରିବେ କି ମାତ୍ର ଦୁଇଟି ଧାଡି ରହିଛି । ଏହାବ୍ୟତୀତ ଦୁଇଟି ଡଟ ମଧ୍ୟ ରହିଛି । ଗୋଟିଏ ଉପରକୁ ରହିବା ସହ ଆଉ ଗୋଟିଏ ତଳକୁ ରହିଛି ।ଏହାସହ ତଳେ ଗୋଟିଏ ଗାର ମଧ୍ୟ ରହିଛି । ଏହାକୁ ଦେଖିଲେ ଲାଗିବ ସତେ ଯେମିତି ଲମ୍ବା କିମ୍ବା ଖଣ୍ଡା ଚିହ୍ନ ଅଛି । ତାଙ୍କ ଦସ୍ତଖତରେ ମଙ୍ଗଳଙ୍କ ସଙ୍କେତ ରହିଛି । ମଙ୍ଗଳ ସେନାପତି ହେବା ସହ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥାନ୍ତି ।

ତେବେ ଆମର ମୁଖ୍ୟମନ୍ତ୍ରୀ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି । ଆହୁରି ମଧ୍ୟ ସେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନ ଗାଦିରେ ରହିବେ । ଏହାବ୍ୟତୀତ ଆଉ କିଛି ଦିନ ପରେ ପିଲାମାନେ ତାଙ୍କ ବିଷୟରେ ଜାଣିବେ ଆଉ ପାଠ ମଧ୍ୟ ପଢିବେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଅନେକ ଚମତ୍କାର କରିବେ ଏବଂ ଅତ୍ୟନ୍ତ ସଫଳତା ଅର୍ଜନ କରିବେ । ଆହୁରିମଧ୍ୟ ଇତିହାସ ରଚନା କରିବେ ।

Leave a Reply

Your email address will not be published. Required fields are marked *